ବଜେଟ୍ ଉପସ୍ଥାପନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଦହି-ଚିନି ଖୁଆଇଲେ ରାଜ୍ୟପାଳ
ଭୁବନେଶ୍ୱର, ୨୦ ଫେବୃୟାରୀ (ହି.ସ) - ଓଡ଼ିଶା ବିଧାନସଭାରେ ଆର୍ôଥକ ବର୍ଷ ୨୦୨୬-୨୭ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ ପୂର୍ବରୁ ଶୁଭ ପ୍ରତୀକ ଭାବେ ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଆଜି ଲୋକ ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ‘ଦହି-ଚିନି’ ଖୁଆଇଛନ୍ତି । ଏହି ସାକ୍ଷାତକାର ସମ
Gov CM


ଭୁବନେଶ୍ୱର, ୨୦ ଫେବୃୟାରୀ (ହି.ସ) - ଓଡ଼ିଶା ବିଧାନସଭାରେ ଆର୍ôଥକ ବର୍ଷ ୨୦୨୬-୨୭ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ ପୂର୍ବରୁ ଶୁଭ ପ୍ରତୀକ ଭାବେ ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଆଜି ଲୋକ ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ‘ଦହି-ଚିନି’ ଖୁଆଇଛନ୍ତି ।

ଏହି ସାକ୍ଷାତକାର ସମୟରେ ଅର୍ଥ ବିଭାଗ ଦାୟିତ୍ୱ ରଖିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଗାମୀ ବଜେଟ୍ ପ୍ରସ୍ତାବଗୁଡ଼ିକର ରୂପରେଖ ଓ ପ୍ରାଥମିକତା ବିଷୟରେ ରାଜ୍ୟପାଳଙ୍କ ସହ ଆଲୋଚନା କରିଥିଲେ। ଏହି ସୌଜନ୍ୟମୂଳକ ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ବିଧାନସଭାରେ ଓଡ଼ିଶା ବଜେଟ୍ ୨୦୨୬-୨୭ ଉପସ୍ଥାପନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande