



ସମ୍ବଲପୁର, ୨୦, ଫେବ୍ରୁଆରୀ (ହି.ସ.)ଆଜି ବିଶ୍ୱ ସାମାଜିକ ନ୍ୟାୟ ଦିବସ ୨୦୨୬ ଅବସରରେ ସମ୍ବଲପୁର ଜିଲ୍ଲା ତପସ୍ଵିନୀ ପ୍ରେକ୍ଷାଳୟ ଠାରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ପ୍ରଭାତ ୭.୦୦ ଟାରୁ ୮.୩୦ ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ରବୀଶଙ୍କର ଆର୍ଟ ଓଫ ଲିଭିଂଗ, ବରିଷ୍ଠ ଯୋଗ ପ୍ରଶିକ୍ଷକ ମୁକୁନ୍ଦ ସାହୁ ଓ ସବ୍ୟସାଚୀ ପଣ୍ଡାଙ୍କ ଦ୍ଵାରା ଯୋଗ ଅଭ୍ୟାସ ସତ୍ର ଆୟୋଜନ ହୋଇଥିଲା, ଯେଉଁଥିରେ ୫୬ ଜଣ ବରିଷ୍ଠ ନାଗରିକ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ଦ୍ଵିତୀୟ ପର୍ଯ୍ୟାୟରେ ଆଇପିଏଚ୍ଏ, ଭିମସାର ବୁର୍ଲା ଓ ଜିଲ୍ଲା ସ୍ବାସ୍ଥ୍ୟ ଅଧୀକାରୀଙ୍କ ସହଯୋଗରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା ଯେଉଁଥିରେ ୧୨୩ ଜଣ ବରିଷ୍ଠ ନାଗରିକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହିଥିରେ ଆଇପିଏଚ୍ଏ ଓଡିଶା ଶାଖାର ବିଭିନ୍ନ ବିଭାଗର ଡାକ୍ଟର ଓ ସହାୟକ ଯୋଗ ଦେଇଥିଲେ । ଉକ୍ତ ସ୍ୱାସ୍ଥ୍ୟ ଶିବିରରେ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର, ସମ୍ବଲପୁର ତରଫରୁ ଚିକିସ୍ତିତ ବରିଷ୍ଠ ନାଗରିକ ମାନଙ୍କୁ ଔଷଧ ବଣ୍ଟନ କରାଯାଇ ଥିଲା ।
କାର୍ୟକ୍ରମ ର ସଚେତନତା ପର୍ଯ୍ୟାୟ ଅବସରରେ ଡିଜିଟାଲ ସାକ୍ଷରତା, ଆର୍ଥିକ ସାକ୍ଷରତା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଏହା ମାଧ୍ୟମରେ ବରିଷ୍ଠ ନାଗରିକମାନଙ୍କୁ ତାଙ୍କର ଅଧିକାର ଓ ସରକାରୀ ସୁବିଧା ବିଷୟରେ ଅବଗତ କରାଯାଇଥିଲା।
ସଭାକୁ ଅନ୍ତର୍ଯାମୀ ପାଣି, ସଭାପତି, ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଅଧ୍ୟକ୍ଷତା କରିଥିଲେ। ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସମ୍ବଲପୁର ତରଫରୁ ସୁବଳ ଗର୍ଡିଆ, ସହାୟକ, ଆଇନଗତ ସହାୟତା ପ୍ରତିରକ୍ଷା ପରାମର୍ଶଦାତା, ଓଡିଶା ଶାଖାର ସାଧାରଣ ସମ୍ପାଦକ ଡକ୍ଟର ସଞ୍ଜୀବ ମିଶ୍ର, ଆସୋସିଏଟ ପ୍ରଫେସର, ଭିମସାର ବୁର୍ଲା, ସମ୍ବଲପୁର, ଗୋପବନ୍ଧୁ ଜଗଦଳା, , ଏଲ.ଡ଼ି.ଏମ ପ୍ରତିନିଧି, ସମ୍ବଲପୁର, ନିତେଶ ଖତ୍ରୀ, ଡିଇଜିଏମ୍, ସମ୍ବଲପୁର, ଓ ପ୍ରଫୁଲ୍ଲ ହୋତା, ହିରାଖଣ୍ଡ ବରିଷ୍ଠ ନାଗରିକ ପରିଷଦ, ସମ୍ବଲପୁର ଉପସ୍ଥିତ ରହି କାର୍ୟକ୍ରମରେ ନିଜ ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ରେଙ୍ଗାଲି, ବାମରା, ଜମନକିରା ର ବରିଷ୍ଠ ନାଗରିକ ସଂଘର କର୍ମକର୍ତା ଓ ଅନ୍ଯାନ୍ଯ ୫ଟି ବ୍ଲକର ବରିଷ୍ଠ ନାଗରିକ ମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ । ସମାଜିକ ନ୍ୟାୟ ଦିବସ ପାଳନ ଅବସରରେ, ଜିଲ୍ଲା ପ୍ରଶାସନ, ସମ୍ବଲପୁର ତରଫରୁ ବରିଷ୍ଠ ନାଗରିକମାନଙ୍କର ତଥା ସମାଜର ଅବହେଳିତ ବର୍ଗ ମାନଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ନିମନ୍ତେ ସମସ୍ତ ପ୍ରକାର ପ୍ରଚେଷ୍ଠା ଓ ଆଇନ ଗତ ସହାୟତା ଯୋଗାଇଦେବା ନିମନ୍ତେ ସରକାରଙ୍କର ପ୍ରତିବଦ୍ଧତା ପ୍ରକାଶ କରଯାଇଥିଲା ।
କାର୍ଯ୍ୟକ୍ରମ ଶେଷରେ ସୌରଚନ୍ଦ୍ର ପାଣି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସମ୍ବଲପୁର ଧନ୍ୟବାଦ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ