ବିହାରୀ ଶ୍ରମିକର ଛୁରାମାଡ଼ରେ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ
ଖୋର୍ଦ୍ଧା, ୨୦ ଫେବୃଆରୀ (ହି.ସ.)- ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅନ୍ତର୍ଗତ ଏକ ଘରୋଇ କମ୍ପାନୀ ପରିସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । କମ୍ପାନୀ ଭିତରେ ସାମାନ୍ୟ ବଚସାରୁ ଜଣେ ସହଯୋଗୀ ଶ୍ରମିକର ଛୁରାମାଡ଼ରେ ଅନ୍ୟ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ଓଡ଼ିଶାର ହୋଇଥିବା ବେଳେ
ବିହାରୀ


ଖୋର୍ଦ୍ଧା, ୨୦ ଫେବୃଆରୀ (ହି.ସ.)- ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅନ୍ତର୍ଗତ ଏକ ଘରୋଇ କମ୍ପାନୀ ପରିସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । କମ୍ପାନୀ ଭିତରେ ସାମାନ୍ୟ ବଚସାରୁ ଜଣେ ସହଯୋଗୀ ଶ୍ରମିକର ଛୁରାମାଡ଼ରେ ଅନ୍ୟ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ଓଡ଼ିଶାର ହୋଇଥିବା ବେଳେ ଅଭିଯୁକ୍ତ ଜଣକ ବିହାରର ବୋଲି ଜଣାପଡିଛି।

ସୂଚନା ମୁତାବକ, ମୃତକ ହେଲେ ଭଦ୍ରକ ଅଞ୍ଚଳର ମନୋଜ ତରାଇ। ସେହିପରି ଅଭିଯୁକ୍ତର ନାମ ସୁନିଲ ମିଶ୍ରା ଏବଂ ତାଙ୍କ ଘର ବିହାର ରାଜ୍ୟରେ ବୋଲି ଜଣାପଡିଛି। ଉଭୟ ଖୋର୍ଦ୍ଧା ସାରୁଅସ୍ଥିତ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଗୁରୁବାର କୌଣସି ଏକ କାରଣକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହେବା ସହ ଧସ୍ତାଧସ୍ତି ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସୁନିଲ ଏକ ଧାରୁଆ ଛୁରୀରେ ମନୋଜଙ୍କୁ ଆକ୍ରମଣ କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ମନୋଜଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଖୋର୍ଦ୍ଧା ମେଡିକାଲରେ ଭର୍ଭି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାଘମାରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ସୁନିଲକୁ ଅଟକ ରଖିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ଜବତ କରିଛି ପୋଲିସ । ଘଟଣା ପଛର ପ୍ରକୃତ କାରଣ ଜାଣିବା ପାଇଁ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande