
ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)- ପଳାଶୁଣୀରୁ
ହଂସପାଳ ମଧ୍ୟରେ ବଢୁଥିବା ଟ୍ରାଫିକ୍ ଭିଡ଼ ଯନ୍ତ୍ରଣା କମାଇବାକୁ ବଡ଼ ପଦକ୍ଷେପ ନେଇଛି କେନ୍ଦ୍ର
ସଡକ କର୍ତ୍ତୃପକ୍ଷ। ଏହି ରାସ୍ତାରେ ଦୀର୍ଘଦିନ ଧରି ସକାଳ ଓ ସନ୍ଧ୍ୟା ସମୟରେ ଭୟାବହ ଟ୍ରାଫିକ୍
ଜାମ୍ ସୃଷ୍ଟି ହେଉଥିଲା। ବିଶେଷକରି କଟକ–ଭୁବନେଶ୍ୱର ମଧ୍ୟରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏହା ବଡ଼ ସମସ୍ୟା ହୋଇପଡିଥିଲା।
ଭିଡ ନିୟନ୍ତ୍ରଣ କରିବା
ପାଇଁ ପଳାଶୁଣୀରେ ଆଉ ଗୋଟିଏ ନୂଆ ବ୍ରିଜ୍ ନିର୍ମାଣ କରାଯିବ ବୋଲି ସୂଚନା ଦେଇଛି ଏନଏଚଏଆଇ।
ବର୍ତ୍ତମାନ ୪ ଲେନ୍ ଥିବା ଏହି ରାସ୍ତାକୁ ୬ ଲେନ୍ କରିବା ପ୍ରସ୍ତାବ ରହିଛି। ଏହା ଫଳରେ
ଯାନବାହନ ଚଳାଚଳ ଅଧିକ ସହଜ ହେବ ଓ ଟ୍ରାଫିକ୍ ଭିଡ ବହୁ ଅଂଶରେ କମିବ ବୋଲି ଏନଏଚଏଆଇ
କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଏହି ପ୍ରକଳ୍ପ ପାଇଁ ପ୍ରାୟ
୨୫ କୋଟି ଟଙ୍କା ବ୍ୟୟ ହେବ ବୋଲି ଅଟକଳ କରାଯାଉଛି। ଦେଢ ବର୍ଷ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ
ରଖାଯାଇଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ସାଧାରଣ ଲୋକଙ୍କୁ ଭିଡ଼ ଯନ୍ତ୍ରଣାରୁ ମୁକ୍ତି ମିଳିବ
ବୋଲି ଆଶା କରାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା