ନୂଆପଡାରେ ବିଶ୍ଵ ସାମାଜିକ ନ୍ୟାୟ ଦିବସ ପାଳିତ
ନୂଆପଡା, ୨୦ ଫେବୃଆରୀ (ହି.ସ.)- ନୂଆପଡା ଜିଲ୍ଲା ପ୍ରଶାସନ ତଥା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଆନୁକୂଲ୍ୟରେ ସ୍ଥାନୀୟ ପଥ ପ୍ରାନ୍ତ ସୁବିଧା କେନ୍ଦ୍ରରେ ଜିଲ୍ଲାସ୍ତରୀୟ ବିଶ୍ୱ ସାମାଜିକ ନ୍ୟାୟ ଦିବସ–୨୦୨୬ ପାଳନ ସମାରୋହ ଆଜି ଆୟୋଜିତ ହୋଇଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ଅ
Samajika nyaaya divas


ନୂଆପଡା, ୨୦ ଫେବୃଆରୀ (ହି.ସ.)- ନୂଆପଡା ଜିଲ୍ଲା ପ୍ରଶାସନ ତଥା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଆନୁକୂଲ୍ୟରେ ସ୍ଥାନୀୟ ପଥ ପ୍ରାନ୍ତ ସୁବିଧା କେନ୍ଦ୍ରରେ ଜିଲ୍ଲାସ୍ତରୀୟ ବିଶ୍ୱ ସାମାଜିକ ନ୍ୟାୟ ଦିବସ–୨୦୨୬ ପାଳନ ସମାରୋହ ଆଜି ଆୟୋଜିତ ହୋଇଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ କୁମାର ହେମ୍ବ୍ରମ ସମସ୍ତଙ୍କୁ ସ୍ଵାଗତ କରି ସମାରୋହର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଜିଲ୍ଲା ପ୍ରଶାସନ ବରିଷ୍ଠ ନାଗରିକମାନଙ୍କୁ ସମ୍ପୂର୍ଣ୍ଣ ସାମାଜିକ ସୁରକ୍ଷା ଯୋଗାଇବା ପାଇଁ ସର୍ବଦା ପ୍ରତିବଦ୍ଧ। ସେ ସେମାନଙ୍କୁ ସ୍ୱାସ୍ଥ୍ୟ ସଚେତନ ରହିବା ପାଇଁ ପରାମର୍ଶ ଦେଇ ପ୍ରତ୍ୟେକ ସୋମବାର ଜନଶୁଣାଣି ସମୟରେ ଆୟୋଜିତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ଶିବିରରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ପରାମର୍ଶ ଦେଇଥିଲେ।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଧନେଶ୍ଵର ସେଠୀ ବରିଷ୍ଠ ନାଗରିକମାନଙ୍କ କ୍ଷେତ୍ରରେ ଦେଖାଦେଉଥିବା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଓ ସେଗୁଡିକର ପ୍ରତିକାର ବିଷୟରେ ବିସ୍ତୃତ ଅଲୋଚନା କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାସ ସେମାନଙ୍କ ଆଇନ ଗତ ଅଧିକାର ସମ୍ବନ୍ଧରେ ସଚେତନ କରିଥିଲେ l ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର କୁମାର ବଢାଇ ନିୟମିତ ଯୋଗାଭ୍ୟାସ ଓ ଅନ୍ୟାନ୍ୟ ହାଲୁକା ବ୍ୟାୟାମ କରି ସ୍ୱାସ୍ଥ୍ୟ ଭଲ ରଖିବାକୁ ପରାମର୍ଶ ଦେଇଥିଲେ। ଏସବିଆଇ ନୂଆପଡା ଶାଖାର ମୁଖ୍ୟ ପରିଚାଳକ ଲିଙ୍କନ ଦାସ ସେମାନଙ୍କ ପାଇଁ ବ୍ୟାଙ୍କ ସେବା, ପେନ୍‌ସନ ଓ ଆର୍ଥିକ ସୁରକ୍ଷା ସମ୍ବନ୍ଧୀୟ ସୂଚନା ଦେଇଥିଲେ। ସେହିପରି ଜିଲ୍ଲା ଇ-ଶାସନ ପରିଚାଳକ ବିରେନ୍ଦ୍ର ସିଂହ ଦଣ୍ଡସେନା ଡିଜିଟାଲ ସାକ୍ଷରତା ଓ ସାଇବର ସୁରକ୍ଷା ସଚେତନତା ବିଷୟରେ ଉପସ୍ଥାପନା କରିଥିଲେ।

ଏହି ଅବସରରେ ଡିଏମଓ ତଥା ସୁପରିଣ୍ଟେଣ୍ଡେଣ୍ଟ ଡା. ଲଳିତ ମୋହନ ବିଶି, ବରିଷ୍ଠ ଆଇନଜୀବୀ ପ୍ରକାଶ ସେନାପତି ସହିତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସମାଜରେ ବରିଷ୍ଠ ନାଗରିକଙ୍କ ଅଧିକାର, ସୁରକ୍ଷା, ସ୍ୱାସ୍ଥ୍ୟ ସେବା, ଆର୍ଥିକ ସୁବିଧା ଓ ଡିଜିଟାଲ ସଚେତନତା ମାଧ୍ୟମରେ ସମ୍ମାନଜନକ ଜୀବନ ନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସମାରୋହରେ ଜିଲ୍ଲାର ସମସ୍ତ ବ୍ଲକ୍ ରୁ ବହୁ ସଂଖ୍ୟାରେ ବରିଷ୍ଠ ନାଗରିକ ଅଂଶଗ୍ରହଣ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande