ସ୍ଥାନୀୟ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଠାରୁ ସାମଗ୍ରୀ କ୍ରୟ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ଝାରସୁଗୁଡ଼ା, ୨୦ ଫେବୃଆରୀ (ହି.ସ.)- ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଏକ ବିକ୍ରେତା ବିକାଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମ୍ବଲପୁରର ଏମସିଏଲ୍, ବାନହରପାଲିର ଓପିଜିସି ଲିମିଟେଡ୍, ବେଦାନ୍ତ ଲିମିଟେଡ୍ ଭଳି ବୃହତ ଶିଳ୍ପସଂସ୍ଥାର କ୍ରୟ ବିଭାଗ ମୁଖ୍ୟ ମାନଙ୍କ ସମେତ
ସ୍ଥାନୀୟ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଠାରୁ ସାମଗ୍ରୀ କ୍ରୟ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ


ଝାରସୁଗୁଡ଼ା, ୨୦ ଫେବୃଆରୀ (ହି.ସ.)- ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଏକ ବିକ୍ରେତା ବିକାଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମ୍ବଲପୁରର ଏମସିଏଲ୍, ବାନହରପାଲିର ଓପିଜିସି ଲିମିଟେଡ୍, ବେଦାନ୍ତ ଲିମିଟେଡ୍ ଭଳି ବୃହତ ଶିଳ୍ପସଂସ୍ଥାର କ୍ରୟ ବିଭାଗ ମୁଖ୍ୟ ମାନଙ୍କ ସମେତ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପ୍ରବନ୍ଧକ, ଜିଲ୍ଲା କ୍ଷୁଦ୍ର ଶିଳ୍ପ ସଂଘର ସଭାପତି ଏବଂ ଜିଲ୍ଲାର ଅନ୍ୟାନ୍ୟ ଏମଏସଏମଇ ଉଦ୍ୟୋଗୀମାନେ ଯୋଗ ଦେଇଥିଲେ। ଆଞ୍ଚଳିକ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ସ୍ଥାନୀୟ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ ) ଗୁଡ଼ିକ ଠାରୁ ଅଧିକ ପରିମାଣର ସାମଗ୍ରୀ କ୍ରୟ କରିବାକୁ ଜିଲ୍ଲାପାଳ ବୃହତ ଶିଳ୍ପ ସଂସ୍ଥାଗୁଡ଼ିକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଆଲୋଚନା ସମୟରେ ବିଭିନ୍ନ ବୃହତ ଶିଳ୍ପର କ୍ରୟ ବିଭାଗ ମୁଖ୍ୟମାନେ ସେମାନଙ୍କର ଆବଶ୍ୟକତା ଏବଂ ସେହି ସମସ୍ତ ସାମଗ୍ରୀର ଏକ ତାଲିକା ପ୍ରଦାନ କରିଥିଲେ, ଯାହା ସ୍ଥାନୀୟ ଏମଏସଏମଇଗୁଡ଼ିକ ଯୋଗାଇ ଦେଇପାରିବେ।ସ୍ଥାନୀୟ ଉଦ୍ୟୋଗୀମାନେ ଯେପରି ବୃହତ ଶିଳ୍ପର ଚାହିଦା ଓ ମାନ ଅନୁଯାୟୀ ସାମଗ୍ରୀ ପ୍ରସ୍ତୁତ କରି ସେମାନଙ୍କ ସହ ସଫଳ ବ୍ୟବସାୟିକ ସମ୍ପର୍କ ସ୍ଥାପନ କରିପାରିବେ, ସେଥିପାଇଁ ପ୍ରଶାସନ ପକ୍ଷରୁ ଏକ ସହାୟକ ବାତାବରଣ ସୃଷ୍ଟି କରାଯିବ। ବୃହତ ଶିଳ୍ପ ଓ ସ୍ଥାନୀୟ ଉଦ୍ୟୋଗୀଙ୍କ ମଧ୍ୟରେ ଏହି ସମନ୍ୱୟ ଜିଲ୍ଲାର ଶିଳ୍ପ କ୍ଷେତ୍ରରେ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସହାୟକ ହେବ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande