ଏଆଇ ସମିଟରେ ଯୁବ କଂଗ୍ରେସର ବିକ୍ଷୋଭ, ଗିରଫ କଲା ପୋଲିସ
ନୂଆଦିଲ୍ଲୀ, 20 ଫେବ୍ରୁଆରି (ହି.ସ.)- ଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍‌ରେ ଚାଲିଥିବା ‘ଇଣ୍ଡିଆ ଏଆଇ ଇମ୍ପ୍ୟାକ୍ଟ ସମିଟ୍’ ସମୟରେ ଭାରତୀୟ ଯୁବ କଂଗ୍ରେସର କର୍ମୀମାନେ ଶୁକ୍ରବାର କେନ୍ଦ୍ର ସରକାର ବିରୋଧରେ ଏଠାରେ ପ୍ରଦର୍ଶନ କରିଥିଲେ। କର୍ମୀମାନେ ନିଜ ଟି-ଶର୍ଟ ଖୋଲି ପ୍ରଧାନମନ୍ତ୍ର
ବିକ୍ଷୋଭ


ନୂଆଦିଲ୍ଲୀ, 20 ଫେବ୍ରୁଆରି (ହି.ସ.)- ଦିଲ୍ଲୀସ୍ଥିତ

ଭାରତ ମଣ୍ଡପମ୍‌ରେ ଚାଲିଥିବା ‘ଇଣ୍ଡିଆ ଏଆଇ ଇମ୍ପ୍ୟାକ୍ଟ ସମିଟ୍’ ସମୟରେ ଭାରତୀୟ ଯୁବ କଂଗ୍ରେସର କର୍ମୀମାନେ ଶୁକ୍ରବାର କେନ୍ଦ୍ର

ସରକାର ବିରୋଧରେ ଏଠାରେ ପ୍ରଦର୍ଶନ କରିଥିଲେ। କର୍ମୀମାନେ ନିଜ ଟି-ଶର୍ଟ ଖୋଲି ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନାରାବାଜି କରିଥିଲେ। ବର୍ତ୍ତମାନ କଂଗ୍ରେସ କର୍ମୀମାନଙ୍କୁ ଗିରଫ

କରିଛି।

ଏହି ଘଟଣା ସମ୍ପର୍କରେ ଅତିରିକ୍ତ

ପୁଲିସ୍ ଆୟୁକ୍ତ ଦେବେଶ କୁମାର ମହଲା କହିଛନ୍ତି, “ଏହା ଆଜି ଦ୍ୱିପ୍ରହର ୧୨ଟା ୩୦ ମିନିଟ୍ ସମୟର ଘଟଣା। ସେମାନେ

କ୍ୟୁଆର୍ କୋଡ୍‌ ମାଧ୍ୟମରେ ଆବେଦନ କରି ଭିତରକୁ ପ୍ରବେଶ କରିଥିଲେ। ସେମାନେ ସ୍ୱେଟର୍ ଓ ଜାକେଟ୍

ପିନ୍ଧିଥିଲେ ଏବଂ ପରେ ହଲ୍ ନମ୍ବର ୫ର ଲବି ଏରିଆରେ ସେଗୁଡିକ ଖୋଲି ପ୍ରଦର୍ଶନ ଆରମ୍ଭ କରିଥିଲେ।”

ସେ ଆହୁରି କହିଥିଲେ ଯେ

କିଛି ଲୋକଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟମାନଙ୍କ ପରିଚୟ ଚିହ୍ନଟ କରାଯାଉଛି। ସମସ୍ତେ ଭାରତୀୟ

ଯୁବ କଂଗ୍ରେସର ସଦସ୍ୟ। ଏହାରେ ବିହାରର କୃଷ୍ଣା (୩୫), ଯିଏ ଭାରତୀୟ ଯୁବ କଂଗ୍ରେସର ଜାତୀୟ ସଚିବ; ବିହାରର କୁନ୍ଦନ ଯାଦବ (୩୩), ଯିଏ ପ୍ରଦେଶ ସଚିବ; ଉତ୍ତର ପ୍ରଦେଶର ଅଜୟ କୁମାର, ଯିଏ ପ୍ରଦେଶ ଉପାଧ୍ୟକ୍ଷ; ଏବଂ ତେଲଙ୍ଗାନାର ମହବୁବନଗରର ନରସିଂହ ଯାଦବ, ଯିଏ ଜାତୀୟ ସମନ୍ୱୟକ, ଅନ୍ତର୍ଭୁକ୍ତ ଅଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande