ଉପରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ମେନ୍ସ ଆର୍ଥର
ନୂଆଦିଲ୍ଲୀ, 20 ଫେବ୍ରୁଆରି (ହି.ସ.)- ପ୍ୟାରିସ୍‌ର ଏକ ପ୍ରମୁଖ କମ୍ପାନୀ ‘ମିସ୍ଟ୍ରାଲ୍ ଏଆଇ’ର ସହ-ସଂସ୍ଥାପକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆର୍ଥର୍ ମେନ୍ଶ ଶୁକ୍ରବାର ଉପରାଷ୍ଟ୍ରପତି ଭବନରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କ ସହିତ ଭେଟିଛନ୍ତି। ଏହି
ଉପରାଷ୍ଟ୍ରପତିଙ୍କୁ     ସାକ୍ଷାତ କଲେ ମେନ୍ସ ଆର୍ଥର


ନୂଆଦିଲ୍ଲୀ, 20 ଫେବ୍ରୁଆରି (ହି.ସ.)- ପ୍ୟାରିସ୍‌ର

ଏକ ପ୍ରମୁଖ କମ୍ପାନୀ ‘ମିସ୍ଟ୍ରାଲ୍ ଏଆଇ’ର ସହ-ସଂସ୍ଥାପକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆର୍ଥର୍ ମେନ୍ଶ ଶୁକ୍ରବାର

ଉପରାଷ୍ଟ୍ରପତି ଭବନରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କ ସହିତ ଭେଟିଛନ୍ତି। ଏହି

ଉଚ୍ଚସ୍ତରୀୟ ବୈଠକରେ ଏଆଇ ପ୍ରଯୁକ୍ତିର ସାମାଜିକ ଏବଂ ଆର୍ଥିକ ଦିଗଗୁଡିକ ଉପରେ ଗଭୀର ଆଲୋଚନା

ହୋଇଥିଲା।

ମେନ୍ଶ ଏଠାରେ ଭାରତ

ମଣ୍ଡପମ୍‌ରେ ଆୟୋଜିତ ‘ଇଣ୍ଡିଆ ଏଆଇ ଇମ୍ପ୍ୟାକ୍ଟ ସମିଟ୍ 2026’ରେ ଅଂଶଗ୍ରହଣ କରିବା ପାଇଁ ଆସିଛନ୍ତି। ଉପରାଷ୍ଟ୍ରପତି ରାଧାକୃଷ୍ଣନ

ଏକ୍ସ ପୋଷ୍ଟରେ କହିଥିଲେ ଯେ, ଏହି ବୈଠକରେ ସେ ମେନ୍ଶଙ୍କ ସହିତ ମିଶି ଏଆଇକୁ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ କୃଷି ଭଳି କ୍ଷେତ୍ରରେ ସାର୍ବଜନୀନ କଲ୍ୟାଣ ଏବଂ ସାଧାରଣ

ଲୋକଙ୍କ ସମସ୍ୟାର ସମାଧାନ ପାଇଁ ବ୍ୟବହାର କରିବାରେ ଜୋର ଦେଇଥିଲେ।

ଏହା ସହିତ ଭାରତରେ ଏଆଇ

କ୍ଷେତ୍ରରେ ଦ୍ରୁତ ଗତିରେ ହେଉଥିବା ବୃଦ୍ଧିକୁ ଆଗକୁ ବଢ଼ାଇବାରେ ସକ୍ଷମ ମଜବୁତ ଏଆଇ ପ୍ରତିଭା

ଭଣ୍ଡାର ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande