କେନ୍ଦ୍ରାପଡ଼ାରେ ହେବ ବିଶ୍ୱବିଦ୍ୟାଳୟ, ଜାହାଜ ତିଆରି କ୍ଲଷ୍ଟର ମୋହନ ସରକାରଙ୍କ ନିଷ୍ପତିକୁ ବ୍ୟାପକ ସ୍ୱାଗତ
କେନ୍ଦ୍ରାପଡ଼ା,୨୦ ଫେବୃଆରୀ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାରେ ନୂତନ ବିଶ୍ୱବିଦ୍ୟାଳୟ, ଜାହାଜ ତିଆରି କ୍ଲଷ୍ଟ ଓ ଶ୍ରୀ ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ଆଜି ଘୋଷଣା କରିଛନ୍ତି। ଏହି ଖବର ଜଣାପଡ଼ିବା ପରେ କେନ୍ଦ୍ରା
କେନ୍ଦ୍ରାପଡ଼ାରେ ହେବ ବିଶ୍ୱବିଦ୍ୟାଳୟ, ଜାହାଜ ତିଆରି କ୍ଲଷ୍ଟର ମୋହନ ସରକାରଙ୍କ ନିଷ୍ପତିକୁ ବ୍ୟାପକ ସ୍ୱାଗତ


କେନ୍ଦ୍ରାପଡ଼ା,୨୦ ଫେବୃଆରୀ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାରେ ନୂତନ ବିଶ୍ୱବିଦ୍ୟାଳୟ, ଜାହାଜ ତିଆରି କ୍ଲଷ୍ଟ ଓ ଶ୍ରୀ ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ଆଜି ଘୋଷଣା କରିଛନ୍ତି। ଏହି ଖବର ଜଣାପଡ଼ିବା ପରେ କେନ୍ଦ୍ରାପଡ଼ାରେ ବିଭିନ୍ନ ସ୍ତରରୁ ସରକାରଙ୍କ ନିଷ୍ପତିକୁ ସ୍ୱାଗତ କରାଯାଇଛି। ବହୁଦିନରୁ କେନ୍ଦ୍ରାପଡ଼ାରେ ସରକାରୀ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଦାବି କରାଯାଉଥିବାବେଳେ ଏହା ହେବ ବୋଲି ରାଜ୍ୟ ସରକାର ଘୋଷଣା କରିବା ସହ ମହାକାଳପଡ଼ାରେ ମହାନଦୀ ଭିତିକ ଏକ ଜାହାଜ ତିଅରି କ୍ଲଷ୍ଟର ପାଇଁ ପାରାଦ୍ୱୀପ ବନ୍ଦର ଓ ଓଡ଼ିଶା ମେରିଟାଇନ ବୋର୍ଡ଼ ମଧ୍ୟରେ ଏକ ୨୨ ହଜାର ୭୦୦ କୋଟି ଟଙ୍କାର ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଘୋଷଣା ଜିଲ୍ଲାର ବିକାଶକୁ ତ୍ୱରାନିତ୍ୱ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି, ସାଂସଦ ବୈଜୟନ୍ତ ପଣ୍ଡା ଓ ମହାକାଳପଡ଼ା ବିଧାୟକ ଡ଼ଃ ଦୁର୍ଗା ପ୍ରସନ୍ନ ନାୟକ ପ୍ରମୁଖଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି। ବିଜେପି ନେତ୍ରୀ ଗୀତାଞ୍ଜଳୀ ସେଠୀ, ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ, ପୂର୍ବତନ ସଭାପତି କିଶୋର କୁମାର ପଣ୍ଡା, ସାଧାରଣ ସଂପାଦକ ଅମିତାବ ସୁଆର, ଅଭିମନ୍ୟୁ ଗୋଛାୟତ, ଉପୀନ କୁମାର ରାଉତ, ପ୍ରତାପ ଦାସ, ନେହେରୁ ସାହୁ, ପ୍ରଶାନ୍ତ ସେଠୀ, ଦୁର୍ଯ୍ୟୋଧନ ସାହୁ ପ୍ରମୁଖ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande