
କେନ୍ଦ୍ରାପଡା, ୨୦ ଫେବୃଆରୀ (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ରାଘବପୁର ପଞ୍ଚାୟତ ଅନ୍ତର୍ଗତ ନର୍ସିଙ୍ଗପୁର ଖେଳ ପଡ଼ିଆରେ ମାଟାଙ୍କୁଆଣି କ୍ରିକେଟ ଆସୋସିଏସନ ନର୍ସିଙ୍ଗପୁର ଆନୁକୂଲ୍ୟରେ ଷଷ୍ଠ ବାର୍ଷିକ କ୍ରିକେଟ ଟୁର୍ନାମେଣ୍ଟ ଗତକାଲି ଉଦଯାପିତ ହୋଇଯାଇଛି। ପାଞ୍ଚ ଦିନ ବିଶିଷ୍ଟ ଏହି ରେଡ ଟେନିସ ବଲ ଟୁର୍ନାମେଣ୍ଟରେ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ। ୪ଟି ପର୍ଯ୍ୟ।ୟରେ ଏହି ଖେଳ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମେ ଲିଗ ମ୍ୟାଚ ଖେଳାଯିବା ପରେ ଲିଗ ମ୍ୟାଚ ରେ ବିଜେତା ଦଳ ମଧ୍ୟରେ କ୍ୱାଟର ମ୍ୟାଚ ଖେଳାଯାଇଥିଲା କ୍ୱାଟର ରେ ବିଜେତା ଦଳ ମଧ୍ୟରେ ଦୁଇଟି ପର୍ଯ୍ୟ।ୟରେ ସେମିଫାଇନାଲ ମ୍ୟାଚ ଖେଳାଯାଇ ସେମିଫାଇନାଲରେ ବିଜେତା ଦଳ ପାରାଦ୍ବୀପଗଡ଼ ଓ କୋଲର ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା। ଫାଇନାଲ ମ୍ୟାଚ ୩ଟି ମ୍ୟାଚ ବିଶିଷ୍ଟ କରାଯାଇଥିବା ବେଳେ କ୍ରମାଗତ ଦୁଇଟି ମ୍ୟାଚ କୋଲର ଟିମ ଜିତି ଫାଇନାଲ ମ୍ୟାଚ ବିଜେତା ସହ ଚାମ୍ପିୟନ ବିବେଚିତ ହୋଇଥିଲା। ଚମ୍ପିୟନ ଟିମ୍ କୁ ବିଜେତା ଟ୍ରଫି ସହ ୩୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ସେହିପରି ରନର୍ସ କୋଲର ଟିମ କୁ ଟ୍ରଫି ସହ ୨୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏଥିସହ ମ୍ୟାନ ଅଫ ଦ ମ୍ୟାଚ, ମ୍ୟାନ ଅଫ ଦ ସିରିଜ, ବେଷ୍ଟ ବ୍ୟାଟ୍ସ ମ୍ୟାନ, ବେଷ୍ଟ ବୋଲର ଓ ଚଳିତ ବର୍ଷ ଟୁର୍ନାମେଣ୍ଟ ରେ ଡିସିପ୍ଲିନ ଟିମ ଭାବରେ ପାରାଦ୍ବୀପଗଡ଼ ଟିମ୍ କୁ ଟ୍ରଫି ପ୍ରଦାନ କରାଯାଇଥିଲା।
ଏହି ଉଦଯାପନୀ ଫାଇନାଲ ମ୍ୟାଚ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ସଭାରେ ମାଟାଙ୍କୁଆଣି କ୍ରିକେଟ ଆସୋସିଏସନ ର ସଭାପତି ଶିବ ପ୍ରସାଦ ପରିଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଆଖୁଆ : ଓଡ଼ଙ୍ଗ ହାଇସ୍କୁଲର ପ୍ରାଧନ ଶିକ୍ଷକ ଗନ୍ଧର୍ବ ଚରଣ ମହାପାତ୍ର, ମୁଖ୍ୟ ବକ୍ତା ଭାବରେ ଆଖୁଆ : ଓଡ଼ଙ୍ଗ ହାଇସ୍କୁଲର ସହକାରୀ ଶିକ୍ଷକ ଶାନ୍ତନୁ କୁମାର ବିଶ୍ୱାଳ, ସମ୍ମାନିତ ଅତିଥି ଭାବରେ କଟକ ବିଡାନାସୀ ଫାୟାର ଷ୍ଟେସନ ଷ୍ଟେସନ ଅଫିସର ପୁଲକ ପ୍ରିୟ ରଞ୍ଜନ ଲେଙ୍କା, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ର ଇଂ. ମନୋରଞ୍ଜନ ପରିଡା, ବିନ୍ଦୁ ପ୍ରସାଦ ପରିଡା ପ୍ରମୁଖ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି