
ଜୟପୁର, ୨୦ ଫେବୃଆରୀ (ହି.ସ.)- ଜୟପୁର ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟରେ ଆଜି ହିରା ସିସାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏନସିସି ନିର୍ଦ୍ଦେଶାଳୟ ଓଡିଶା ତରଫରୁ ଫେବୃଆରୀ ୫ ତାରିଖରେ ପୁରସ୍କାର ବିତରଣ ଉତ୍ସବ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହିରା ସିସା ଜାତୀୟ ଶିକ୍ଷାର୍ଥି ବାହିନୀ ସଂଗଠନରେ ସେବା କରୁଥିବା ସମୟରେ ତଥା ତାଙ୍କର ପର୍ବତାରୋହଣ ଶିବିରରେ ସାହାସ ପ୍ରଦର୍ଶନ କରିଥିବାରୁ ଜାତୀୟ ଶିକ୍ଷାର୍ଥି ବାହିନୀର ପ୍ରତିଛବି ବୃଦ୍ଧି ପାଇଛି ଏବଂ ଓଡିଶା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ତାଙ୍କର ଏଭଳି କୃତିତ୍ୱ ପାଇଁ କମାଣ୍ଡର ବିକ୍ରମ ସିଂହ, ଡେପୁଟି ଡାରରେକ୍ଟର ଜେନେରାଲ, ଏନସିସି ନିର୍ଦ୍ଦେଶାଳୟ ଓଡିଶା କବିତା ସ୍ମାରକୀ ପୁରସ୍କାର ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମ କଳିଙ୍ଗ ଷ୍ଟାଡିୟମ ଆଡିଟୋରିୟମରେ ଆୟୋଜିତ ହୋଇଥିଲା । ଏଭଳି କୃତିତ୍ୱ ପାଇଁ ହୀରା ସିସାଙ୍କୁ ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟର କୁଳସଚିବ ମହେଶ୍ୱର ଚନ୍ଦ୍ର ନାୟକ, ଲ୍ୟାପ୍ଟନାଣ୍ଟ ସନ୍ତୋଷିନି ମୁଣ୍ଡା ସମ୍ବର୍ଦ୍ଧନା ଜଣାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି