ରାମ୍ପ ଅଧୀନରେ ଏମଏସଏମଇମାନଙ୍କ ପାଇଁ କେନ୍ଦ୍ରିତ ପ୍ରଶିକ୍ଷଣ – ଏଚଏଏଲ ସହ ୱେଣ୍ଡର ଡେଭେଲପମେଣ୍ଟ ପ୍ରୋଗ୍ରାମ କୋରାପୁଟରେ ଆୟୋଜିତ
ଜୟପୁର, ୨୦ ଫେବୃଆରୀ (ହି.ସ.)- ରାଇଜିଂ ଏଣ୍ଡ ଏକ୍ସେଲେରେଟିଂ ଏମଏସଏମଇ ପର୍ଫର୍ମାନ୍ସ (ରାମ୍ପ) ଉଦ୍ୟମ ଅଧୀନରେ ଏବଂ ହିନ୍ଦୁସ୍ଥାନ ଏରୋନାଉଟିସସ ଲିମିଟେଡ଼ ସହ ୱେଣ୍ଡର ଡିଭେଲପମେଣ୍ଟ ପ୍ରୋଗ୍ରାମ (ଭିଡିପି ) ଅନୁସାରେ ଏମଏସଏମଇମାନଙ୍କ ପାଇଁ ଏକ କେନ୍ଦ୍ରିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨୦ ଫେବୃଆରୀ ୨୦୨
ରାମ୍ପ ଅଧୀନରେ ଏମଏସଏମଇମାନଙ୍କ ପାଇଁ କେନ୍ଦ୍ରିତ ପ୍ରଶିକ୍ଷଣ – ଏଚଏଏଲ ସହ ୱେଣ୍ଡର ଡିଭେଲପମେଣ୍ଟ ପ୍ରୋଗ୍ରାମ କୋରାପୁଟରେ ଆୟୋଜିତ


ଜୟପୁର, ୨୦ ଫେବୃଆରୀ (ହି.ସ.)-

ରାଇଜିଂ ଏଣ୍ଡ ଏକ୍ସେଲେରେଟିଂ ଏମଏସଏମଇ ପର୍ଫର୍ମାନ୍ସ (ରାମ୍ପ) ଉଦ୍ୟମ ଅଧୀନରେ ଏବଂ ହିନ୍ଦୁସ୍ଥାନ ଏରୋନାଉଟିସସ ଲିମିଟେଡ଼ ସହ ୱେଣ୍ଡର ଡିଭେଲପମେଣ୍ଟ ପ୍ରୋଗ୍ରାମ (ଭିଡିପି ) ଅନୁସାରେ ଏମଏସଏମଇମାନଙ୍କ ପାଇଁ ଏକ କେନ୍ଦ୍ରିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨୦ ଫେବୃଆରୀ ୨୦୨୬ ତାରିଖରେ କୋରାପୁଟ ସ୍ଥିତ ସଦ୍ଭାବନା ସଭାଗୃହରେ ସଫଳତାର ସହ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମଟି ଡିରେକଟରଟେ ଅଫ ଏକ୍ସପୋର୍ଟ ପ୍ରୋମସନ ଏବଂ ମାର୍କେଟିଙ୍ଗ, ଓଡିଶା (ଡିଇପିଏମ), ଭୁବନେଶ୍ୱର ଦ୍ୱାରା ଜିଲ୍ଲା ଶିଳ୍ପ କେନ୍ଦ୍ର, ଜୟପୁର-କୋରାପୁଟ ସହ ସମନ୍ୱୟରେ ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମର ଆରମ୍ଭରେ ସଞ୍ଜୟ କୁମାର ମିଶ୍ର, ନିର୍ଦ୍ଦେଶକ, ଡିଇପିଏମ ଓଡିଶାଙ୍କ ଦ୍ୱାରା ସ୍ୱାଗତ ଭାଷଣ ପ୍ରଦାନ କରାଯାଇଥିଲା। ସେ ରାମ୍ପ ର ଉଦ୍ଦେଶ୍ୟ ଉପରେ ଆଲୋକପାତ କରି ଗଠିତ ୱେଣ୍ଡର ଡିଭେଲପମେଣ୍ଟ ପ୍ରୟାସ ମାଧ୍ୟମରେ ଏମଏସଏମଇମାନଙ୍କ ପାଇଁ ବଜାର ସଂଯୋଗ ଓ କ୍ରୟ ସୁଯୋଗକୁ ସୁଦୃଢ କରିବାର ଆବଶ୍ୟକତା ଉଲ୍ଲେଖ କରିଥିଲେ।

ଚିନ୍ମୟ ପରିଡା, ସାଧାରଣ ପ୍ରବନ୍ଧକ, ଜିଲ୍ଲା ଶିଳ୍ପ କେନ୍ଦ୍ର (ଡିଆଇସି), କୋରାପୁଟ, ସ୍ଥାନୀୟ ଉଦ୍ୟମମାନଙ୍କୁ ଏଚଏଏଲର ଆବଶ୍ୟକତାନୁସାରେ ତାଙ୍କ ଉତ୍ପାଦନ କ୍ଷମତାକୁ ସମନ୍ୱୟ କରି ସକ୍ରିୟ ଭାବରେ ୱେଣ୍ଡର ଭାବେ ନିବନ୍ଧନ କରିବାକୁ ଆହ୍ୱାନ କରିଥିଲେ। ଶୁଭେନ୍ଦୁ ଶେଖର ଦାସ, ଉପ ସାଧାରଣ ପ୍ରବନ୍ଧକ (ଇଣ୍ଟିଗ୍ରେଟେଡ୍ ମେଟିରିଆଲ୍ ମ୍ୟାନେଜମେଣ୍ଟ), ହଲ କୋରାପୁଟ, କ୍ରୟ ସୁଯୋଗ, ବିଭିନ୍ନ କ୍ରୟ ପ୍ରଣାଳୀ, ୱେଣ୍ଡର ନିବନ୍ଧନ ପ୍ରକ୍ରିୟା ଏବଂ ଏମଏସଇମାନଙ୍କ ପାଇଁ ପ୍ରାଥମିକତା ନୀତି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।

ରାମକୃଷ୍ଣ ରଥ, ମୁଖ୍ୟ ପ୍ରବନ୍ଧକ (ଆଉଟସୋର୍ସିଂ), ହଲ କୋରାପୁଟ, ଏମଏସଏମଇମାନଙ୍କ ପାଇଁ ଆଉଟସୋର୍ସିଂ ପ୍ରକ୍ରିୟା ଓ ଅନବୋର୍ଡିଂ ବ୍ୟବସ୍ଥା ବିଷୟରେ ବ୍ୟାଖ୍ୟା କରିଥିଲେ। ମନୋଜ ସତ୍ୟବାନ ମହାଜନ, ଜିଲ୍ଲାପାଳ ଓ ଜିଲ୍ଲା ମ୍ୟାଜିଷ୍ଟ୍ରେଟ, କୋରାପୁଟ, ଅଂଶଗ୍ରହୀମାନଙ୍କୁ ସମ୍ବୋଧନ କରି ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ଏମଏସଏମଇ ବିକାଶ ଓ ପ୍ରତିଷ୍ଠାନଗତ ସହଯୋଗ ବୃଦ୍ଧି ପାଇଁ ପୂର୍ଣ୍ଣ ସମର୍ଥନର ଆଶ୍ୱାସନ ଦେଇଥିଲେ।

ଶ୍ରୀମତୀ ପଙ୍କଜିନୀ ଦେହୁରୀ, ଖାଦ୍ୟ ସୁରକ୍ଷା ଅଧିକାରୀ, ଏଫଏସଏସଏଆଇ, ଖାଦ୍ୟ ସୁରକ୍ଷା ମାନଦଣ୍ଡ ଓ ଲାଇସେନ୍ସ ସମ୍ବନ୍ଧୀୟ ନିୟମାବଳୀ ବିଷୟରେ ମାର୍ଗଦର୍ଶନ କରିଥିଲେ। ସନ୍ତୋଷ ସାହୁ, ଜିଲ୍ଲା ସମନ୍ୱୟକାରୀ, ଏପିକଲ, କୃଷି ଆଧାରିତ ଉଦ୍ୟମ ପାଇଁ ଉପଲବ୍ଧ ସୁଯୋଗ ଓ ସରକାରୀ ସହାୟତା ଯୋଜନା ବିଷୟରେ ଆଲୋଚନା କରିଥିଲେ। ସୌରଭ ରଞ୍ଜନ ବାଗ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ପର୍ଯ୍ୟଟନ ସଂଲଗ୍ନ ଉଦ୍ୟମ ଓ ସ୍ଥାନୀୟ ପଣ୍ୟର ପ୍ରଚାର-ପ୍ରସାର ସମ୍ଭାବନା ବିଷୟରେ ସଙ୍କ୍ଷିପ୍ତ ଭାବେ ଆଲୋଚନା କରିଥିଲେ।

ପ୍ରଶ୍ନୋତ୍ତର ସତ୍ରରେ ଏମଏସଏମଇ ପ୍ରତିନିଧିମାନେ ୱେଣ୍ଡର ନିବନ୍ଧନ ସମସ୍ୟା, ଅନୁପାଳନ ଆବଶ୍ୟକତା, ଆର୍ଥିକ ସୀମାବଦ୍ଧତା ଓ ହାଣ୍ଡହୋଲ୍ଡିଂ ସହାୟତା ସମ୍ବନ୍ଧୀୟ ପ୍ରଶ୍ନ ଉଠାଇଥିଲେ। ସରକାର ଓ ହଲ ପକ୍ଷରୁ ସକ୍ରିୟ ସହଯୋଗ ପାଇଁ ଅନୁରୋଧ କରାଯାଇଥିଲା ଏବଂ ଉଭୟ ପକ୍ଷ ଯୋଗ୍ୟ ଏମଏସଏମଇମାନଙ୍କୁ କ୍ରୟ ପ୍ରକ୍ରିୟାରେ ସଫଳ ଭାଗୀଦାରି ପାଇଁ ଆବଶ୍ୟକ ମାର୍ଗଦର୍ଶନ ଓ ସମନ୍ୱୟ ସହଯୋଗ ପ୍ରଦାନ କରିବାକୁ ସମ୍ମତି ଜଣାଇଥିଲେ।

କାର୍ଯ୍ୟକ୍ରମର ଶେଷରେ ଦେବେନ୍ଦ୍ର ତ୍ରିପାଠୀ, ଲିଡ୍ ଜିଲ୍ଲା ପ୍ରବନ୍ଧକ, କୋରାପୁଟଙ୍କ ଦ୍ୱାରା ଶେଷ ଭାଷଣ ପ୍ରଦାନ କରାଯାଇଥିଲା। ସେ ଆର୍ଥିକ ପ୍ରସ୍ତୁତି ଓ ପ୍ରତିଷ୍ଠାନଗତ ଋଣ ସୁବିଧାର ସଦୁପଯୋଗ ମାଧ୍ୟମରେ ଉଦ୍ୟମ ବିସ୍ତାର ପାଇଁ ଉଦ୍ୟୋଗୀମାନଙ୍କୁ ପ୍ରେରିତ କରିଥିଲେ।

ଏହି କର୍ମଶାଳା ରାମ୍ପ ଅଧୀନରେ କୋରାପୁଟ ଜିଲ୍ଲାର ଏମଏସଏମଇମାନଙ୍କୁ ଜାତୀୟ ସପ୍ଲାଇ ଶୃଙ୍ଖଳା ସହ ସଂଯୋଜନ କରିବା ପାଇଁ ସରକାରୀ ବିଭାଗ, ଆର୍ଥିକ ସଂସ୍ଥା ଓ ହାଲ ମଧ୍ୟରେ ସହଯୋଗକୁ ଆହୁରି ସୁଦୃଢ କରିଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande