
ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)- ୟୁନିଟ -1
ସରକାରୀ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା କେନ୍ଦ୍ର ବୁଲି ଦେଖିଛନ୍ତି ମନ୍ତ୍ରୀ
ନିତ୍ୟାନନ୍ଦ ଗଣ୍ଡ। ମେଟ୍ରିକ୍ ପରୀକ୍ଷା କେନ୍ଦ୍ର
ପରିଦର୍ଶନ ପରେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇ
କହିଛନ୍ତି ଯେ, ଏ ବର୍ଷ ଶୀଘ୍ର ବାହାରିବ ମେଟ୍ରିକ୍ ଓ ଯୁକ୍ତ ଦୁଇ ରେଜଲ୍ଟ। ମେଟ୍ରିକ ପରୀକ୍ଷା
ସୁରୁଖୁରୁରେ ଚାଲିଛି ।କୌଣସି କେନ୍ଦ୍ରରୁ
ଅନିୟମିତତା ଖବର ଆସି ନାହିଁ। ସିସିଟିଭି ନଜରରେ
ରହିଛି ପରୀକ୍ଷା କେନ୍ଦ୍ର। କେନ୍ଦ୍ରରେ ପାନୀୟ ଜଳ ବ୍ୟବସ୍ଥା ହୋଇଛି। ଯଦି କୌଣସି
ପରୀକ୍ଷା କେନ୍ଦ୍ରକୁ ପରିକ୍ଷାର୍ଥୀ ପହଞ୍ଚି
ନପାରି ନଥିବେ ତାହେଲେ ତାର ଅନୁଧ୍ୟାନ କରାଯିବ। କିଛି କେନ୍ଦ୍ର ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ନଜରକୁ ଆସୁଛି। ସ୍ବଚ୍ଛତାର ସହ ପରୀକ୍ଷା ହେଉଛି
ନା ନାହିଁ ତାର ତଦାରଖ କରାଯାଉଛି।
ସମସ୍ତ କେନ୍ଦ୍ରରେ ସୁରକ୍ଷା କର୍ମୀ
ମୁତୟନ ହୋଇଛନ୍ତି। ସିସିଟିଭି ଠିକ୍ ଭବେ କାମ କରୁଛି ବୋଲି ମନ୍ତ୍ରୀ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା