
ଧର୍ମଶାଳା,୧୯ଫେବ୍ରୃଆରୀ(ହି.ସ.) - ବ୍ରହ୍ମବରଦା ଥାନା ଅନ୍ତର୍ଗତ ଝାଲପଡା ପଂଚାୟତରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଷ୍ଟ ପ୍ରହରୀ ଭୋଜି ପରିବେଷଣ କରିବାକୁ କାକୁଡିକୁଦ ଗ୍ରାମରୁ ୫ଜଣ ଯୁବକ ଆସି ଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଯୁବକ ନିତ୍ୟକର୍ମ ସାରିବାକୁ ବାହାନା କରି ବାହାରକୁ ଆସିଥିଲେ । ରାତି ପ୍ରାୟ ପାଖାପାଖି ୯ଟା ସମୟରେ ଉକ୍ତ ଯୁବକ ନିଛାଟିଆ ସ୍ଥାନରେ ଭୋଜି ଖାଇବାକୁ ଆସୁଥିବା ଝାଲପଡା ଗ୍ରାମର ଜଣେ ନାବାଳିକାକୁ ଏକୁଟିଆ ପାଇ ଅସଦାଚରଣ କରିଥିଲା । ନାବଳିକା ଜଣ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପଂହଚି ଯୁବକକୁ କାବୁ କରିଥିଲେ । ଏନେଇ ନେଇ ବ୍ରହ୍ମବରଦା ଥାନାରେ ନାବଳିକା ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏହି ଘଟଣାରେ ପୁଲିସ ୨୯ା୨୬ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଯୁବକକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରିଣୀ ଜୟନ୍ତୀ ମଲ୍ଲିକ ସୂଚନା ଦେଇଛନ୍ତି । ଯୁବକ ଜଣକ ହେଲେ ବ୍ରହ୍ମବରଦା ଥାନା ଅନ୍ତର୍ଗତ କାକୁଡିକୁଦ ଗ୍ରାମର ବସନ୍ତ ସାହୁଙ୍କ ପୁଅ ଅକ୍ଷୟ ଓରଫ ମଣିଆ(୨୭) ବୋଲି ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ