ମିଜୋରାମ ଓ ଅରୁଣାଚଳ ପ୍ରଦେଶର ସ୍ଥାପନା ଦିବସର ଶୁଭକାମନା ଜଣାଇଲେ ପିଏମ ମୋଦି
ନୂଆଦିଲ୍ଲୀ , 20 ଫେବ୍ରୁଆରି (ହି.ସ.) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିମିଜୋରମ ଓ ଅରୁଣାଚଳ ପ୍ରଦେଶର ସ୍ଥାପନା ଦିବସ ଅବସରରେ ଉଭୟ ରାଜ୍ୟର ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଶୁକ୍ରବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ ସେୟାର କରି ଦୁଇଟି ରାଜ୍ୟର
ପିଏମ


ନୂଆଦିଲ୍ଲୀ , 20 ଫେବ୍ରୁଆରି (ହି.ସ.) - ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦିମିଜୋରମ ଓ ଅରୁଣାଚଳ ପ୍ରଦେଶର ସ୍ଥାପନା ଦିବସ ଅବସରରେ ଉଭୟ ରାଜ୍ୟର ଲୋକମାନଙ୍କୁ ଶୁଭେଚ୍ଛା

ଜଣାଇଛନ୍ତି। ସେ ଶୁକ୍ରବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ ସେୟାର କରି ଦୁଇଟି ରାଜ୍ୟର

ସାଂସ୍କୃତିକ ଐତିହ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ନାଗରିକମାନଙ୍କ

ଭୂମିକାର ପ୍ରଶଂସା କରିଛନ୍ତି।

ନିଜ ବାର୍ତ୍ତାରେ

ପ୍ରଧାନମନ୍ତ୍ରୀ ମିଜୋରମର ଲୋକମାନଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ମିଜୋରାମତାହାର ଅଦ୍ଭୁତ ପ୍ରାକୃତିକ ସୌନ୍ଦର୍ୟ ଓ ସମୃଦ୍ଧ ସାଂସ୍କୃତିକ

ପରମ୍ପରା ପାଇଁ ବିଶ୍ୱବ୍ୟାପୀ ଭାବେ ପରିଚିତ। ଏଠାର ସଶକ୍ତ ସାମୁଦାୟିକ ଭାବନା ଓ ବିନମ୍ର

ଲୋକମାନେ କୃପା ଓ କରୁଣା ଭଳି ମୂଲ୍ୟବୋଧର ପ୍ରତୀକ। ସେ କହିଛନ୍ତି ଯେ ମିଜୋ ଐତିହ୍ୟ, ଯାହା ପରମ୍ପରା, ସଙ୍ଗୀତ

ଓ ଦୈନନ୍ଦିନ ଜୀବନର ବିଭିନ୍ନ ପ୍ରାଙ୍ଗଣରେ ପ୍ରକାଶ ପାଉଛି, ଅତ୍ୟନ୍ତ

ପ୍ରେରଣାଦାୟକ।

ପ୍ରଧାନମନ୍ତ୍ରୀ କାମନା

କରିଛନ୍ତି ଯେ ମିଜୋରାମ ଉନ୍ନତିର ପଥରେ ନିରନ୍ତର ଆଗକୁ ବଢ଼ୁ ଏବଂ ଆଗାମୀ ବର୍ଷଗୁଡ଼ିକରେ ନୂତନ

ସଫଳତା ଅର୍ଜନ କରୁ।

ଏହା ସହିତ ପ୍ରଧାନମନ୍ତ୍ରୀ

ଅରୁଣାଚଳ ପ୍ରଦେଶର ସ୍ଥାପନା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ

କହିଛନ୍ତି ଯେ ଭବ୍ୟ ପ୍ରାକୃତିକ ଦୃଶ୍ୟ ଓ ଅଦ୍ୱିତୀୟ ସାଂସ୍କୃତିକ ବିବିଧତାରେ ସମୃଦ୍ଧ ଅରୁଣାଚଳ

ପ୍ରଦେଶ ପରମ୍ପରା ଓ ପ୍ରକୃତିର ସମନ୍ୱୟର ଏକ ଉତ୍କୃଷ୍ଟ ଉଦାହରଣ। ରାଜ୍ୟର ଉର୍ଜାବାନ ଓ

ପରିଶ୍ରମୀ ନାଗରିକମାନେ ରାଷ୍ଟ୍ରର ପ୍ରଗତିକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା

ନିଭାଉଛନ୍ତି। ସେ ଏହାମଧ୍ୟ କହିଛନ୍ତି ଯେ ରାଜ୍ୟର ବିବିଧ ଜନଜାତିୟ ସଂସ୍କୃତି ଦେଶକୁ ଅଧିକ

ସମୃଦ୍ଧ କରେ।

ପ୍ରଧାନମନ୍ତ୍ରୀ ଆଶା

ପ୍ରକାଶ କରିଛନ୍ତି ଯେ ଅରୁଣାଚଳ ପ୍ରଦେଶ ଆସନ୍ତା ସମୟରେ ଉନ୍ନତିର ନୂତନ ଶିଖର ସ୍ପର୍ଶ କରିବ

ଏବଂ ଦେଶର ପ୍ରଗତିରେ ନିରନ୍ତର ଅବଦାନ ଜାରି ରଖିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande