କର୍ଣ୍ଣାଟକର ବାଗଲକୋଟରେ ଶିବାଜୀ ଜୟନ୍ତୀ ଶୋଭାଯାତ୍ରା ଉପରକୁ ପଥରମାଡ, ନିୟନ୍ତ୍ରଣରେ ସ୍ଥିତି
ବାଗଲକୋଟ, 20 ଫେବ୍ରୁଆରି (ହି.ସ.)- ବାଗଲକୋଟସହରରେ ଗୁରୁବାର ରାତିରେ, ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ବାହାରୁଥିବା ଶୋଭାଯାତ୍ରା ସମୟରେ ପଥର ଫିଙ୍ଗିବା ଘଟଣାରୁ ଉତ୍ତେଜନା ଦେଖାଦେଇଛି । ଘଟଣା ସହରର କିଲ୍ଲା ଓଣୀ ଅଞ୍ଚଳରେ ସେତିକିବେଳେ ଘଟିଥିଲା ଯେତେବ
ଜୟନ୍ତୀ


ବାଗଲକୋଟ, 20 ଫେବ୍ରୁଆରି (ହି.ସ.)- ବାଗଲକୋଟସହରରେ ଗୁରୁବାର ରାତିରେ, ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ବାହାରୁଥିବା ଶୋଭାଯାତ୍ରା ସମୟରେ ପଥର

ଫିଙ୍ଗିବା ଘଟଣାରୁ ଉତ୍ତେଜନା ଦେଖାଦେଇଛି ।

ଘଟଣା ସହରର କିଲ୍ଲା ଓଣୀ

ଅଞ୍ଚଳରେ ସେତିକିବେଳେ ଘଟିଥିଲା ଯେତେବେଳେ ଶୋଭାଯାତ୍ରା ଏକ ମସଜିଦ୍ ନିକଟରେ ପହଁଚିଥିଲା।

ଅଭିଯୋଗ ଅନୁସାରେ ଏହି ସମୟରେ ଦୁଇଟି ପଥର ଶୋଭାଯାତ୍ରା ଉପରେ ପଡ଼ିଥିଲା, ଯାହା ପରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ

ଚାଲିଯାଇଥିଲା।

ଘଟଣାରେ ହିନ୍ଦୁ

କାର୍ଯ୍ୟକର୍ତ୍ତା ପ୍ରକାଶ ଅର୍କେରୀଙ୍କ ମୁଣ୍ଡରେ ଆହତ ହୋଇଥିଲା। ତାଙ୍କୁ ଘରୋଇ ହସ୍ପିଟାଲ୍‌ରେ

ଭର୍ତ୍ତି କରାଯାଇଥିଲେ। ଏହି ସମୟରେ ପରିବା ବଜାର ଅଞ୍ଚଳରେ ତିନିଟି ଠେଲା ଗାଡ଼ିରେ ନିଆଁ

ଲଗାଯାଇଥିଲା। ପ୍ରଭାବିତ ବ୍ୟବସାୟୀ ଜନ୍ନତବୀ ଦୋଡ଼ମନୀ କହିଛନ୍ତି ଯେ ତାଙ୍କର ଠେଲା ଗାଡ଼ି

ପୁରି ଜଳି ଭସ୍ମୀଭୂତ ହୋଇଯାଇଥିଲା ।

ସୂଚନା ମିଳିବା ମାତ୍ରେ

ପୋଲିସ ଘଟଣାସ୍ଥଳରେ ପହଁଚି ଅବସ୍ଥାକୁ ନିୟନ୍ତ୍ରଣ କରିଛନ୍ତି। ସିଦ୍ଧାର୍ଥ ଗୋଏଲକହିଛନ୍ତି ଯେ ପରିସ୍ଥିତିରେ ନିୟନ୍ତ୍ରଣ ହାସଲ ହୋଇଛି। ସ୍ଥାନରେ

ଅତିରିକ୍ତ ପୋଲିସ ବଳ ମୁତୟନ କରାଯାଇଛି। ଘଟଣା ସହିତ ସଂପର୍କିତ ଭିଡିଓ ଫୁଟେଜର ତଦନ୍ତ

କରାଯାଉଛି। ପୋଲିସ ଅଭିଯୋଗକାରୀଙ୍କୁ ଚିହ୍ନଟ କରି ଶୀଘ୍ର ଗିରଫଦାରି ଆଶ୍ୱାସନା ଦେଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande