ଗୁଜୁରାଟର କୁମ୍ଭଘାଟରେ ଟ୍ରକ୍‌-ଇକୋ ଧକ୍କାରେ ସାତ ଜଣଙ୍କର ମୃତ୍ୟୁ
ବଲସାଡ, ୨୦ ଫେବୃଆରୀ (ହି.ସ.)- ଶୁକ୍ରବାର ଦିନ ଗୁଜରାଟର ବଲସାଡ ଜିଲ୍ଲାର କପ୍ରଡା ତହସିଲର କୁମ୍ଭଘାଟରେ ବାପି-ଧରମପୁର ରାସ୍ତାରେ ଏକ ଦ୍ରୁତଗାମୀ ଟ୍ରକ୍ ଏବଂ ଏକ ଇକୋ କାର ମଧ୍ୟରେ ଧକ୍କା ହେବା ଫଳରେ ଘଟଣାସ୍ଥଳେ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଦୁଇଜଣ ଗୁରୁତର ଆହତ ହୋଇଥିଲେ। ପୁଲିସ ଅନୁଯାୟୀ, ଦ
ଗୁଜୁରାଟର କୁମ୍ଭଘାଟରେ ଟ୍ରକ୍‌-ଇକୋ ଧକ୍କାରେ ସାତ ଜଣଙ୍କର ମୃତ୍ୟୁ


ବଲସାଡ, ୨୦ ଫେବୃଆରୀ (ହି.ସ.)- ଶୁକ୍ରବାର ଦିନ ଗୁଜରାଟର ବଲସାଡ ଜିଲ୍ଲାର କପ୍ରଡା ତହସିଲର କୁମ୍ଭଘାଟରେ ବାପି-ଧରମପୁର ରାସ୍ତାରେ ଏକ ଦ୍ରୁତଗାମୀ ଟ୍ରକ୍ ଏବଂ ଏକ ଇକୋ କାର ମଧ୍ୟରେ ଧକ୍କା ହେବା ଫଳରେ ଘଟଣାସ୍ଥଳେ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଦୁଇଜଣ ଗୁରୁତର ଆହତ ହୋଇଥିଲେ।

ପୁଲିସ ଅନୁଯାୟୀ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଲୋକ କପ୍ରଡାର ଆମ୍ବା ଜଙ୍ଗଲ ଗାଁର ଗୋଟିଏ ପରିବାରର ସଦସ୍ୟ ଥିଲେ। କୁମ୍ଭଘାଟ ନିକଟରେ ଦୁର୍ଘଟଣା ଘଟିବା ସମୟରେ ସେମାନେ କପ୍ରଡାରୁ ନାନାପୋନ୍ଧା ଯାତ୍ରା କରୁଥିଲେ। ଧକ୍କା ଏତେ ଜୋରଦାର ଥିଲା ଯେ ଇକୋ କାରର ପଛ ପାର୍ଶ୍ୱ ସମ୍ପୂର୍ଣ୍ଣ ଚୂର୍ଣ୍ଣବିଚୂର୍ଣ୍ଣ ହୋଇଗଲା, ଏଥିରେ ଯାତ୍ରୀମାନେ ଭିତରେ ଫସି ରହିଗଲେ। ଦୁର୍ଘଟଣାର ଶବ୍ଦ ଶୁଣି ଆଖପାଖର ଲୋକମାନେ ଘଟଣାସ୍ଥଳକୁ ଦୌଡ଼ି ଆସି ଆହତମାନଙ୍କୁ ଉଦ୍ଧାର କରିବାରେ ସଫଳ ହେଲେ।

ମୃତକଙ୍କ ମଧ୍ୟରେ ପାଂଚ ଜଣ ପୁରୁଷ, ଜଣେ ମହିଳା ଏବଂ ଜଣେ ଶିଶୁ ଅଛନ୍ତି। ଆହତମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଛି। ଗୋଟିଏ ପରିବାରର ସାତ ଜଣ ସଦସ୍ୟଙ୍କ ମୃତ୍ୟୁ ଖବର ପାଇବା ପରେ ସମଗ୍ର ଅଂଚଳରେ ଶୋକ ଖେଳିଯାଇଛି। ସେମାନଙ୍କ ନାମ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଗାଁରେ ଶୋକର ପରିବେଶ ସୃଷ୍ଟି ହୋଇଛି।

ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର କାରଣ ତଦନ୍ତ କରାଯାଉଛି। ସମ୍ପୂର୍ଣ୍ଣ ବିବରଣୀ ଜଣାପଡିବା ପରେ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରାଯିବ।

-----------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande