ଶିଶୁ ଯତ୍ନ ଅନୁଷ୍ଠାନ ଏବଂ ଅଣ- ଆନୁଷ୍ଠାନିକ ଯତ୍ନର ଶିଶୁମାନଙ୍କ ଦ୍ୱାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ
ଖୋର୍ଦ୍ଧା, ୨୦ ଫେବ୍ରୁଆରି (ହି.ସ.) - ଖୋର୍ଦ୍ଧା ଜିଲ୍ଲା ରେ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନରେ ରହିଆସୁଥିବା ଶିଶୁ ମାନଙ୍କ ମଧ୍ୟରୁ ଯେଉଁ ମାନେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନିରେ ଅଧ୍ୟୟନ କରୁଛନ୍ତି ତତ୍ ସହିତ ଅଣ ଆନୁଷ୍ଠାନିକ ଯତ୍ନର ସେବା ଯଥା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଓଡ଼ିଶା ସରକାରଙ୍କ ଅଧୀନର
ଶିଶୁ ଯତ୍ନ


ଖୋର୍ଦ୍ଧା, ୨୦ ଫେବ୍ରୁଆରି (ହି.ସ.) - ଖୋର୍ଦ୍ଧା ଜିଲ୍ଲା ରେ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନରେ ରହିଆସୁଥିବା ଶିଶୁ ମାନଙ୍କ ମଧ୍ୟରୁ ଯେଉଁ ମାନେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନିରେ ଅଧ୍ୟୟନ କରୁଛନ୍ତି ତତ୍ ସହିତ ଅଣ ଆନୁଷ୍ଠାନିକ ଯତ୍ନର ସେବା ଯଥା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଓଡ଼ିଶା ସରକାରଙ୍କ ଅଧୀନରେ ଥିବା ପୃଷ୍ଟପୋଷକିୟ ସହାୟତା, ଆଶିର୍ବାଦ ଏବଂ ଗ୍ରୀନ ପ୍ୟାସେଜ୍ ରୁ ସହାୟତା ପାଉଥିବା ପିଲାମାନେ ସେମାନଙ୍କର ଭବିଷ୍ୟତ ପାଇଁ ଆଜି ଜିଲ୍ଲାପାଳ ଖୋର୍ଦ୍ଧାଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଖୋର୍ଦ୍ଧା ଆନୁକୁଲ୍ୟରେ ଭୁବନେଶ୍ୱର ସ୍ଥିତ ଆଇ ଏଚ ଏମ ଏବଂ ଜଟଣୀ ସ୍ଥିତ ସାଇ ଏକ୍ସପର୍ତ୍ ପରିଦର୍ଶନ କରିବା ସହିତ ବିଭିନ୍ନ ବିଭାଗ ପରିଦର୍ଶନ କରିଛନ୍ତି। ଆଇ ଏଚ ଏମ ର ଅଧ୍ୟକ୍ଷା ସାରଦା ଘୋଷ ଏହି ପିଲାମାନଙ୍କୁ ସ୍ୱାଗତ କରିବା ସହିତ ଏହି ବୟସରେ ସାଧାରଣତଃ ପିଲାମାନଙ୍କ ଦିଗହରା ହୋଇଯାଆନ୍ତି ଯାହାଫଳରେ ସେମାନେ ତାଙ୍କ ଲକ୍ଷ୍ୟରେ ପହଂଚି ପାରନ୍ତି ନାହିଁ ଏବଂ ପିତା ମାତା ଓ ସମାଜ ଉପରେ ବୋଝ ହୋଇ ରହି ଯାଆନ୍ତି। ହୋଟେଲ ମ୍ୟାନେଜମେଂଟ କୋର୍ସ କରି କିପରି ସ୍ୱାବଲମ୍ବୀ ହୋଇପାରିବ ଆଇ ଏଚ୍ ଏମ ର ପରାମର୍ଶଦାତା ଅବିନାଶ ଦାଶ ଏବଂ ପରାମର୍ଶଦାତ୍ରି ଜ୍ୟୋତିର୍ମୟୀ ପଣ୍ଡା ସଚେତନ କରାଇଥିଲେ। ଏହି ପରିଦର୍ଶନ ରେ ଅତିରିକ୍ତ ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷା ବାଗ୍ମିଶ୍ରୀ ଦାଶ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଖୋର୍ଦ୍ଧା ର ସାମାଜିକ କର୍ମୀ ରଞ୍ଜନ କୁମାର ଗୋଛାୟତ, ପରାମର୍ଶଦାତ୍ରୀ ମନସ୍ୱିନୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅପରାହ୍ନ ରେ ପିଲାମାନ ଜଟଣୀ ସ୍ଥିତ ସାଇ ଏକ୍ସପର୍ଟ୍ ପରିଦର୍ଶନ କରିଥିଲେ। ଏଠାରେ ଉଲ୍ଲେଖ ଥାଉ କି ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ମୋଟ୍ ୨୨ ଜଣ ପିଲା ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande