ବିଟକଇନ ଘୋଟାଲା ମାମଲାରେ ରାଜ କୁନ୍ଦ୍ରାଙ୍କୁ ମିଳିଲା ଜାମିନ
ମୁମ୍ବାଇ,୨୦ ଫେବୃଆରୀ(ହି.ସ.) – ବିଟକାଇନ୍ ଘୋଟାଲା ସହିତ ଯୋଡ଼ିଥିବା ମାମଲାରେ ଶୁଣାଣୀ କରି ମୁମ୍ବାଇର ବିଶେଷ ପିଏମ୍‌ଏଲ୍‌ଏ(ପ୍ରିଭେଂଶନ ଅଫ୍ ମନି ଲଣ୍ଡରିଂ ଆକ୍ଟ) ଅଦାଲତ ଶୁକ୍ରବାର ଦିନ ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ଏବଂ ପ୍ରସିଦ୍ଧ ବିଜନେସମ୍ୟାନ ରାଜ କୁନ୍ଦ୍ରା ଜାମିନ ଦେଇଛନ୍ତି।
ବିଟକଇନ ଘୋଟାଲା ମାମଲାରେ ରାଜ କୁନ୍ଦ୍ରାଙ୍କୁ ମିଳିଲା ଜାମିନ


ମୁମ୍ବାଇ,୨୦ ଫେବୃଆରୀ(ହି.ସ.) – ବିଟକାଇନ୍ ଘୋଟାଲା ସହିତ ଯୋଡ଼ିଥିବା ମାମଲାରେ ଶୁଣାଣୀ କରି ମୁମ୍ବାଇର ବିଶେଷ ପିଏମ୍‌ଏଲ୍‌ଏ(ପ୍ରିଭେଂଶନ ଅଫ୍ ମନି ଲଣ୍ଡରିଂ ଆକ୍ଟ) ଅଦାଲତ ଶୁକ୍ରବାର ଦିନ ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ଏବଂ ପ୍ରସିଦ୍ଧ ବିଜନେସମ୍ୟାନ ରାଜ କୁନ୍ଦ୍ରା ଜାମିନ ଦେଇଛନ୍ତି। ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଏହି ମାମଲାରେ ଦାଖଲ କରାଯାଇଥିବା ଚାର୍ଜସିଟ୍ ଉପରେ ସଂଜ୍ଞାନ ନେଇ ଅଦାଲତ ଏହି ନିଷ୍ପତି ଶୁଣାଇଛନ୍ତି।

ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ବିଟକାଇନ୍ ଘୋଟାଲା ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ଏହି ମାମଲାରେ ଇଡି ଦୁବାଇର ବ୍ୟବସାୟୀ ରାଜେଶ ସତିଜା ଏବଂ ରାଜ କୁନ୍ଦ୍ରାଙ୍କ ବିରୋଧରେ ଅଭିଯୋଗ ପତ୍ର ଦାଖଲ କରାଯାଇଥିଲା। ଏହି ଅଭିଯୋଗ ପତ୍ରକୁ ସଂଜ୍ଞାନ ନେଇ ଅଦାଲତ ରାଜ କୁନ୍ଦ୍ରା ଏବଂ ଦୁବାଇ ବ୍ୟବସାୟୀ ରାଜେଶ ସତିଜାଙ୍କୁ ସମନ ଜାରି କରାଯାଇଥିଲା ଏବଂ ଦୁହିଁଙ୍କୁ ୧୯ ଜାନୁଆରୀକୁ ଅଦାଲତରେ ପେଶ ହେବାକୁ ଆଦେଶ ଦିଆଯାଇ ଥିଲା। କିନ୍ତୁ ରାଜ କୁନ୍ଦ୍ରା ସ୍ଥିର ସମୟରେ ପେଶ ହୋଇପାରି ନଥିଲା। ଆଜି ଏହି ମାମଲାରେ ହେଉଥିବା ଶୁଣାଣୀ ସମୟରେ ରାଜ କୁନ୍ଦ୍ରା ନିଜ ଓକିଲ ପ୍ରଶାନ୍ତ ପାଟିଲଙ୍କ ସହିତ ଅଦାଲତରେ ପେଶ୍ ହୋଇଥିଲେ। ଏହାପରେ ରାଜ କୁନ୍ଦ୍ରାଙ୍କ ଓକିଲ ଆଜି ଦୋପହର ୩ଟାରେ ରାଜ କୁନ୍ଦ୍ରାଙ୍କ ପକ୍ଷରୁ ଜାମିନ୍ ଆବେଦନ ରୁଜୁ କରାଯାଇଥିଲା। ଏହାପରେ ରାଜ କୁନ୍ଦ୍ରାଙ୍କ ଓକିଲ ଏବଂ ସରକାରୀ ଓକିଲ ଅଦାଲତରେ ନିଜ ପକ୍ଷ ରଖିଥିଲେ। ଅଦାଲତ ଦୁଇ ପକ୍ଷର ଯୁକ୍ତି ଶୁଣିବା ପରେ ରାଜ କୁନ୍ଦ୍ରାଙ୍କୁ ଜାମିନ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande