୯ ଦଫା ଦାବି ନେଇ କୋରାପୁଟ କେନ୍ଦ୍ରିୟ ବିଶ୍ଵବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ
ଜୟପୁର, ୨୦ ଫେବୃଆରୀ (ହି.ସ.)- କୋରାପୁଟ କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି । ୯ ଦଫା ଦାବି ନେଇ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି ଛାତ୍ରଛାତ୍ରୀ । ଏପରିକି ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ଅଧ୍ୟାପକ ଓ କର୍ମଚାରୀଙ୍କୁ ମଧ୍ୟ ବିଶ୍ୱବିଦ୍ୟାଳ
୯ ଦଫା ଦାବି ନେଇ କୋରାପୁଟ କେନ୍ଦ୍ରିୟ ବିଶ୍ଵବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ


ଜୟପୁର, ୨୦ ଫେବୃଆରୀ (ହି.ସ.)- କୋରାପୁଟ କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି । ୯ ଦଫା ଦାବି ନେଇ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି ଛାତ୍ରଛାତ୍ରୀ । ଏପରିକି ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ଅଧ୍ୟାପକ ଓ କର୍ମଚାରୀଙ୍କୁ ମଧ୍ୟ ବିଶ୍ୱବିଦ୍ୟାଳୟକୁ ପ୍ରବେଶ କରାଇଦେଉନଥିବା ସୂଚନା ମିଳିଛି ।

ସେମାନଙ୍କର ୯ ଦଫା ଦାବି ମଧ୍ୟରେ ପ୍ରମୁଖ ଦାବି ରହିଛି ବସ୍ ବ୍ୟବସ୍ଥା, ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ ଏବଂ ୱାଇଫାଇ ସମସ୍ୟାର ସମାଧାନ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande