
ଭୁବନେଶ୍ୱର, 20 ଫେବ୍ରୁଆରି (ହି.ସ.)- ହୋଟେଲ ରୁମରୁ
ସନ୍ଦେହଜନକ ଅବସ୍ଥାରେ ମିଳିଲା ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ । ମୃତ ଯୁବକ ହେଲେ ବିବୁନା
ପ୍ରଧାନ। ଗର୍ଲଫ୍ରେଣ୍ଡ ସହ ହୋଟେଲରେ ଥିଲେ ବୁବୁନା। ଭୋର ସମୟରେ ମୃତ ଦେହ ଉଦ୍ଧାର କଲା
ଏୟାରଫିଲ୍ଡ ପୋଲିସ। ଗର୍ଲଫ୍ରେଣ୍ଡ୍ ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଭୁବନେଶ୍ୱରର
ଏକ ହୋଟେଲରେ ଥିଲେ ଉଭୟ ପୁଅ ଝିଅ। ଘଟଣାର ତଦନ୍ତ ଆରମ୍ଭ କରିଛି ଏୟାରଫିଲ୍ଡ ପୋଲିସ। ସାଇଣ୍ଟିଫିକ
ଟିମ୍ ପହଞ୍ଚି କରିବେ ଯାଞ୍ଚ୍। ଘଟଣା ସ୍ଥଳରୁ ଯୁବତୀ ଫେରାର ହୋଇଯାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା