
ଭୁବନେଶ୍ୱର, 20 ଫେବ୍ରୁଆରି (ହି.ସ.)- ବିଜେବି କଲେଜ
ଆସିଷ୍ଟାଣ୍ଟ ପ୍ରଫେସର୍ ଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ହୋଇଛି। କଲେଜ୍ ରେ ସହଯୋଗୀ
ପ୍ରଫେସର ଯୌନ ଶୋଷଣ ସହ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ଛାତ୍ର ଛାତ୍ରୀ।
ରାଜଧାନୀର ନାମଦାମୀ ମହାବିଦ୍ୟାଳୟ ବିଜେବି ସ୍ଵୟଂ ଶାସିତ ମହାବିଦ୍ୟାଳୟର ଏ ଘଟଣା ଏବେ ସାମ୍ନାକୁ ଆସିଛି । କ୍ଲାସ ରୁମ୍ ରେ ଛାତ୍ରୀ ମାନଙ୍କୁ
ଖରାପ୍ ବ୍ୟବହାର କରିବା ସହ ଚରିତ୍ର ଉପରେ
ଟିପ୍ପଣୀ ଦେଉଥିଲେ ଏହି ସହଯୋଗୀ ଶିକ୍ଷକ । ଏଭଳିକି ଛାତ୍ରୀଙ୍କ ଶରୀରକୁ ଆଳ କରି
ଛୁଇଁବା, ଲିପଷ୍ଟିକ ଲଗାଇ ଆସିଲେ ଗାଳି ଦେଉଥିଲେ। ମାସ ମାସ
ଧରି ଏଭଳି ବ୍ୟବହାର ପରେ ବାଧ୍ୟ ହୋଇ ଉଚ୍ଚ ଶିକ୍ଷା ବିଭାଗର ଦ୍ବାରସ୍ଥ ହୋଇଛନ୍ତି। ଏହାପରେ
ଉଚ୍ଚ ଶିକ୍ଷା ବିଭାଗ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶଲୟ ନିର୍ଦ୍ଦେଶ ଦିଆଯାଇଛି। ଏହାପରେ କଲେଜ ଆଇସିସି
ବା ଆଭ୍ୟନ୍ତରିନ କମ୍ପ୍ଲେନ୍ କମିଟି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ କମିଟି ଘଟଣାର
ସତ୍ୟତା ଥିବା ନେଇ ସ୍ପଷ୍ଟ କରିବା ପରେ ବଦଳି ପାଇଁ ସୁପାରିଶ କରିଛି। ଏହି ଘଟଣାରେ
ଅଧ୍ୟକ୍ଷାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା