ବିରସ୍ଵତୀ ପ୍ରାଥମିକ ବିଦ୍ୟାଳୟରେ ବିବାଦର ଅନ୍ତ, ଯୋଗଦେଲେ ପ୍ରଧାନ ଶିକ୍ଷକ
କେନ୍ଦ୍ରାପଡା, ୨୦ ଫେବୃଆରୀ (ହି.ସ.)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ଗ୍ରାମ ପଂଚାୟତରେ ଥିବା ବିରସ୍ୱତୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ହେଲା ବିବାଦ ଲାଗି ରହିଛି । ପ୍ରଧାନ ଶିକ୍ଷୟିତ୍ରୀ ଓ ସ୍କୁଲ ପରିଚାଳନା କମିଟି ମଧ୍ୟରେ ଲାଗି ରହିଥିବା ବିବାଦ ଦ୍ୱାରା ଛାତ୍ରଛାତ୍ରୀଙ
-ବିରସ୍ୱତୀ ପ୍ରାଥମିକ ବିଦ୍ୟାଳୟ ରେ ବିବାଦର ଅନ୍ତ, ଯୋଗଦେଲେ ପ୍ରଧାନ ଶିକ୍ଷକ


କେନ୍ଦ୍ରାପଡା, ୨୦ ଫେବୃଆରୀ (ହି.ସ.)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ଗ୍ରାମ ପଂଚାୟତରେ ଥିବା ବିରସ୍ୱତୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ହେଲା ବିବାଦ ଲାଗି ରହିଛି । ପ୍ରଧାନ ଶିକ୍ଷୟିତ୍ରୀ ଓ ସ୍କୁଲ ପରିଚାଳନା କମିଟି ମଧ୍ୟରେ ଲାଗି ରହିଥିବା ବିବାଦ ଦ୍ୱାରା ଛାତ୍ରଛାତ୍ରୀଙ୍କ ପୋଷାକ ବଣ୍ଟନ ଓ ବିଦ୍ୟାଳୟର ଉନ୍ନୟନମୂଳକ କାର୍ଯ୍ୟ ହୋଇପାରୁ ନଥିଲା । ଏନେଇ ସ୍କୁଲ ପରିଚାଳନା କମିଟିର ସଭାପତି ସୁବାଷ ଚନ୍ଦ୍ର ଜେନା ଓ ସରପଂଚ ପ୍ରସନ୍ନ ରାଉତ ବାରମ୍ବାର ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ । ଅଭିଯୋଗକୁ ଭିତିକରି ବ୍ଲକ ଶିକ୍ଷା ଅଧିକାରୀ ଶୁକ୍ରବାର ସ୍କୁଲର ପ୍ରଧାନ ଶିକ୍ଷକ ଭାବେ କୈଳାସ ଚନ୍ଦ୍ର ରାଉତଙ୍କୁ ନିଯୁକ୍ତି ଦେଇଛନ୍ତି ।

ସରପଂଚ ପ୍ରସନ୍ନ ରାଉତ, ସ୍କୁଲ ପରିଚାଳନା ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଜେନା, ପୂର୍ବତନ ଅଧ୍ୟକ୍ଷ ବିଜୟ ପ୍ରଧାନ, ସଭ୍ୟ ଚକ୍ରଧର ଜେନା, ସଭ୍ୟା ନିରୁପମା ଦାସ, ମିନୁ ଜେନା, ଭ୍ରମରବର ସ୍ୱାଇଁ, ଡଲି ମଲିକ, ରଶ୍ମିତା ସାହୁ, ସତ୍ୟଭାମା ଜେନା, ସୁମିତ୍ରା ସାହୁ ପ୍ରମୁଖ ଯୋଗ ଦେଇଥିବା ନୂତନ ପ୍ରଧାନ ଶିକ୍ଷକ ଶ୍ରୀ ରାଉତଙ୍କୁ ସ୍ୱାଗତ ସମ୍ବର୍ନ୍ଧନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande