
କୋଲକାତା, ୨୦ ଫେବୃଆରୀ (ହି.ସ.)- ବରିଷ୍ଠ ବିଜେପି ନେତା ଅମିତ ମାଲବିୟ ଗୁରୁବାର ବିଳମ୍ବିତ ରାତିରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ପୋଷ୍ଟରେ ଆଇନ ଶୃଙ୍ଖଳା ଉପରେ ପଶ୍ଚିମବଙ୍ଗ ସରକାରଙ୍କ ଉପରେ କଠୋର ଆକ୍ରମଣ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଶାସନ କାଳରେ, ବୋମା ତିଆରି ଏକମାତ୍ର ସମୃଦ୍ଧ ଶିଳ୍ପ ପାଲଟିଛି ।
ଶ୍ରୀ ମାଲବିୟ କହିଛନ୍ତି ଯେ, ପୁରୁଲିଆର ୱାର୍ଡ ନମ୍ବର ୨୧ ସ୍ଥିତ କପୁର ଗାର୍ଡେନ୍ ଅଂଚଳରେ ହୋଇଥିବା ବଡ଼ ବିସ୍ଫୋରଣ ଏବଂ ପରବର୍ତୀ ଅଗ୍ନିକାଣ୍ଡ ଅଂଚଳର ଲୋକମାନଙ୍କୁ ଭୟଭୀତ କରିଛି । ସ୍ଥାନୀୟ ସୂତ୍ରକୁ ଉଦ୍ଧୃତ କରି ସେ ଦାବି କରିଛନ୍ତି ଯେ, ସେହି ସ୍ଥାନରେ ବେଆଇନ ଭାବେ ବୋମା ତିଆରି କାମ ଚାଲିଥିଲା । ଏହି ଦୁର୍ଘଟଣାରେ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।
ସେ କହିଛନ୍ତି ଯେ, ପୁରୁଲିଆର ଲୋକମାନଙ୍କୁ ଏହି ଘଟଣାର ଜବାବ ମିଳିବା ଉଚିତ୍ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ସାଂସଦ ଜ୍ୟୋତିର୍ମୟ ସିଂହ ମହତୋ ସମ୍ପୂର୍ଣ୍ଣ ମାମଲାର ସତ୍ୟ ଉନ୍ମୋଚନ ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ତଦନ୍ତ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ