ହାତୀ ଭଳି ବଜେଟ ରେ ଜନ୍ଦା ଭଳି ଖର୍ଚ୍ଚ - ଅରୁଣ ସାହୁ
ଭୁବନେଶ୍ୱର, ୨୦ ଫେବୃୟାରୀ (ହି.ସ) - ବିଧାନସଭାରେ ଉପସ୍ଥାପିତ ହୋଇଥିବା ୨୦୨୬-୨୭ ବଜେଟ କୁ ବିଜେଡି ବିଧାୟକ ଅରୁଣ ସାହୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ହାତୀ ଭଳି ବଜେଟ ରେ ଜନ୍ଦା ଭଳି ଖର୍ଚ୍ଚ । ବେଲୁନ ଭଳି ପବନ ପଶିଛି ହେଲେ ଓଜନ ନାହିଁ। ଯେତିକି ନୂଆ ନା ଦେଇଛନ୍ତି କେବଳ ନାଁ ନେବା ପାଇଁ। ରାତ
ହାତୀ ଭଳି ବଜେଟ ରେ ଜନ୍ଦା ଭଳି ଖର୍ଚ୍ଚ - ଅରୁଣ ସାହୁ


ଭୁବନେଶ୍ୱର, ୨୦ ଫେବୃୟାରୀ (ହି.ସ) - ବିଧାନସଭାରେ ଉପସ୍ଥାପିତ ହୋଇଥିବା ୨୦୨୬-୨୭ ବଜେଟ କୁ ବିଜେଡି ବିଧାୟକ ଅରୁଣ ସାହୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ହାତୀ ଭଳି ବଜେଟ ରେ ଜନ୍ଦା ଭଳି ଖର୍ଚ୍ଚ । ବେଲୁନ ଭଳି ପବନ ପଶିଛି ହେଲେ ଓଜନ ନାହିଁ। ଯେତିକି ନୂଆ ନା ଦେଇଛନ୍ତି କେବଳ ନାଁ ନେବା ପାଇଁ। ରାତି ବଡ଼ ହେଲେ ରାତି ପାହିଲେ ବି ସ୍ୱପ୍ନ ସରିବନି। ଏ ସରକାର ହେଉଛନ୍ତି ଋଣର ସରକାର। ଋଣ ରୁ ବଜେଟ ଆକାର ବଢ଼େଇଛନ୍ତି। ଗତ ବର୍ଷ ବଜେଟ ଖର୍ଚ୍ଚ ହୋଇ ପାରିନି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande