
କେନ୍ଦ୍ରାପଡା, ୨୦ ଫେବୃଆରୀ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ଓଳାଭର ବଜାର ସରକାରୀ ଜାଗା ଜବରଦଖଲ ଉଚ୍ଛେଦ ନାମକୁ ମାତ୍ର କାର୍ଯ୍ୟାନୁଷ୍ଠାନ ହୋଇଥିବାରୁ ଏବଂ ଅବରୋଧକାରୀ ମାନଙ୍କ ପ୍ରତି ତହସିଲଦାରଙ୍କ କୋହଳ ମନୋଭାବକୁ ନେଇ ଆଜି ମୁଖ୍ୟ ଅଭିଯୋଗକାରୀ ନଳିନୀ ପୃଷ୍ଟି ଜିଲ୍ଲାପାଳଙ୍କୁ ଭେଟି ଉପ ଜିଲ୍ଲାପାଳଙ୍କ ଅପିଲ କୋର୍ଟ ନିର୍ଦ୍ଦେଶ ଅନୁସାରେ ଏବଂ ପୂର୍ବରୁୁ ସ୍ଥାନୀୟ ତାରିଣୀ ଛକରୁ ବଜାର ବରଗଛ ପର୍ଯ୍ୟନ୍ତ ମାପ ହୋଇ ଚିହ୍ନ ଦିଆଯାଇଥିବା ଉଭୟ ପଟରୁ ସଂପୂର୍ଣ୍ଣ ଉଚ୍ଛେଦ କରି ଜନ ସାଧାରଣଙ୍କ ଯାତାୟତର ସୁବିଧା କରିବା ପାଇଁ ନିବେଦନ କରିଥିଲେ । ଜିଲ୍ଲାପାଳ ଏହାକୁ ଗୁରୁତର ସହ ଗ୍ରହଣ କରି ଅପିଲ କୋର୍ଟ ନିର୍ଦ୍ଦେଶ ଅନୁସାରେ ଉଚ୍ଛେଦ କରିବାକୁ ଉପ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ରବି