
ଭୁବନେଶ୍ୱର, ୨୦ ଫେବୃୟାରୀ (ହି.ସ) - ଭୁବନେଶ୍ୱର ଓଲ୍ଡ ଟାଉନ ଏରିଆରେ ବାଲ୍ୟ ବିବାହ ଚାଲୁଥିବା ଖବର ପାଇ ହିନ୍ଦୁ ସଂଗଠନ ସହିତ ଲିଙ୍ଗରାଜ ଥାନା ପୋଲିସ ଓ ଚାଇଲ୍ଡଲାଇନ ପହଂଚି ଏହାକୁ ରୋକିଛନ୍ତି। ଲିଙ୍ଗରାଜ ମନ୍ଦିର ପାଖରେ ଥିବା ଏକ ମଣ୍ଡପରେ ୧୬ ବର୍ଷ ଝିଅ ସହିତ ୪୫ ବର୍ଷ ବ୍ୟକ୍ତିର ବାହାଘର ଲୁଚାଇ ହେଉଥିବାର ଖବର ଆସିଥିଲା। ଖବର ପାଇ ମହିଳା ସଂଗଠନ ସେଠାରେ ପହଂଚିଥିଲା। ଝିଅର ବୟସ କୁ ନେଇ ଉତେଜନା ଦେଖା ଦେଇଥିବା ବେଳେ ଲିଖିତ ଅଭିଯୋଗ ହେବା ପରେ ବାହାଘର ଅଟକିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା