ପୁରୀ କୋର୍ଟ ସ୍ଥାନାନ୍ତର ପ୍ରତିବାଦରେ ମାଳତୀପାଟପୁର ଠାରେ ଓକିଲଙ୍କ ରାସ୍ତାରୋକ, ଯାତାୟତ ଠପ୍
ପୁରୀ, ୨୦ ଫେବୃଆରୀ (ହି.ସ.)- ପୁରୀ କୋର୍ଟ ସ୍ଥାନାନ୍ତର ପ୍ରତିବାଦରେ ଆଜି ପୁରୀ ଓକିଲ ସଂଘ ପକ୍ଷରୁ ମାଳତୀପାଟପୁର ଛକ ଠାରେ ଜାତୀୟ ରାଜପଥ ଅବରୋଧ କରାଯାଇଛି । ସକାଳ ୯ଟା ଠାରୁ ଦିନ ୨ଟା ଯାଏଁ ଏହି ରାସ୍ତାରୋକ କରାଯାଇଛି । ଯାହାଫଳରେ ଶହ ଶହ ସଂଖ୍ୟାରେ ଯାନବାହନ ମାଳତୀପାଟପୁରରୁ ଚନ୍ଦନପୁର ମଧ୍ୟରେ
ମାଳତୀପାଟପୁର ଠାରେ ଓକିଲଙ୍କ ରାସ୍ତାରୋକ-୨


ମାଳତୀପାଟପୁର ଠାରେ ଓକିଲଙ୍କ ରାସ୍ତାରୋକ-୧


ମାଳତୀପାଟପୁର ଠାରେ ଓକିଲଙ୍କ ରାସ୍ତାରୋକ


ପୁରୀ, ୨୦ ଫେବୃଆରୀ (ହି.ସ.)- ପୁରୀ କୋର୍ଟ ସ୍ଥାନାନ୍ତର ପ୍ରତିବାଦରେ ଆଜି ପୁରୀ ଓକିଲ ସଂଘ ପକ୍ଷରୁ ମାଳତୀପାଟପୁର ଛକ ଠାରେ ଜାତୀୟ ରାଜପଥ ଅବରୋଧ କରାଯାଇଛି । ସକାଳ ୯ଟା ଠାରୁ ଦିନ ୨ଟା ଯାଏଁ ଏହି ରାସ୍ତାରୋକ କରାଯାଇଛି । ଯାହାଫଳରେ ଶହ ଶହ ସଂଖ୍ୟାରେ ଯାନବାହନ ମାଳତୀପାଟପୁରରୁ ଚନ୍ଦନପୁର ମଧ୍ୟରେ ଅଟକି ରହିଛି । ପୁରୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଗାଡି ଗୁଡିକ ମଧ୍ୟ ହରେକୃଷ୍ଣପୁର ଠାରୁ ଅଟକି ରହିଛି । ପୋଲିସ ପକ୍ଷରୁ ଅଠରନଳା, ହରେକୃଷ୍ଣପୁର ଛକ, ଚାରିଶ୍ରୀ-ମାଳତୀପାଟପୁର ଛକ, ଅଗ୍ନିଢାବା ଛକ ଓ ଚନ୍ଦନପୁର ବାଇପାସ୍ ଠାରେ ଯାନବାହନକୁ ସୁରକ୍ଷା ଦିଆଯାଇଛି । ଜିଲ୍ଲା କୋର୍ଟକୁ ବର୍ଦ୍ଧିତ କରାଯାଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଡିଆରଡିଏ), ତହସିଲ କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସଂଲଗ୍ନ କରାଗଲେ ନୂଆକୋର୍ଟ ହୋଇପାରିବ ବୋଲି ଆଇନଜିବୀମାନେ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ମଧୁର ଜଳ ଅଂଚଳକୁ ସ୍ଥାନାନ୍ତର କରାଗଲେ ଜଙ୍ଗଲ କ୍ଷୟ ହେବା ସହିତ ଜନଗହଳି, ଆଲୋକ ଓ ଶବ୍ଦ ଯୋଗୁଁ ଜଙ୍ଗଲରେ ଥିବା ହରିଣ ଓ ଅନ୍ୟାନ୍ୟ ବନ୍ୟଯନ୍ତୁମାନେ ଆତଙ୍କିତ ହେବାର ସମ୍ଭାବନା ରହିଛି । ଜିଲ୍ଲା ଓକିଲ ସଂଘ ପକ୍ଷରୁ ବିଭିନ୍ନ ପ୍ରତିବାଦ ଓ ଦାବିପତ୍ର ଦେବାପରେ ଆଜି ରାଜରାସ୍ତାରେ ଗାଡି ଅଟକାଇବାକୁ ବାଧ୍ୟ ହୋଇଛନ୍ତି । ଏହି ନିଷ୍ପତିକୁ ପୁର୍ନବିଚାର କରି ୧୬୨ ବର୍ଷର ଐତିହ୍ୟ ଜିଲ୍ଲା କୋର୍ଟକୁ ସ୍ଥାନାନ୍ତର ନକରିବା ପାଇଁ ପୁରୀର ଯୁବ ବିଧାୟକ ସୁନିଲ କୁମାର ମହାନ୍ତି ଗଣମାଧ୍ୟମକୁ ସୂଚନା ଦେବା ସହିତ ବିଧାନସଭାରେ ଦାବି କରିଛନ୍ତି । ଶ୍ରୀମନ୍ଦିର ଠାରୁ ପ୍ରସ୍ତାବିତ ନୂଆ କୋର୍ଟ ଅଂଚଳ ୫ କି.ମି.ରୁ ଉର୍ଦ୍ଧ୍ୱ ହେଉଥିବା ହେତୁ ମହକିଲମାନେ ଖର୍ଚ୍ଚାନ୍ତ ହେବେ । ଅଧିକାଂଶ ଆଇନଜିବୀଙ୍କ ଚ୍ୟାମ୍ବର ମନ୍ଦିର ପାଖାପାଖିରେ ଥିବାରୁ ମହକିଲ ଆଇନଜିବୀଙ୍କ ସହିତ ସକାଳୁ ପରାମର୍ଶ କରି ନୂଆ କୋର୍ଟକୁ ଯିବାପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ ବୋଲି ମହକିଲ ମାନେ କହିଛନ୍ତି । କୌଣସି ମତେ ପୁରୀ କୋର୍ଟକୁ ସ୍ଥାନାନ୍ତର କରିବାକୁ ଦିଆଯିବ ନାହିଁ ବୋଲି ପୁରୀ ଓକିଲ ସଂଘର ସଭାପତି ପ୍ରେମାନନ୍ଦ ମହାନ୍ତି, ସମ୍ପାଦକ ଶରତ ରାୟଗୁରୁ, ପୂର୍ବତନ ସମ୍ପାଦକ ସାରଦା ସାମଲ, ବିଭୂତିଶଙ୍କର ତ୍ରିପାଠୀ ଏବଂ ଜିଲ୍ଲା ଓକିଲ ସଂଘର ସମସ୍ତ ନିର୍ବାଚିତ ପ୍ରତିନିଧି ଓ ସଭ୍ୟମାନେ ନିଜ ଜିଦ୍ ରେ ଅଟଳ ରହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, କୋର୍ଟ ସ୍ଥାନାନ୍ତର ପ୍ରତିବାଦରେ ଆଜିକୁ ୩୫୦ ଦିନ ଧରି ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ଜାରି ରହିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande