
ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)ଚାଷୀ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଜି ବିଧାନସଭାରେ ବିରୋଧୀ ବିଜେଡି ଓ କଂଗ୍ରେସର ବିଧାୟକ ମାନେ ହଟ୍ଟଗୋଳ କରିଛନ୍ତି । ଏହି କାରଣରୁ ବଜେଟ ଅଧିବେଶନର ଦ୍ୱିତୀୟ ଦିବସର ପ୍ରଥମାର୍ଧରେ ପ୍ରଶ୍ନକାଳ କାର୍ଯ୍ୟକ୍ରମ ହୋଇ ପାରି ନାହିଁ। ବାଚସ୍ପତି ଗୃହକୁ ପ୍ରଥମେ 11.30 ଯାଏ ଓ ପରେ ଅପରାହ୍ନ ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଛନ୍ତି ।
ଆଜି ନିର୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ସକାଳ 10.30ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା ଆଜି ନିର୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ସକାଳ 10.30ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ବାଚସ୍ପତି ସୁରମା ପାଢୀ ପ୍ରଶ୍ନକାଳ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଚାହିଁଥିଲେ । ବିଧାୟକ ସଂଜଳି ମୁର୍ମୁଙ୍କ ଏକ ପ୍ରଶ୍ନର ଉତର ଦେବାକୁ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଡାକିଥିଲେ । ତଦନୁଯାୟୀ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରଶ୍ନର ଉତର ଦେଉଥିଲେ । ହେଲେ ଆରମ୍ଭରୁ ବିରୋଧୀଙ୍କ ପକ୍ଷରୁ ପ୍ରବଳ ହଟ୍ଟଗୋଳ କରାଯାଇଥିଲା । ଧାନମଣ୍ଡି ସମସ୍ୟା, ଧାନକିଣାରେ ଅନିୟମିତତା ଓ ଚାଷୀ ମାନଙ୍କର ଅନ୍ୟ ସମସ୍ୟାକୁ ନେଇ ନେଇ ବିଜେଡି ଓ କଂଗ୍ରେସର ବିଧାୟକ ମାନେ ପ୍ରତିବାଦ କରିଥିଲେ । ବିରୋଧୀ ଦଳର ବିଧାୟକ ମାନେ ସରକାରଙ୍କର ଚାଷୀ ମାରଣାନୀତି, ମଣ୍ଡି ସମସ୍ୟା, କଟନୀଛଟନୀ ପ୍ରସଙ୍ଗକୁ ନେଇ ପ୍ରବଳ ହଟ୍ଟଗୋଳ କରିଥିଲେ । ସେମାନଙ୍କ ହାତରେ ବ୍ୟାନର ମାନ ଥିଲା ଯେଉଁଥିରେ ବିଭିନ୍ନ ପ୍ରକାର ସରକାର ବିରୋଧୀ ସ୍ଲୋଗାନ ମାନ ଲେଖା ଯାଇଥିଲା । ବାଚସ୍ପତି ସୁରମା ପାଢୀ ହଟ୍ଟଗୋଳ କରୁଥିବା ବିଧାୟକ ମାନଙ୍କୁ ନିଜ ନିଜ ଆସନକୁ ଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବାରମ୍ବାର ଅନୁରୋଧ କରିଥିଲେ । ହେଲେ ଏହାର କୌଣସି ପ୍ରକାର ପ୍ରଭାବ ବିରୋଧୀ ବିଧାୟକଙ୍କ ଉପରେ ପଡି ନ ଥିଲା । ଏହା ଫଳରେ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଗୃହକୁ 11.30 ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
11.30ରେ ଗୃହ କାର୍ଯ୍ୟ ପୁଣି ଥରେ ଆରମ୍ଭ ହେଲା ମାତ୍ରେ ସେହି ସମାନ ସ୍ଥିତି ଉତ୍ପନ୍ନ ହୋଇଥିଲା । ବିରୋଧୀ ବିଜେଡି ଓ କଂଗ୍ରେସ ଦଳର ବିଧାୟକ ମାନେ ଚାଷୀ ମାନଙ୍କ ସମସ୍ୟାକୁ ନେଇ ପୁଣି ଥରେ ହଟ୍ଟଗୋଳ ଆରମ୍ଭ କରି ଦେଇଥିଲେ । ସେମାନଙ୍କ ହାତରେ ବ୍ୟାନର ରହିଥିଲା । ସେମାନେ ନାରାବାଜୀ କରି ଗୃହର ମଧ୍ୟ ଭାଗକୁ ଚାଲି ଆସିଥିଲେ । ବାଚସ୍ପତି ସୁରମା ପାଢୀ ହଟ୍ଟଗୋଳ କରୁଥିବା ବିଧାୟକ ମାନଙ୍କୁ ପୁଣି ଥରେ ନିଜ ନିଜ ଆସନକୁ ଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବାରମ୍ବାର ଅନୁରୋଧ କରିଥିଲେ । ହେଲେ ସେମାନେ ହଟ୍ଟଗୋଳ ଜାରି ରଖିଥିଲେ । ଫଳରେ ବାଚସ୍ପତି 11.35 ମିନିଟରେ ଅପରାହ୍ନ 4ଟା ଯାଏ ଗୃହ କାର୍ଯ୍ୟ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
---------------
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ