ମାରାଗୁଡା ଲୋକ ମହୋତ୍ସବର ସ୍ମରଣିକା କମିଟିର ବୈଠକ ଅନୁଷ୍ଠିତ
ନୂଆପଡା, ୨୦ ଫେବୃଆରୀ (ହି.ସ.)- ଆଜି ନୂଆପଡ଼ା ସ୍ଥିତ ସଦ୍ଭାବନା ସଭାଗୃହରେ ମାରାଗୁଡା ଲୋକ ମହୋତ୍ସବର ସ୍ମରଣିକା କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶ ଅଧ୍ୟକ୍ଷତା କରିଥିଲେ। ନୂଆପଡ଼ାର ସାହିତ୍ୟ, ସଂସ୍କୃତି, ଇତିହାସ, ଏତିହ୍‌ଯ ତଥା ପ୍ରଗତି ଉପରେ ଆଧାରିତ
Smaranika kamiti baithak


ନୂଆପଡା, ୨୦ ଫେବୃଆରୀ (ହି.ସ.)- ଆଜି ନୂଆପଡ଼ା ସ୍ଥିତ ସଦ୍ଭାବନା ସଭାଗୃହରେ ମାରାଗୁଡା ଲୋକ ମହୋତ୍ସବର ସ୍ମରଣିକା କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶ ଅଧ୍ୟକ୍ଷତା କରିଥିଲେ। ନୂଆପଡ଼ାର ସାହିତ୍ୟ, ସଂସ୍କୃତି, ଇତିହାସ, ଏତିହ୍‌ଯ ତଥା ପ୍ରଗତି ଉପରେ ଆଧାରିତ ଓଡ଼ିଆ, କୋସଲି, ହିନ୍ଦୀ ବା ସଂସ୍କୃତରେ ସ୍ୱରଚିତ ଲେଖା ସର୍ବାଧିକ ୨୫୦୦ ଶବ୍ଦରେ ଡିଟିପି କରି ପ୍ରବୋଧ ହୋତା କିମ୍ବା ରମେଶ ମହାରାଙ୍କ ପାଖକୁ ତା ୧୦/୦୩/୨୬ ସୁଦ୍ଧା ପଠାଇବା ପାଇଁ ଆହ୍ୱାନ କରାଯାଉଛି। ଲେଖା ସମ୍ୱନ୍ଧୀୟ ବିଚାର ପାଇଁ ସମ୍ପାଦନା ମଣ୍ଡଳୀର ନିଷ୍ପତି ଚୂଡାନ୍ତ ହେବ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ମହରା, ମେଜର ରାମଚନ୍ଦ୍ର ମିଶ୍ର, ଫଣିନ୍ଦମ ଦେଓ, ପ୍ରସନ୍ନ ପାଢ଼ୀ, ମୁରଲୀଧର ପଣ୍ଡା, ବାସୁଦେବ ସୁନାନୀ, ଲୋହିତାକ୍ଷ ଯୋଶୀ, ସାମୁଏଲ ଦାନୀ,ପ୍ରବୋଧ ହୋତା ଓ ସୁଶାନ୍ତ ବିଶି ପ୍ରମୁଖ ଉପସ୍ଥିତ ରହି ସବିଶେଷ ଆଲୋଚନା କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande