ଆରଏସପି ଭିତରୁ ମଇଳା ଗୁଣ୍ଡରୁ କୋଟି କୋଟି ଟଙ୍କାର ପ୍ଲାଟିନମ ରୁପା ଚୋରି ଚାଲିଛି : ସିଆଇଏସଏଫ, ପୁଲିସ ମାଲାମାଲ୍
ରାଉରକେଲା, ୨୦ ଫେବୃଆରୀ (ହି.ସ.)- ରାଉରକେଲା ଇସ୍ପାତ କାରଖାନା ଯାହା ଓଡିଶାର ଗର୍ବ ଓ ଗୌରବ, ଅନେକ ଲୋକଙ୍କୁ ଭାତ ଦେଉଛି ଏ ପ୍ଲାଣ୍ଟ, ହେଲେ ଏହି ପ୍ଲାଣ୍ଟ ଭିତରୁ ନିୟମିତ ବାହାରୁଥିବା ମଇଳା ଟ୍ରକ ଭିତରେ ପ୍ଲାଟିନମ ଜାଲି ଓ ରୁପା ଚୋରି କରିନେଇ ବାହାରେ ବିକା ଚାଲିଛି ଓ ଏହି ସବୁ ଟ୍ରକ ଟାଙ୍ଗରପାଲ୍ଲ
ରାଉରକେଲା ଇସ୍ପାତ କାରଖାନା


ରାଉରକେଲା, ୨୦ ଫେବୃଆରୀ (ହି.ସ.)- ରାଉରକେଲା ଇସ୍ପାତ କାରଖାନା ଯାହା ଓଡିଶାର ଗର୍ବ ଓ ଗୌରବ, ଅନେକ ଲୋକଙ୍କୁ ଭାତ ଦେଉଛି ଏ ପ୍ଲାଣ୍ଟ, ହେଲେ ଏହି ପ୍ଲାଣ୍ଟ ଭିତରୁ ନିୟମିତ ବାହାରୁଥିବା ମଇଳା ଟ୍ରକ ଭିତରେ ପ୍ଲାଟିନମ ଜାଲି ଓ ରୁପା ଚୋରି କରିନେଇ ବାହାରେ ବିକା ଚାଲିଛି ଓ ଏହି ସବୁ ଟ୍ରକ ଟାଙ୍ଗରପାଲ୍ଲୀ ଥାନା ଦେଇ ବାହାରିବା ପରେ ଲାଠିକଟା, ବ୍ରାହ୍ମଣିତରଙ୍ଗଥାନା ଦେଇ କୁଆଁରମୁଣ୍ଡା ଥାନାରେ ଏରିଆରେ ଅନଲୋଡ ହୋଇ ବେପାର ଚାଲିଛି। ଏହାଦ୍ୱାରା କାଲି ରାଉରକେଲା ଆସିଥିବା ୪୦ /୪୫ ବର୍ଷ ପିଲା ମାନେ ଏହି କାରବାରରେ କୋଟି କୋଟି ଟଙ୍କାର ମାଲିକ ହୋଇଗଲେଣି। ସେମାନଙ୍କୁ ସୁରକ୍ଷା ଦେଇ କିଛି ଥାନା ବାଲା ମଧ୍ୟ ମାଲେମାଲ ହେଉଥିବା ଖବର ମିଳିଛି। ତା' ଛଡା ସେମାନଙ୍କର ସୁରକ୍ଷା କବଚ ଏବେ କୁଆଡେ ଜଣେ ବିଧାୟକ ସାଜିଥିବା ଖବର ସହରରେ କଥା ଉଠୁଛି ପଡୁଛି ।

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଥିବା ବ୍ଲାସଫରନେସ ରେ ଲୁହା ବାହାରିବା ପରେ ପ୍ଲାଟିନମ ରେ ତିଆରି ଏକ ଜାଲି ଦ୍ୱାରା ଏହି ତରଳ ଲୁହାକୁ ଛଣା ଯାଏ, ପରେ ସେ ଜାଲିକୁ ରଖାଯାଇ ବାରମ୍ବାର ବ୍ୟବହାର କରାଯାଏ । ଏହି ଜାଲିର ମୂଲ୍ୟ ବହୁ କୋଟିରୁ ଅଧିକ । ହେଲେ ଏହି ସବୁ ଜାଲି ଗୁଡିକୁ ବ୍ୟବହାର ଆଗରୁ ଓ କିଛି ବ୍ୟବହାର ପରେ ଏକ ଚୋର ଦଳ ଯିଏକି ଏହି କାମର ମୁଖ୍ୟ ଚୋର ସେ ପୁଣି ପ୍ଲାଣ୍ଟରେ ଥିବା କେତେକ ସଙ୍ଗଠନର ମୁଖିଆ, ସେଗୁଡିକୁ ନେଇ ଚୋରା ଯାଗାରେ ଲୁଚାଇ ରଖି ଚୋରଙ୍କ ମୁଖିଆ ବାବୁଙ୍କ ଗାଡି ମଇଳା ଟ୍ରକ ଧରି ବାହାରିବା ବେଳେ ତା' ଭିତରେ ପୁରାଇ ଦେଇ ବାହାରକୁ ପଠାଇଥାନ୍ତି । ଏଥିରେ ସିଆଇଏସଏଫ ବାଲା ସାମିଲ ଥିବାରୁ ଓ କିଛି ଅଫିସର ସାମିଲ ଥିବାରୁ ଏହି ସବୁ ଗାଡିକୁ ଚେକିଂ ମଧ୍ୟ କରାଯାଏ ନାହିଁ । ଯାହା ଫଳରେ ଏହି ସବୁ ପ୍ଲାଟିନମ ଜାଲି ଆରାମରେ ବାହାରକୁ ଆସି ବାବୁଙ୍କ ଷ୍ଟକୟାର୍ଡରେ ଜମା ହୁଏ । ପରେ ଏସବୁକୁ ଛତିଶଗଡ ପ୍ରଭୃତି ଅଞ୍ଚଳକୁ ଚୋରାରେ ଚାଲାଣ କରାଯାଇ ବହୁ କୋଟି ଟଙ୍କାର କାରବାର ହୁଏ । ଏହାଦ୍ୱାରା ଏହି ଚୋରଙ୍କ ସର୍ଦ୍ଦାର ଏବେ କୁଆଡେ ୫୦୦ କୋଟି ଟଙ୍କାର ମାଲିକ ହୋଇଥିବା କୁହାଯାଉଛି । ଏହି ବାବୁ ଜଣକ ଏହି କାରବାର ସହ ସିଆରଏମ କାରଖାନାରେ ବିଭିନ୍ନ ଯାଗାରେ ଲାଗିଥିବା ରୁପା ଗୁଡିକୁ ମଧ୍ୟ ଏହି ଉପାୟରେ ଲୁଟ କରୁଥିବା ଖବର ମିଳିଛି। ନିକଟରେ ସେଠାରେ ଥିବା ବିଭିନ୍ନ ସୁଇଚରେ ଲାଗିଥିବା ରୁପା ଗୁଡିକ ପୁରା ସଫା ହୋଇଯାଇଥିବା ଖବର ମିଳିଛି । ଦୀର୍ଘ ୧୦ ବର୍ଷ ଧରି ଏହି କାରବାର ଚାଲିଥିବା ବେଳେ ରାଉରକେଲା ବିଧାୟକ କିମ୍ବା ରଘୁନାଥପାଲ୍ଲୀ ବିଧାୟକ କିମ୍ବା କୌଣସି ଶ୍ରମିକ ସଙ୍ଗଠନ ଏଯାଏ ମୁହଁ ନଖୋଲିବା ସାଧାରଣରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ଏତେ ମୂଲ୍ୟବାନ ଜିନିଷ ସବୁ କାରଖାନାରୁ ଚୋରି ହେଉଛି କାରଖାନା କୋଟି କୋଟି ଟଙ୍କାର କ୍ଷତି ସହୁଛି ହେଲେ ଦିନେ ହେଲେ ଏନେଇ କାରଖାନାର ମୁଖ୍ୟ କିମ୍ବା ଅନ୍ୟ କେହି ମୁହଁ ଖୋଲୁନଥିବାରୁ ସେମାନଙ୍କର ଭୂମିକା ମଧ୍ୟ ସନ୍ଦେହଘେରରେ ବୋଲି କୁହାଯାଉଛି । ଏହି ସବୁ ଟ୍ରକ ଟାଙ୍ଗରପାଲ୍ଲୀ ଥାନା ଦେଇ ବ୍ରାହ୍ମଣିତରଙ୍ଗ ଥାନା, ଲାଠିକଟା ଥାନା ଅଁଚଳ ସମେତ କୁଆଁରମୁଣ୍ଡା ଥାନା ଅଁଚଳକୁ ଯିବା ପରେ ବି ଥାନା ବାଲା ମଧ୍ୟ ଜାଣିନପାରିବା ମହାଗୋଲକ କାରବାର ବୋଲି ଅଭିଯୋଗ ହେଉଛି। ରାଜ୍ୟରେ ଥିବା ସିବିଆଇ, କେନ୍ଦ୍ର ସରକାର ଏ ଦିଗରେ ତୁରନ୍ତ ଦୃଷ୍ଟି ଦେଇ କାରଖାନାରୁ ହେଉଥିବା ଲୁଟ୍ ର ମୁଖ୍ୟନାୟକ ମାନଙ୍କୁ ଧରିବା ସହ ଏଥିରେ ସାମିଲ୍ ଥିବା ତଳୁ ଉପରଯାଏ ସମସ୍ତଙ୍କୁ ଧରିବାକୁ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande