ଓକଲାନ୍ତ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ
ଜୟପୁର, ୨୦ ଫେବ୍ରୁଆରି (ହି.ସ.) - ଜୟପୁର ବ୍ଲକ ଅନ୍ତର୍ଗତ ଆମ୍ବାଗୁଡା ସ୍ଥିତ ଓକଲାନ୍ତ ପବ୍ଲିକ ସ୍କୁଲରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ସଭାପତି ରମେଶ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଯୁଗଳ ବେହେରା ,ସମ୍ମ
ଅକଲାଣ୍ତ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ


ଜୟପୁର, ୨୦ ଫେବ୍ରୁଆରି (ହି.ସ.) - ଜୟପୁର ବ୍ଲକ ଅନ୍ତର୍ଗତ ଆମ୍ବାଗୁଡା ସ୍ଥିତ ଓକଲାନ୍ତ ପବ୍ଲିକ ସ୍କୁଲରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ସଭାପତି ରମେଶ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଯୁଗଳ ବେହେରା ,ସମ୍ମାନିତ ଅତିଥି ଭାବେ ପୂର୍ବତନ କପ୍ସଗ୍ରେସ ନେତା ଭାସ୍କର ପଟ୍ଟନାୟକ, ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ, ଅଗ୍ନିଶମ ଅଧିକାରୀ ସୁରେଶ ବାରିକ, ଆମ୍ବାଗୁଡା ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୀମାଂଚଳ ପାଢୀ,ସି୍ୱା ସଭାପତି ଅଜୟ ମିଶ୍ର,ଆଇଟି ଆଇ ଶିକ୍ଷକ ରାଜେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ୨୦୧୦ ମସିହାରୁ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟର ବହୁ ଛାତ୍ର ଛତ୍ରୀ ରାଜ୍ୟର ପ୍ରମୁଖ ବିଦ୍ୟାଳୟରେ ପଢିବା ପାଇଁ ସୁଯୋଗ ହାସଲ କରିଛନ୍ତି। ଅଧ୍ୟକ୍ଷ ଜୟନ୍ତ କୁମାର ସାହୁ ବିଦ୍ୟାଳୟ ବିଷୟରେ କହିବା ସହ ଗ୍ରାମାଂଚଳର ଗରିବ ପିଲାମାନେ ହିନ୍ଦି, ଇପ୍ସରାଜୀ ଓ ମାତୃଭାଷା ଓଡିଆରେ କିଭଳି ଶିକ୍ଷା ପାଉଛନ୍ତି ସେ ସପ୍ସପର୍କରେ ସୂଚନା ଦେଇଥିଲେ। ଶିକ୍ଷା ଦାନ ଏକ ମହତ ଦାନ ଅଟେ, ଶିକ୍ଷାର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ତାହା ଗ୍ରାମାଂଚଳରେ ମଧ୍ୟ ପ୍ରତିଫଳିତ ହେବା ଆବଶ୍ୟକ। ଏହି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ କିପରି ଅଗ୍ରଗତି କରିବେ ସେନେଇ ଅତିଥି ମାନେ ନିଜ ନିଜ ମତ ପ୍ରକାଶ କରିଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାପ୍ସସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ଶେଷରେ ନବୀନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ଆଦିତ୍ୟ ପାଣି ମଂଚ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande