
ଭୁବନେଶ୍ୱର, 20 ଫେବ୍ରୁଆରି (ହି.ସ.)- ବିଜେବି କଲେଜରେ ଅଧ୍ୟାପକଙ୍କ ନାଁରେ
ଯୌନ ନିର୍ଯାତନା ଛାତ୍ରୀ ଆଣିବା ପରେ
ସ୍ପଷ୍ଟୀକରଣ ରଖିଛନ୍ତି କଲେଜ ଅଧକ୍ଷ ଡଃ
ଝୁମକି ରଥ । ଘଟଣା ବାବାଦରେ
ଛାତ୍ରୀ ଜଣଙ୍କ ପ୍ରଥମେ ତାଙ୍କ ଅଭିଭାବକଙ୍କୁ ଜଣାଇଛି । ପରେ
ସେମାନେ ଉଚ୍ଚଶିକ୍ଷା ବିଭାଗକୁ
ଜଣାଇଥିଲେ । ବିଭାଗ ତରଫରୁ ଘଟଣାରେ
ତଦନ୍ତ ପାଇଁ ଆଞ୍ଚଳିକ
ଶିକ୍ଷା ନିର୍ଦ୍ଦେଶକ କଲେଜ
ଆସିଥିଲେ । ଏବେ ପ୍ରକ୍ରିୟା ଚାଲିଛି । ଯାହା ତଦନ୍ତ
ହେବ କଲେଜ ସହଯୋଗ
କରିବ ବୋଲି ଅଧ୍ୟକ୍ଷ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା