
Bhubaneswar, 20 ଫେବ୍ରୁଆରି (ହି.ସ.)ଆରଏସସ ଶ୍ରମିକ ସଙ୍ଗଠନ ସହ ଗାଙ୍ଗପୁର ମଜଦୁରମଂଚର ଆଉ କୌଣସି ସଂପର୍କ ନାହିଁ- ଗୋପାଳ ଦାସ
ରାଉରକେଲା ତା ୨୦/୨ ରାଉରକେଲା ଷ୍ଟିଲପିାଁଟ ର ସ୍ୱିକୃତି ନିର୍ବାଚନକୁ ମିଳିତ ଭାବେ ଲଢି ବିଜୟ ଲାଭ କରିଥିବା ଆରଏସଏସ ଓ ଗାଙ୍ଗପୁର ଶ୍ରମିକ ସଙ୍ଗଠନ ମଧ୍ୟରେ ବିବାଦ ହେବାପରେ ଉଭୟ ଅଲଗା ହୋଇଯାଇଛନ୍ତି , ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଏମଏମ ର ସାଧାରଣ ସଂପାଦକ ଗୋପାଳ ଦାସ କହିଛନ୍ତି ଯେ ଆମେ ଏବେ ସ୍ୱତନ୍ତ୍ର, ଆମର ଆରଏସଏସ ସହ କୌଣସି ସଂପର୍କ ଆଉ ନାହିଁ । ଏନେଇ ସେ ଆହୁରି ସେ କହିଲେ ଯେ, ରାଉରକେଲା ଇସ୍ପାତ କାରଖାନାରେ କାମ କରୁଥିବା ଶ୍ର୍ରମିକ ମାନଙ୍କର ସ୍ୱାର୍ଥ ସାଧନ ଲାଗି ସେମାନଙ୍କର ସୁରକ୍ଷା ଲାଗି ସ୍ୱର୍ଗତ ବିଧାୟକ ଜର୍ଜ ତିର୍କୀ ଗାଙ୍ଗପୁର ଶ୍ରମିକ ସଂଗଠନ କୁ ତିଆରି କରିଥିଲେ , କାରଖାନା ଭିତରେ ବାହାରେ ଆମେ ଶ୍ରମିକର ସ୍ୱାର୍ଥ ଲାଗି କାମ କରୁଥିଲୁ କିନ୍ତୁ ଧୀିରେ ଧୀରେ ଦେଖାଗଲା ଆମ ସହ ଥିବା ଆରଏସଏସ ସ୍ୱିକୃତି ପାଇବା ପରେ ଆମ ଠାରୁ ଦୁରେଇ ଯାଉଛି । ତା ପରେ ବି ଆମେ ନିରବ ଥିଲୁ, କିନ୍ତୁ ଯେତେବେଳେ ଆମ ସଙ୍ଗଠନର ସ୍ୱାର୍ଥ ରହିଲା ନାହିଁ ଆମ ସଭ୍ୟ ମାନଙ୍କର କୌଣସି ଗୁରୁତ୍ୱ ଏଥିରେ ରହିଲା ନାହିଁ ଆମେ ଶ୍ରମିକ ଙ୍କ ସ୍ୱାର୍ଥକୁ ନେଇ କାମ କରିବା ସମସ୍ୟା ହେଲା ମୋଟା ମୋଟି ଆମକୁ ଦୁରେଇ ଦିଆ ଗଲା ତେଣୁ ଆମେ ଆମ ୍ଜାଗାରେ ରହିଲୁ ଆଗାମୀ ଦିନରେ ଜିଏମଏମ ସ୍ୱତନ୍ତ୍ର ଭାବେ ସିକ୍ରେଟ ବାଲାଟ ନିର୍ବାଚନ ଲଢିବ ଓ ପ୍ରତିଟି ମୁହୁର୍ତରେ ଶ୍ରମିକର ସ୍ୱାର୍ଥ ଲାଗି କାମ କରିବ ବୋଲି ସେ କହିଥିଲେ । ଶ୍ରମିକ ର ସ୍ୱାର୍ଥ ଲାଗି କାମ କରିବା ବେଳେ ଆମେ ଆଉ କୌଣସି ସଂପର୍କକୁ ଦେଖିବୁ ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି । ଖାଲି ସେତିକି ନୁହେଁ ଆମେ ଏ ମାଟିର ମଣିଷ, ନିଜ ଘରେ ରହି ନିଜ ଖେତର ମାଟିରେ ଚାଷ କରି ଖାଇଥାଉ, ଆମର ଶ୍ରମିକ ସଙ୍ଗଠନ କରି ବସ ମାଲିକ ହେବା,କୋଟି କୋଟି ଟଙ୍କାର ଜମି ମାଲିକ ହେବା, ଚାଲାକି କରି ଆରଏସପି ର ଗୁଡାଏ ଘର ନେଇଯିବା, ଭୁବନେଶ୍ୱରରେ କୋଠା କରିବା, ଶ୍ରମିକ ଙ୍କ ତଂଟିଚିପି ପଇସା ରୋଜଗାର କରିବା ଭଳି କୌଣସି ସଉକ ଆମର ନାହିଁ ବୋଲି ସେ କହିଥିଲେ ।ିଁ । ଆମେ ଜର୍ଜ ଦାଦା ଙ୍କ ନିତୀ ନିୟମକୁ ମାନି କାମ କରୁଥିଲୁ ଏବେ ତାକୁ ଦୁଇଗୁଣ କରି ପ୍ରତି ମୁହୁର୍ତରେ ଶ୍ରମିକ ଲାଗି ଓ କାରଖାନାର ଉନ୍ନତି ଲାଗି କାମ କରିବୁ । ଆରଏସପିରୁ ମୁଲ୍ୟବାନ ପ୍ଲାଟିନମ ରୁପା ଭଳି ସଂପତି ଚୋରୀ ହେଉଥିବା ନେଇ ପ୍ରଶ୍ନ ହେବାରୁ ସେ କହିଲେ ଏବିଷୟରେ ଆମେ ଖବର ପାଇଥିଲୁ ଆଗାମୀ ଦିନରେ ଏହାର ଯାଂଚ କରି ଆରଏସପି ମୁଖିଆ ଓ ସେଲକୁ ଚିଠି ଲେଖିବୁ ବୋଲି ପ୍ରକାଶ କରିଥିଲେ । ଆମ ବିରୋଧରେ ନିର୍ବାଚନ ବେଳେ ଅଘୋଷିତ ମେଂଟ କରାଯାଇଥିଲା ବୋଲି କୁହାଯିିବା କଥାକୁ ମୁଁ ଖଣ୍ଡନ କରି ପଚାରୁଛି ଯେ,ନିର୍ବାଚନ ବେଳେ ଆମର ଓ ଆରଏସଏସ ର ଚିହ୍ନ କେମିତି ମିଶିକି ଥିଲା ? ଆମେ ମିଶିକି ନିର୍ବାଚନ ଲଢିବାର ଛବି ଏବେ ବି ରହିଛି ତାକୁ ଅସ୍ୱିକାର କରାଯାଇପାରିବ କି?କେବଳ ମନ୍ତ୍ରୀ ଙ୍କ ଚାପରେ ଏଠାକାର ଶ୍ରମ ବିଭାଗ କୁ ପ୍ରଭାବିତ କରାଯାଇ ଏସବୁ କରାଯାଇଛି ବୋଲି ଶ୍ରୀ ଦାସ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଜିଏମଏମ ର ଉପସଭାପତି ମାଙ୍ଗେ ଏକ୍କା ଙ୍କ ସହ ଅନ୍ୟାନ୍ୟ କମକର୍ତା ଉପସ୍ଥିତି ଥିଲେ ।ର୍
---------------
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ