ମାଟ୍ରିକ୍ ପରୀକ୍ଷା ଦେବାରୁ ଛାତ୍ର ବଂଚିତ ହେବା ଘଟଣା : ବଦଳିଲେ ବିବାଦୀୟ ପରୀକ୍ଷା କେନ୍ଦ୍ର ପର୍ଯ୍ୟବେକ୍ଷକ କ୍ଷେତ୍ରବାସୀ ସାମଲ
ଧର୍ମଶାଳା,୨୦ ଫେବ୍ରୃଆରୀ(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଚଳିତ ମାସ ପରୀକ୍ଷା କେନ୍ଦ୍ରରେ ଏକ ବିବାଦୀୟ ଗଟଣା ଦେଖିବାକୁ ମିଳିଥିଲା । ସ୍ଥାନୀୟ ହାଜିରହିମିଆଁ ସରକାରୀ ଉଚ୍ଚ ବିଦ୍ୟାଳର ଜଣେ ପରୀକ୍ଷାର୍ଥୀ ସାମାନ୍ୟ ବିଳମ୍ବରେ ପରୀକ୍ଷା କେନ୍ଦ୍
ମାଟ୍ରିକ୍ ପରୀକ୍ଷା ଦେବାରୁ  ଛାତ୍ର ବଂଚିତ ହେବା ଘଟଣା : ବଦଳିଲେ ବିବାଦୀୟ ପରୀକ୍ଷା କେନ୍ଦ୍ର ପର୍ଯ୍ୟବେକ୍ଷକ କ୍ଷେତ୍ରବାସୀ ସାମଲ :


ଧର୍ମଶାଳା,୨୦ ଫେବ୍ରୃଆରୀ(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଚଳିତ ମାସ ପରୀକ୍ଷା କେନ୍ଦ୍ରରେ ଏକ ବିବାଦୀୟ ଗଟଣା ଦେଖିବାକୁ ମିଳିଥିଲା । ସ୍ଥାନୀୟ ହାଜିରହିମିଆଁ ସରକାରୀ ଉଚ୍ଚ ବିଦ୍ୟାଳର ଜଣେ ପରୀକ୍ଷାର୍ଥୀ ସାମାନ୍ୟ ବିଳମ୍ବରେ ପରୀକ୍ଷା କେନ୍ଦ୍ରକୁ ଆସିବାରୁ ତାଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବାକୁ ଅନୁମତି ମିଳି ନ ଥିଲା । ବାଳିକା ବିଦ୍ୟାଳୟର ପରୀକ୍ଷା କେନ୍ଦ୍ର ପର୍ଯ୍ୟବେକ୍ଷକ କ୍ଷେତ୍ରବାସୀ ସାମଲ ଭିତରକୁ ନ ଯିବାକୁ ବାରଣ କରିଥିଲେ । ପରୀକ୍ଷାର୍ଥୀ ଜଣକ ହେଲେ ଚନ୍ଦନ ଦାସ । ଏନେଇ ସେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜୁଲ ଫୁକାର ଅଲ୍ଲୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ତେବେ ଉପସ୍ଥିତ ସମସ୍ତ ଅବିଭାବକ,ପରିବାର ଲୋକେ ,ସଭାପତି ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସମେତ ସ୍ଥାନୀୟ ମୁରବୀ ଶ୍ରୀ ସାମଳଙ୍କୁ ପରୀକ୍ଷା ଦେବା ପାଇଁ ଅନୁରୋଧ କରିଥିଲେ। ହେଲେ ଶ୍ରୀ ସାମଲ ଦୃବ୍ୟବହାର କରିବା ସହିତ ପରୀକ୍ଷା କେନ୍ଦ୍ର ନିକଟରୁ ଛାଡି ଚାଲି ଯିବାକୁ କହିଥିଲେ । ମୋ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛି ତୁମ୍ଭେମାନେ ଯାହା କରିବାର ଅଛି କର ବୋଲି କହିଥିଲେ। ଫଳରେ ପରୀକ୍ଷା ସରିବା ପରେ ସମସ୍ତେ ମିଶି ବିଦ୍ୟାଳୟ ଯାଇ ଆଲୋଚନା କରିଥିଲେ । ଶ୍ରୀ ସାମଲ ସନ୍ତୋଷ ଜନକ ଉତର ନ ଦେଇ ସେମାନଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଯାହାକି ବିଦ୍ୟାଳୟ ପରିସରରେ ଅଶାନ୍ତ ହୋଇ ପଡିଥିଲା । ଛାତ୍ରଙ୍କ ଜୀବନ ସହ ଖେଳ ଖେଳୁଥିବା ବିବାଦୀୟ ପର୍ଯ୍ୟବେକ୍ଷକଙ୍କ ଏଭଳି ବିଶୃଙ୍ଖଳା ଆଚରଣକୁ ନେଇ ଜିଲା ଶିକ୍ଷା ଅଧିକାରୀ ମହେଶ୍ୱର ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ବ୍ରହ୍ମବରଦା ଅଂଚଳର ମୁରବୀ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସମସ୍ତେ ଦାବି କରିଥିଲେ । ଏହି ଘଟଣାକୁ ଜିଲା ଶିକ୍ଷା ଅଧିକାରୀ ଗୁରୁତର ସହ ନେଇ ଆଜି ବିବାଦୀୟ ହୋଇ ପଡିଥିବା ମୁଖ୍ୟ ପରୀକ୍ଷା ପର୍ଯ୍ୟବେକ୍ଷକ କ୍ଷେତ୍ରବାସୀ ସାମଲକୁ ଅନ୍ୟତ୍ର ବଦଳି କରାଯାଇଛି। ଚିଠି ସଂଖ୍ୟ ୨୬୩୩ /ତାରିଖ ୨୦ା୨ା୨୦୨୬ରେ ତାଙ୍କୁ ଏଠାରୁ ଯାଜପୁର ବ୍ଲକ କବୀରପୁରସ୍ଥ ପୁରୁଷୋତମପୁର ଉଚ୍ଚ ବିଦ୍ୟାଳୟକୁ ବଦଳି କରାଯାଇଥିବା ବେଳେ ସେଠାରୁ ପୁରୁଷୋତମ ଉଚ୍ଚ ବିଦ୍ୟାଳୟର ରାଜ କିଶୋର ପୋଥାଳଙ୍କୁ ବ୍ରହ୍ମବରଦା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande