ଦେଶି ମଦ ଚାଲାଣ ବେଳେ ଚଢଉ, ଜଣେ ଗିରଫ
ଜୟପୁର, ୨୦ ଫେବୃଆରୀ (ହି.ସ.)- ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ପକ୍ଷରୁ ଆଜି ଚଢଉ କରି ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲା କଳାଗୁଡାର ଅମିତ କୁଳଦିପ । ସୂଚନା ଅନୁଯାୟୀ, ଏକ ବାଇକରେ ଜୟପୁର ସହରକୁ ଦେଶି ମଦ ଚାଲାଣ ହେଉଥିବା ଖବର ପାଇ ଜୟପୁର ଅବକାରି ଥାନା ଆ
ଦେଶି ମଦ  ଚାଲାଣ ବେଳେ ଚଢାଉ, ଜଣେ ଗିରଫ


ଜୟପୁର, ୨୦ ଫେବୃଆରୀ (ହି.ସ.)- ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ପକ୍ଷରୁ ଆଜି ଚଢଉ କରି ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲା କଳାଗୁଡାର ଅମିତ କୁଳଦିପ । ସୂଚନା ଅନୁଯାୟୀ, ଏକ ବାଇକରେ ଜୟପୁର ସହରକୁ ଦେଶି ମଦ ଚାଲାଣ ହେଉଥିବା ଖବର ପାଇ ଜୟପୁର ଅବକାରି ଥାନା ଆଜି କୁନ୍ଦାରିଗୁଡା ସାହି ରାସ୍ତାରେ ଚଢଉ କରିଛି । ଚଢଉ କରି ୪୦ ଲିଟର ଦେଶି ମଦ ସହ ବାଇକ କୁ ଜବତ କରିଛି । ଗିରଫ ଅଭିଯୁକ୍ତକୁ ଆଜି କୋର୍ଟଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande