ପୂର୍ଣ୍ଣମିଦଃ ପୂର୍ଣ୍ଣମିଦଂର ବାର୍ତ୍ତା ସହିତ ଜ୍ଞାନର ଅନନ୍ତତାର ଅର୍ଥ କହିଲେ ପିଏମ ମୋଦି
ନୂଆଦିଲ୍ଲୀ, 20 ଫେବ୍ରୁଆରି (ହି.ସ.)- ନରେନ୍ଦ୍ର ମୋଦିଜ୍ଞାନର ଅନନ୍ତତା ଓ ତାହାର ଅକ୍ଷୁଣ୍ଣ ପୂର୍ଣ୍ଣତା ବିଷୟରେ ମତ ପ୍ରକାଶ କରି କହିଛନ୍ତି ଯେ ସତ୍ୟ ଜ୍ଞାନ ବାଣ୍ଟିଲେ କମେ ନାହିଁ, ବରଂ ଆହୁରି ବିସ୍ତୃତ ଓ ସମୃଦ୍ଧ ହୋଇଯାଏ। ସେ କହିଛନ୍ତି ଯେ ବର୍ତ
ପିଏମ


ନୂଆଦିଲ୍ଲୀ, 20 ଫେବ୍ରୁଆରି (ହି.ସ.)- ନରେନ୍ଦ୍ର

ମୋଦିଜ୍ଞାନର

ଅନନ୍ତତା ଓ ତାହାର ଅକ୍ଷୁଣ୍ଣ ପୂର୍ଣ୍ଣତା ବିଷୟରେ ମତ ପ୍ରକାଶ କରି କହିଛନ୍ତି ଯେ ସତ୍ୟ ଜ୍ଞାନ

ବାଣ୍ଟିଲେ କମେ ନାହିଁ, ବରଂ

ଆହୁରି ବିସ୍ତୃତ ଓ ସମୃଦ୍ଧ ହୋଇଯାଏ।

ସେ କହିଛନ୍ତି ଯେ ବର୍ତ୍ତମାନ

ଥିବା ଜ୍ଞାନରୁ ଶିଖି ନୂତନ ପରିଣାମ ସୃଷ୍ଟି କରିବା ଅନନ୍ତ ନୂତନ ସମ୍ଭାବନା ଓ ନବୀନତାକୁ ଜନ୍ମ

ଦେଇଥାଏ, ଯେଉଁଥିରେ ମୂଳ ବୁଦ୍ଧିମତ୍ତା ଅବିଚଳ ରହେ।

ପ୍ରଧାନମନ୍ତ୍ରୀ ଇଶ

ଉପନିଷେଦର ଶାଶ୍ୱତ ଜ୍ଞାନକୁ ଉଲ୍ଲେଖ କରି ସୋସିଆଲ ମିଡିଆ ‘ଏକ୍ସ’ରେ ସଂସ୍କୃତ ଶ୍ଲୋକ ସେୟାର କରିଥିଲେ—

ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ

ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ।

ପୂର୍ଣ୍ଣସ୍ୟ

ପୂର୍ଣ୍ଣମାଦାୟ ପୂର୍ଣ୍ଣମେୱାବଶିଷ୍ୟତେ ।

ଏହାର ଅର୍ଥ ହେଉଛି ପରମ

ସତ୍ୟ କିମ୍ବା ବ୍ରହ୍ମ ଅନନ୍ତ ଓ ଅଖଣ୍ଡ। ତାହାରୁ ସୃଷ୍ଟି ହେଲେ ମଧ୍ୟ ତାହାର ପୂର୍ଣ୍ଣତାରେ

କୌଣସି କମି ଆସେ ନାହିଁ। ଏହି ଶ୍ଲୋକ ଆମକୁ ଶିଖାଏ ଯେ ଜ୍ଞାନ, ଶକ୍ତି ଓ ସୃଜନଶୀଳତାକୁ ଯେତେ ଅଧିକ ବଣ୍ଟାଯାଏ,

ସେଗୁଡ଼ିକ ସେତେ ବଢ଼େ; ତାହାର ମୂଳ ସ୍ୱରୂପ ସର୍ବଦା

ପୂର୍ଣ୍ଣ ଓ ଅବିନାଶୀ ରହେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande