ଏଆଇ ସମ୍ମିଳନୀରେ ଯୁବ କଂଗ୍ରେସର ପ୍ରଦର୍ଶନ ନିଶ୍ଚିତ ଲଜ୍ଜାଜନକ ବୋଲି କହିଛନ୍ତି ଖଣ୍ଡେଲୱାଲ
ନୂଆଦିଲ୍ଲୀ, ୨୦ ଫେବୃଆରୀ (ହିସ)- ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ପ୍ରବୀଣ ଖଣ୍ଡେଲୱାଲ ଶୁକ୍ରବାର ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ଭାରତୀୟ ଯୁବ କଂଗ୍ରେସର ପ୍ରତିବାଦ ଏବଂ ଆପତିଜନକ ଆଚରଣକୁ ନିଶ୍ଚିତ ଲଜ୍ଜାଜନକ ବୋଲି ବର୍ଣ୍ଣନା କରି କଂଗ୍ରେସକୁ ଏକ ବିଫଳ ରାଜନୈତିକ ଦଳ ବୋଲି କ
ଏଆଇ ସମ୍ମିଳନୀରେ ଯୁବ କଂଗ୍ରେସର ପ୍ରଦର୍ଶନ ନିଶ୍ଚିତ ଲଜ୍ଜାଜନକ ବୋଲି କହିଛନ୍ତି ଖଣ୍ଡେଲୱାଲ


ନୂଆଦିଲ୍ଲୀ, ୨୦ ଫେବୃଆରୀ (ହିସ)- ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ପ୍ରବୀଣ ଖଣ୍ଡେଲୱାଲ ଶୁକ୍ରବାର ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ଭାରତୀୟ ଯୁବ କଂଗ୍ରେସର ପ୍ରତିବାଦ ଏବଂ ଆପତିଜନକ ଆଚରଣକୁ ନିଶ୍ଚିତ ଲଜ୍ଜାଜନକ ବୋଲି ବର୍ଣ୍ଣନା କରି କଂଗ୍ରେସକୁ ଏକ ବିଫଳ ରାଜନୈତିକ ଦଳ ବୋଲି କହିଛନ୍ତି।

ଖଣ୍ଡେଲୱାଲ କହିଛନ୍ତି ଯେ ଯେତେବେଳେ ଦେଶ କୃତ୍ରିମ ବୁଦ୍ଧିମତା (ଏଆଇ), ନବସୃଜନ ଏବଂ ଭାରତର ପ୍ରଯୁକ୍ତିବିଦ୍ୟା ଭବିଷ୍ୟତ ଉପରେ ଗମ୍ଭୀରତାର ସହିତ ବିଚାର କରୁଥିଲା, ସେତେବେଳେ ଏପରି ଅଶ୍ଳୀଳ ଏବଂ ଧ୍ୟାନ ଆକର୍ଷଣକାରୀ ନଗ୍ନ ପ୍ରଦର୍ଶନ ଏକ ଗମ୍ଭୀର ଜାତୀୟ ମଂଚର ମର୍ଯ୍ୟାଦାକୁ ଅପବିତ୍ର କରିବା ସହିତ ସମାନ।

ସେ କହିଛନ୍ତି ଯେ ଯୁବ କଂଗ୍ରେସ କର୍ମୀଙ୍କ ଆଚରଣ ଦେବାଳିଆ ମାନସିକତାକୁ ପ୍ରକାଶ କରେ ଯାହା ଆଜି କଂଗ୍ରେସ ଦଳର ପରିଚୟ ପାଲଟିଛି। ଚାନ୍ଦନୀ ଚୌକ ସାଂସଦ ଖଣ୍ଡେଲୱାଲ କହିଛନ୍ତି ଯେ ଧାରଣା, ନୀତି ବିକଳ୍ପ ଏବଂ ଅର୍ଥପୂର୍ଣ୍ଣ ବିତର୍କ ଉପସ୍ଥାପନ କରିବା ପରିବର୍ତେ, କଂଗ୍ରେସ ଦଳ ନାଟକ, ଉତେଜନା ଏବଂ ବିଶୃଙ୍ଖଳାର ରାଜନୀତିରେ ଲିପ୍ତ ହେଉଛି। ଏହି ଆଚରଣ କେବଳ ରାଜନୈତିକ ହତାଶାକୁ ପ୍ରତିଫଳିତ କରେ ନାହିଁ ବରଂ ଦେଶର ଯୁବପିଢ଼ିଙ୍କ ଆକାଂକ୍ଷାରୁ ଏହାର ସମ୍ପୂର୍ଣ୍ଣ ବିଚ୍ଛିନ୍ନତାକୁ ମଧ୍ୟ ପ୍ରମାଣିତ କରେ।

---------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande