ଜିଲ୍ଲା ସ୍ତରୀୟ ବିଶ୍ଵ ସାମାଜିକ ନ୍ୟାୟ ଦିବସ ପାଳିତ
କେନ୍ଦ୍ରାପଡା, ୨୦ ଫେବୃଆରୀ (ହି.ସ.)- ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ବିଶ୍ଵ ସାମାଜିକ ନ୍ୟାୟ ଦିବସ -୨୦୨୬ ଜିଲ୍ଲା ମିଶନଶକ୍ତି ଭବନ, କେନ୍ଦ୍ରାପଡା ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମେ ମୁଖ୍ୟ ଅତିଥି ତଥା ଅନ୍ୟ
------------ଜିଲ୍ଲା ସ୍ତରୀୟ ବିଶ୍ୱ ସାମାଜିକ ନ୍ୟାୟ ଦିବସ-୨୦୨୬ ପାଳିତ


କେନ୍ଦ୍ରାପଡା, ୨୦ ଫେବୃଆରୀ (ହି.ସ.)- ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ବିଶ୍ଵ ସାମାଜିକ ନ୍ୟାୟ ଦିବସ -୨୦୨୬ ଜିଲ୍ଲା ମିଶନଶକ୍ତି ଭବନ, କେନ୍ଦ୍ରାପଡା ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମେ ମୁଖ୍ୟ ଅତିଥି ତଥା ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ସଭା କାର୍ଯ୍ୟର ଶୁଭ ଉଦ୍ଘାଟନ କରାଯାଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ରବୀନ୍ଦ୍ର କୁମାର ମଲ୍ଲିକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କେନ୍ଦ୍ରାପଡ଼ାସମ୍ପାଦକ, ସନ୍ତୋଷ କୁମାର ମହାପାତ୍ର, ଜିଲ୍ଲା ଉପ ଆରକ୍ଷୀ ଅଧିକ୍ଷକ, କେନ୍ଦ୍ରାପଡା ଶ୍ରୀମତୀ ସସ୍ମିତା ସାହୁ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ଜନସ୍ୱାସ୍ଥ୍ୟ), ଡ଼ା. ଗୌରାଙ୍ଗ ଚରଣ ଗିରି, ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ, କେନ୍ଦ୍ରାପଡ଼ା ଅମରେଶ ସାମଲ, ଜିଲ୍ଲା ମିଶନ ଶକ୍ତି ସଂଯୋଜିକା ସୁଶ୍ରୀ ଆରତୀ ସାହୁ, ଜ୍ଞାନରଞ୍ଜନ ସେଠୀ, ଆର୍ଥିକ ସାକ୍ଷରତା ପରାମର୍ଶ ଦାତା (ଭାରତୀୟ ଷ୍ଟେଟ ବ୍ୟାଙ୍କ) ହରିନାଥ ପଣ୍ଡା ପ୍ରମୁଖ ଯୋଗଦେଇ କହିଥିଲେ ଯେ, ବରିଷ୍ଠ ନାଗରିକ ମାନେ ସମାଜର ମାର୍ଗଦର୍ଶକ ଅଟନ୍ତି । ଏମାନଙ୍କର ଧନ, ଜୀବନ, ସ୍ୱାସ୍ଥ୍ୟ, ସୁରକ୍ଷା ପାଇଁ ସରକାର ବହୁବିଧ ଯୋଜନା ପ୍ରଣୟନ କରିଛନ୍ତି । ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଉଛି । ସେମାନେ କିପରି ସାଇବର ଠକେଇ ଓ ଅନ୍ୟାନ୍ୟ ଡିଜିଟାଲ ଠକେଇର ଶିକାର ନହେବେ ସେଥିପାଇଁ ବିଭିନ୍ନ ଉଦାହରଣ ଦେଇ ସଚେତନ କରାଯାଇଥିଲା । ନିର୍ଯାତନାର ଶିକାର ହେଉଥିବା ବରିଷ୍ଠ ନାଗରିକମାନେ କିପରି ମାଗଣାରେ ଆଇନର ଦ୍ଵାରସ୍ଥ ହୋଇପାରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା । ସରକାରୀ ସୁବିଧା ସହିତ ସମସ୍ତଙ୍କ ସହଯୋଗ ମିଳିଲେ ସେମାନେ ସମ୍ମାନର ସହିତ ବଞ୍ଚିପାରିବେ । ନିମାଇଁ ଚରଣ ମାନସିକ ଅନଗ୍ରସର ବିଦ୍ୟାଳୟର ଅଧ୍ୟକ୍ଷ, ସ୍ଵପ୍ନାଂଶୁ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ଓ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଥିବା ବିଭିନ୍ନ ସରକାରୀ ସୁବିଧାସୁଯୋଗ ବିଷୟରେ ଅବଗତ କରେଇଥିଲେ । ପ୍ରଥମ ପର୍ଯ୍ୟ।ୟରେ ଜିଲ୍ଲା କ୍ରିଡା ଅଧିକାରୀ, ଲୋକନାଥ ପାଣିଗ୍ରାହୀ ଓ ଯୋଗଗୁରୁ ସଞ୍ଜୟ ମଥାନଙ୍କ ଦ୍ଵାରା ବରିଷ୍ଠ ନାଗରିକମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରାଯାଇଥିଲା ।

ତତପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରମାନଙ୍କ ଦ୍ବାରା ବରିଷ୍ଠ ନାଗରିକ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି କାର୍ଯ୍ୟକ୍ରମର ପରିଚାଳନାରେ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ, ମିଶନ ଶକ୍ତି, ବ୍ଲକ ଓ ପୌରସଂସ୍ଥାର କର୍ମଚାରୀ ମାନେ ସହଯୋଗ କରିଥିଲେ । ଏଥିରେ ୨୦୦ ରୁ ଅଧିକ ବରିଷ୍ଠ ନାଗରିକମାନେ ଯୋଗ ଦେଇଥିଲେ । ସର୍ବଶେଷରେ ସଦର ମହକୁମା ମଣ୍ଡଳ ସାମାଜିକ ସୁରକ୍ଷା ଅଧିକାରୀ ସୁଧାଶୁଂ ଶେଖର ବେହୁରା ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande