ଅଭିଯୋଗ ପରେ ବି ପୁଲିସ ନେଉନି କାର୍ଯ୍ୟାନୁଷ୍ଠାନ, ଏସପିଙ୍କୁ ଭେଟିଲେ ପୀଡିତା
କୋରେଇ, ୨୦ ଫେବୃଆରୀ (ହି.ସ.)- ପ୍ରଥମେ ଆକ୍ରମଣ ଓ ଏନେଇ ଅଭିଯୋଗ ପରେ ଜୀବନରୁ ମାରି ଦେବାକୁ ଧମକ ଦେବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଆଜି ଏସପିଙ୍କୁ ଭେଟି ପୀଡ଼ିତା ଓ ସଂଘ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପ୍ରକାଶଯେ, ଯାଜପୁର ଜିଲ୍ଲା ମଂଗଳପୁର ଥାନା ଅନ୍ତର୍ଗତ ଦୁବକଣ ଗ
ଅଭିଯୋଗ ପରେ ବି ପୁଲିସ ନେଉନି କାର୍ଯ୍ୟାନୁଷ୍ଠାନ, ଏସପିଙ୍କୁ ଭେଟିଲେ ପୀଡିତା


କୋରେଇ, ୨୦ ଫେବୃଆରୀ (ହି.ସ.)- ପ୍ରଥମେ ଆକ୍ରମଣ ଓ ଏନେଇ ଅଭିଯୋଗ ପରେ ଜୀବନରୁ ମାରି ଦେବାକୁ ଧମକ ଦେବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଆଜି ଏସପିଙ୍କୁ ଭେଟି ପୀଡ଼ିତା ଓ ସଂଘ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ପ୍ରକାଶଯେ, ଯାଜପୁର ଜିଲ୍ଲା ମଂଗଳପୁର ଥାନା ଅନ୍ତର୍ଗତ ଦୁବକଣ ଗ୍ରାମର ଅବିନାଶ ଜେନାଙ୍କ ସ୍ତ୍ରୀ ଅନୁଭା ଜେନାଙ୍କ ଅଭିଯୋଗ ମୁତାବକ, ଗତ ୧୭ ତାରିଖ ତାଙ୍କ ଗ୍ରାମର ଜୟ ପ୍ରକାଶ ନାୟକ, ଲଲୁ ନାୟକ ଜାତିଆଣ ଗାଳିଗୁଲଜ କରିବା ସହିତ ମରଣାତ୍ମକ ଆକ୍ରମଣ କରିଥିଲେ । ଏନେଇ ସେ ମଙ୍ଗଳପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ କେବଳ ମାମଲା ରୁଜ୍ଜୁ କରି ଚୁପ୍ ବସିଛି । ହେଲେ ଗତ ୧୯ ତାରିଖ ସନ୍ଧ୍ୟାରେ ଘର ପାଖକୁ ଆସି କାହିଁକି ଥାନାରେ ଅଭିଯୋଗ କଲୁ ବୋଲି ତୋର ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି । ଫଳରେ ପରିବାରର ଜୀବନ ପ୍ରତି ବିପଦ ରହିଛି ଓ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି । ଏନେଇ ଅଲିଭାଙ୍କ ସମେତ ମୂଳନିବାସୀ ୟୁନାଇଟେଡ ଫ୍ରଂଟର ଜିଲ୍ଲା ସଭାପତି ସହଦେବ ଜେନା, ସମ୍ପାଦକ ମାନସ ମଲିକ, ଯୁବ ସଭାପତି ପଙ୍କଜ ମଳିକ, ରସୁଲପୁର ସଭାପତି ଦିଲ୍ଲୀପ ବାରିକ, କୋରେଇ ସଭାପତି କହ୍ନେଇ ମଳିକ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଏସପି ଓ ଜିଲ୍ଲାପାଳ ଅଫିସ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande