
ଜୟପୁର, ୨୦ ଫେବ୍ରୁଆରି (ହି.ସ.) - ଅବିଭକ୍ତ କୋରାପୁଟ ଜିଲ୍ଲା ତଥ ଜୟପୁର ସହରର ପ୍ରତିଷ୍ଠିତ ହୋଟେଲ ମାଲିକ ଅମର ସାହୁଙ୍କ ଆଜି ବିଶାଖପାଟଣା ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ବିୟୋଗ ୭୯ ବର୍ଷ ବୟସରେ ବିୟୋଗ ହୋଇଯାଇଛି । ସ୍ୱର୍ଗତ ସାହୁ ଆଜି ପୂର୍ବାହ୍ନ ସାଢେ ଗୋଟାଏ ସମୟରେ ବିଶାଖପାଟଣା ଘରୋଇ ଚିକିତ୍ସାଳୟରେ ବିୟୋଗ ହୋଇଥିବା ନେଇ ଡାକ୍ତର ଘୋଷଣା କରିଥିଲେ । ତାଙ୍କୁ ଏକ ଶବ ବାହାକ ଗାଡିରେ ଜୟପୁର ଅଣାଯାଇ ରାତିରେ ଅନ୍ତେଷ୍ଟ୍ରିକ୍ରିୟା କରାଯିବ ବୋଲି ସୂଚନା ମିଳିଛି । ଗତ କିଛି ଦିନ ପୂର୍ବରୁ ଜୟପୁର ଗାଧୁଆ ଗୃହରେ ଖସି ପଡିଯାଇଥିଲେ ଫଳରେ ମୁଣ୍ଡର ଆଘାତ ଲାଦିଥିଲା। ତାଙ୍କୁ ତୁରନ୍ତ ବିଶାଖପାଟଣା ଏକ ଘରୋଇ ଚିକିତ୍ସାଳୟକୁ ନିଆଯାଇ ଚିକିତ୍ସିତ କରାଯାଇଥିଲା । ଏହିପରି ମୁଖ କର୍କଟ ରୋଗରେ ଶୀକାର ହୋଇଥିଲେ ସୁଦ୍ଧା ସେଥିରୁ ସୁସ୍ଥ ହୋଇଥିଲେ । କିନ୍ତୁ ହଠାତ ଏହିପରି ପଡିଯିବା ଯୋଗୁଁ ତାଙ୍କ ଅବସ୍ଥା ଗରୁତର ହୋଇଯାଇଥିଲା । ମୁଖ୍ୟତଃ ବିହାର ରାଜ୍ୟର ବାସିନ୍ଦା ହୋଇଥିଲେ ସୁଦ୍ଧା ଦୀର୍ଘ ୪୫ ବର୍ଷରୁ ଉର୍ଦ୍ଧ୍ୱ ଜୟପୁର ସହରରେ ରହି ଆସୁଥିବା ବେଳେ ପୁରାତନ ହୋଟେଲ ଅପସରାର ମାଲିକ ଏବଂ ଜଣେ ମିଷ୍ଟଭାଷୀ, ପରୋପକାରୀ ଭାବେ ତାଙ୍କର ପରିଚିତ ରହିଥିଲା । ତାଙ୍କ ବିୟୋଗ ସମୟରେ ପତ୍ନୀ ପଦ୍ନା ସାହୁ, ପୁଅ ବିବେକ, ପୁତ୍ରବଧୁ ଏବଂ ପରିବାର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ସ୍ୱର୍ଗତ ସାହୁର ବିୟୋଗରେ ଜୟପୁର ସହର ସମେତ କୋରାପୁଟ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି