ବଜେଟ 206-27 : କେଉଁ ବିଭାଗକୁ କେତେ
ଭୁବନେଶ୍ୱର, ୨୦ ଫେବୃୟାରୀ (ହି.ସ) - ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଦିନ ୨୦୨୬-୨୭ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି। ମୋହନଙ୍କ ବଜେଟରେ ଅର୍ଥ ବିଭାଗକୁ ସର୍ବାଧିକ ୬୫ ହଜାର ୨୯୨ କୋଟି ଟଙ୍କା ମିଳିଛି। ସେହିପରି ପଂଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗକୁ ୩୪ ହଜାର ୧୬୬ କୋ
ମୋହନ ମାଝୀ


ଭୁବନେଶ୍ୱର, ୨୦ ଫେବୃୟାରୀ (ହି.ସ) - ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଦିନ ୨୦୨୬-୨୭ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି। ମୋହନଙ୍କ ବଜେଟରେ ଅର୍ଥ ବିଭାଗକୁ ସର୍ବାଧିକ ୬୫ ହଜାର ୨୯୨ କୋଟି ଟଙ୍କା ମିଳିଛି। ସେହିପରି ପଂଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗକୁ ୩୪ ହଜାର ୧୬୬ କୋଟି ଟଙ୍କା , ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗକୁ ୩୧ ହଜାର ୯୯୭ କୋଟି , ସ୍ୱାସ୍ଥ୍ୟ ବିଭାଗକୁ ୨୩ ହଜାର ୧୮୨ କୋଟି , ଜଳ ସମ୍ପଦ ବିଭାଗକୁ ୧୬ ହଜାର ୪୮୮ କୋଟି , ମହିଳା ଓ ଶିଶୁ ବିଭାଗକୁ ୧୬ ହଜାର ୧୫୨ କୋଟି , କୃଷି ବିଭାଗକୁ ୧୪ ହଜାର ୭୦୧ କୋଟି , ପୂର୍ତ ବିଭାଗ କୁ ୧୩ ହଜାର ୪୫୧ କୋଟି , ଗୃହ ବିଭାଗକୁ ୧୧ ହଜାର ୨୮ କୋଟି , ଗୃହ ଓ ନଗର ଉନ୍ନୟନ ବିଭାଗ କୁ ୧୦ ହଜାର ୫୬୭ କୋଟି , ଗ୍ରାମ୍ୟ ଉନ୍ନୟନ ବିଭାଗକୁ ୧୦ ହଜାର ୨୦୪ କୋଟି , ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତି କରଣ ବିଭାଗକୁ ୯ ହଜାର ୬୧୦ କୋଟି , ରାଜସ୍ୱ ବିପର୍ଯୟ ଓ ପରିଚାଳନା ବିଭାଗକୁ ୫ ହଜାର ୫୫୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

ସେହିପରି ସାଧାରଣ ପ୍ରଶାସନ ବିଭାଗ ପାଇଁ 805କୋଟି 11ଲକ୍ଷ , ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପାଇଁ 2271.64 କୋଟି ଟଙ୍କା, ଆଇନ ବିଭାଗ ପାଇଁ 1094.41 କୋଟି ଟଙ୍କା, ବାଣିଜ୍ୟ ବିଭାଗ ପାଇଁ 317 କୋଟି ଟଙ୍କା, ଓଡିଶା ବିଧାନସଭା ପାଇଁ 147.40 କୋଟି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପାଇଁ 1538.28 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଅନିସୂଚିତ ଜନଜାତି ଓ ଅନୁସୂଚିତ ଜାତି ଜନଜାତି କଲ୍ୟାଣ ବିଭାଗ ପାଇଁ 6649.33 କୋଟି ଟଙ୍କା, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ପାଇଁ 385.03 କୋଟି ଟଙ୍କା, କ୍ରୀଡା ଓ ଯୁବ ସେବା ବିଭାଗ ପାଇଁ 1359.29 କୋଟି ଟଙ୍କା, ପର୍ଯ୍ୟଟନ ବିଭାଗ ପାଇଁ 1022.75 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande