ରାଉରକେଲା ଷ୍ଟିଲ ପ୍ଲାଁଟ ରୁ ପ୍ରତିଦିନ ସ୍ଲାଗ ଭିତରେ ଚୋରୀ ହୋଇ ବାହାରକୁ ଆସୁଥିବା ଲୁହା କାରବାର ଲାଗି ସରକାର କାହାକୁ ଶ୍ରେୟ ଦେବେ ?
ରାଉରକେଲା, ୧୯ ଫେବ୍ରୁଆରି (ହି.ସ.) - ରାଉରକେଲା ଷ୍ଟିଲ ପ୍ଲାଁଟରୁ ବିଗତ ୧୦ ବର୍ଷ ଧରି ମଇଳା ସ୍ଲାଗ ଟ୍ରକ ଭିତରେ ସିଆଇଏସଏଫ ର ଆଖିରେ ଆଙ୍ଗୁଳି ଗେଂଜି ବାହାରେ ପୁଲିସି ସହ ସାଲିସି କରି ୩ରୁ ୪ଟି ଗୋଦାମ ବ୍ରାହ୍ମଣୀତରଙ୍ଗ ଓ କୁଆଁରମୁଣ୍ଡା ଅଁଚଳରେ କରି ସେଠାରେ ଏହି ଲୁହାକୁ ରଖି ପରେ ଏହାକୁ କୋଟି କୋ
ରାଉରକେଲା ଷ୍ଟିଲ ପ୍ଲାଁଟ ରୁ ପ୍ରତିଦିନ ସ୍ଲାଗ ଭିତରେ ଚୋରୀ ହୋଇ ବାହାରକୁ ଆସୁଥିବା ଲୁହା କାରବାର ଲାଗି ସରକାର କାହାକୁ ଶ୍ରେୟ ଦେବେ ?


ରାଉରକେଲା, ୧୯ ଫେବ୍ରୁଆରି (ହି.ସ.) - ରାଉରକେଲା ଷ୍ଟିଲ ପ୍ଲାଁଟରୁ ବିଗତ ୧୦ ବର୍ଷ ଧରି ମଇଳା ସ୍ଲାଗ ଟ୍ରକ ଭିତରେ ସିଆଇଏସଏଫ ର ଆଖିରେ ଆଙ୍ଗୁଳି ଗେଂଜି ବାହାରେ ପୁଲିସି ସହ ସାଲିସି କରି ୩ରୁ ୪ଟି ଗୋଦାମ ବ୍ରାହ୍ମଣୀତରଙ୍ଗ ଓ କୁଆଁରମୁଣ୍ଡା ଅଁଚଳରେ କରି ସେଠାରେ ଏହି ଲୁହାକୁ ରଖି ପରେ ଏହାକୁ କୋଟି କୋଟି ଟଙ୍କାରେ ବିକୁ ଥିବା ଲୋକେ ଆଜି ପ୍ରାୟ ୫୦୦କୋଟିର ମାଲିକ ହେବା ଓ ଏନେଇ ପୁଲିସି , ସିବିଆଇ ଓ ଅଁଚଳ ବିଧାୟକ ମାନେ ନିରବ ରହିବା ମାମଲାରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କାହାକୁ ଶ୍ରେୟ ଦେବେ ଏବେ ସେନେଇ ରାଉରକେଲାରେ ଉଠିଛି ପ୍ରଶ୍ନ । ମାମଲାଟି ଅତି ସହଜ କଥା , ଅତିତରେ ରାଉରକେଲା ଷ୍ଟିଲ ପ୍ଲାଁଟରୁ ଦୁଇ ପାତ୍ର ଭାଇ ଡଂଫିଙ୍ଗ ନାମରେ ଅନେକ ସ୍କ୍ରାପ ଲୁହା ବାହାର କରୁଥିଲେ ଓ ସେ କାରବାରରେ କୁଆଡେ କିଛି ଗଡ ବଡି ଥିଲା ସେଥିଲାଗି ତାଙ୍କର ସେ ସମୟର ଦେଓଗାଁ ଅଫିସ ପାଖରେ କି ନେତା କି ଛତା ଙ୍କର ଭିଡ ଲାଗୁଥିଲା ଓ ସେମାନେ ସେଠାରୁ ଉପକୃତ ହୋଇ ଫେରୁଥିଲେ । କାଳ କ୍ରମେ ସେ ଦୁଇଭାଇଙ୍କର କାମ ବନ୍ଦ ହେଲା , ତାଙ୍କ ଅଫିସ ବନ୍ଦ ହେଲା , ଏବେ ସେହି ଅଁଚଳରେ ଅର୍ଥାତ ସାରନଗରୀ ଅଁଚଳରେ ବାହାରିଛନ୍ତି ଆଉ ଜଣେ ବାବୁ । ୧୦ ବର୍ଷ ତଳେ ସେ ଜଣେ ସାଧାରଣ ଛୋଟ ଠିକାଦାର ଥିଲେ, ହେଲେ କାଳ କ୍ରମେ ସେ ରାଉରକେଲା ଷ୍ଟିଲ ପା୍ଲଁଟରୁ ସ୍ଲାଗ ବାହାର କରିବା ଠିକା ପାଇବା ପରେ ତାଙ୍କର ସ୍ଲାଗ ଗାଡିରୁ ନିୟମିତ କୋଟି କୋଟି ଟଙ୍କାର ଚୋରା ଷ୍ଟିଲ ବାହାରକୁ ଆସୁଥିବା ଖବର ମିଳିଛି ।ଏହି ଲୁହା ବାହାରିବା ପରେ ଏହା ବହ୍ମ୍‌ଣୀତରଙ୍ଗ ଥାନା ସମ୍ମୁଖ ଦେଇ ଆରାମରେ ସେ ଅଁଚଳ ଓ ପାଖ କୁଆଁରମୁଣ୍ଡା ଅଁଚଳରେ ଥିବା ବାବୁଙ୍କର ଷ୍ଟକ ୟାର୍ଡକୁ ନିଆ ଯାଏ । ସେଠାରୁ ସେଗୁଡିକ ଆରାମରେ ବିକ୍ରୀ କରା ହୁଏ ।ଏଥିରେ ବାବୁ ତ ୧୦ ବର୍ଷ ଭିତରେ ଲାଲେଲାଲ ହେଲେ, ଅନେକ ମନ୍ଦୀର ମଠକୁ କୁଆଡେ ଦାନ କଲେ କିଛି ମିଡିଆକୁ ବି ପକେଟରେ ରଖିଲେ ହେଲେ ୨/୩ ଥାନା ପୁଲିସି ବାଲା ବି ମାଲେ ମାଲ ହୋଇ ଗଲେ ଓ ତାଙ୍କ ଉପର ବାବୁ ମାନେ ବି ଖୁସି ହୋଇ ଥାନା ଆଡେ ନଜର ଦେଲେନି ଫଳରେ ଲୋକେ ଥାନା ଗୁଡିକରେ ନ୍ୟାୟ ପାଇବା ପରିବେର୍ତ ଶୋଷଣର ଶୀକାର ହେଉଛନ୍ତି ବୋଲି ଏବେ ଆଲୋଚନା ଚାଲିଛି । ଖାଲି ସେତିକି ନୁହେଁ ସେ ବାବୁ ଏବେ ଏତେ କ୍ଷମତା ଶାଳି ହୋଇଛନ୍ତି ଯେ ସେ କୁଆଡେ ଏରିଆ ରଘୁନାଥ ପାଲ୍ଲୀ ବିଧାୟକ ମାନଙ୍କୁ ବି ନିୟନ୍ତ୍ରଣରେ ରଖୁଥିବା କୁହାଯାଉଛି । ତେବେ ଏହି ଚୋରା ଲୁହା ବାହାରକୁ ଆସିବା ପରେ ଏସବୁ ଯେେଉଁ ଘଟଣା ଗୁଡିକ ଘଟିଚାଲିଛି ତାହା ତ ଗୋଟାଏ ପକ୍ଷ ଅନ୍ୟ ପକ୍ଷରେ ରାଉରକେଲା ଷ୍ଟିଲ ପ୍ଲାଁଟ ର ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସଏଫ ସୁରକ୍ଷା ସଂସ୍ଥା ଏଭଳି କାରବାରକୁ କିଭଳି ଆଜିଯାଏ ୧୦ ବର୍ଷ ଧରି ଜାଣି ପାରିଲା ନାହିଁ ତାହା ମଧ୍ୟ ଜାଣିବା ଶୁଣିବା ମହଲରେ ପ୍ରଶ୍ନ ହେଉଛି । ଏଭଳି କାରବାର ଭିତରେ ଏହି କାରଖାନାକୁ ।ନେକ ଡାଇରେକ୍ଟର ଆସି ଗଲେଣି ହେଲେ ଦିନେ ହେଲେ ଏହି କାରବାର ଉପରେ କାହାର ନଜର ପଡିଲା ନାହିଁ । ଯାହା ଫଳରେ କାରଖାନାରୁ ଷ୍ଟିଲ ଚୋରୀ ବଢିବା ସହ ବାବୁ ମାନେ ମାଲା ମାଲ ହେଲେ କଥାକୁ ଆରଏସପି ବାବୁ ମାନେ ଲୁଚାଇକରି ରଖିଲେ ବୋଲି କୁହାଯାଉଛି । ଏହି କାରବାରକୁ ଦେଖିବା ଲାଗି ରାଉରକେଲା ସିବିଆଇ ମଧ୍ୟ ଦିନେ ହେଲେ ତତ୍ପରତା ଦେଖାଇ ନାହିଁ । କାରଣ ସବୁ ବାବୁ ମାନେ ରହିଲେ ଭୁବନେଶ୍ୱରରେ ଏଠାକାର ଅଫିସ କୁ ଯଗି ବସିଲେ କେବଳ ୨ଜଣ ସିପେଇ, ରଘୁନାଥପାଲ୍ଲୀ ବିଧାୟକ ହୁଅନ୍ତୁ କିମ୍ବା ରାଉରକେଲା ବିଧାୟକ ଏନେଇ ସେମାନେ କେବେ ହେଲେ ମୁହଁ ଖୋଲିଥିବାର ନଜିର ନାହିଁ ତେଣୁ କାରଖାନା ରୁ ଏହି ଭଳି ଚୋରୀ ନିୟମିତ ବଢିଚାଲିଥିବାର ଖବର ମିଳିଛି । ଏତେବଡ କାରବାର ଓ ଲୁଟକୁ ନେଇ ରାଜ୍ୟ ସରକାର କାହାକୁ ଶ୍ରେୟ ଦେବେ ତାହା ଏବେ ଜିଲ୍ଲା ଚର୍ଚ୍ଚା ଦରିଛି ।

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande