ଚଳିତ ଗ୍ରୀଷ୍ମ ପ୍ରବାହ ପରିଚାଳନା ସମ୍ପର୍କିତ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡା, ୨୦ ଫେବୃଆରୀ (ହି.ସ.)- ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଗ୍ରୀଷ୍ମପ୍ରବାହ ପରିଚାଳନା ସମ୍ପର୍କିତ ପ୍ରାକ-ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ
---------ଚଳିତ ଗ୍ରୀଷ୍ମ ପ୍ରବାହ ପରିଚାଳନା ସମ୍ପର୍କିତ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡା, ୨୦ ଫେବୃଆରୀ (ହି.ସ.)- ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଗ୍ରୀଷ୍ମପ୍ରବାହ ପରିଚାଳନା ସମ୍ପର୍କିତ ପ୍ରାକ-ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ, ଜିଲ୍ଲା ଜରୁରୀ କାଳୀନ ଆଧିକାରୀ ନିତ୍ୟନନ୍ଦ ସାମଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼.ମନୋରଞ୍ଜନ ରାଉତ, ସମେତ ସମସ୍ତ ବିଡ଼ିଓ, ଏବଂ ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ବୈଠକରେ ପାନୀୟଜଳ ସମସ୍ୟାକୁ ପ୍ରାଥମିକତା ଦିଆଯାଇଛି ସେହିପରି ବ୍ୟାପକ ସୁବ୍ୟବସ୍ଥିତ ଜଳଛତ୍ର, ପଶୁପକ୍ଷୀଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା, ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଅଂଶୁଘାତ ମୁକାବିଲା ପାଇଁ ସମସ୍ତ ପ୍ରକାର ଆଶୁ ଚିକିତ୍ସା ବ୍ୟବସ୍ଥା, ଛାତ୍ରଛାତ୍ରୀ ମାନଙ୍କୁ ନିୟମିତ ବ୍ୟବଧାନରେ ପାନୀୟ ଜଳ ପିଇବାକୁ ପରାମର୍ଶ, ଶିକ୍ଷାନୁଷ୍ଠାନ ମାନଙ୍କରେ ପାଣି ପିଇବା ପାଇଁ ସ୍ୱତନ୍ତ୍ର ପାଣି ବେଲ,୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ଓଆରଏସ ଯୋଗାଣ ବ୍ୟବସ୍ଥା, ସରକାରୀ ସମୟ ସାରଣୀ ଅନୁଯାୟୀ ଶ୍ରମିକ ମାନଙ୍କ କାର‌୍ୟ୍ୟ ସୁନିଶ୍ଚିତ କରିବା, ଅଙ୍ଗନବାଡି ମାନଙ୍କରେ ପଙ୍ଖା, ପାନୀୟଜଳ, ସମସ୍ତ ଯାତ୍ରୀବାହୀ ବସ ମାନଙ୍କରେ ପାନୀୟଜଳ, ଓଆରଏସ ମହଜୁଦ ରଖିବା, ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରିବା ସହିତ ବ୍ୟାପକ ସଚେତନତା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ନିଜ ନିଜ କାର‌୍ୟ୍ୟାଳୟର ପୁରୁଣା ପାଣି ଟାଙ୍କି ସଫେଇ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande