୩.୧ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୦ ଫେବୃୟାରୀ (ହି.ସ)- ୨୦୨୬-୨୭ ଆର୍ôଥକ ବର୍ଷ ପାଇଁ ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଚଳିତ ବଜେଟ ଆକାର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା ରହିଛି। ପ୍ରଶାସନିକ ଖର୍ଚ୍ଚ ପାଇଁ ୧ଲକ୍ଷ ୧୪ ହଜାର କୋଟି ଟଙ୍କାର ବ୍ୟବସ୍ଥା ରହିଛି। ବଜେଟ୍ ରେ ସରକା
budget


ଭୁବନେଶ୍ୱର, ୨୦ ଫେବୃୟାରୀ (ହି.ସ)- ୨୦୨୬-୨୭ ଆର୍ôଥକ ବର୍ଷ ପାଇଁ ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଚଳିତ ବଜେଟ ଆକାର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା ରହିଛି। ପ୍ରଶାସନିକ ଖର୍ଚ୍ଚ ପାଇଁ ୧ଲକ୍ଷ ୧୪ ହଜାର କୋଟି ଟଙ୍କାର ବ୍ୟବସ୍ଥା ରହିଛି।

ବଜେଟ୍ ରେ ସରକାର ୧୬ଟି ନୂଆ ପଦକ୍ଷେପ ପାଇଁ ଘୋଷଣା କରିଛନ୍ତି। ଏହା ମଧ୍ୟରେ ରହିଛି ଭିବି ଜି ରାମ ଜି ପାଇଁ ୫୫୭୫ କୋଟି , ସମୃଦ୍ଧ ଅଙ୍ଗନବାଡି ଯୋଜନା ପାଇଁ ୬୩୫ କୋଟି , ମଡେଲ ମଣ୍ଡି ପାଇଁ ୧୦୦ କୋଟି , ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା , ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ ପାଇଁ ୧୦୦ କୋଟି

, ୱାର୍ଲଡ ଗ୍ରେନ ଷ୍ଟୋରେଜ ପ୍ଲାନ ପାଇଁ ୨୪୦ କୋଟି , ରେଆର ଆର୍ଥ କରିଡ଼ର ପାଇଁ ୧୦ କୋଟି , ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରାନ୍ସଫରମେଟିଭ ଇନିସି୍‌ଏଟିଭ , ବିଚ୍ଛିନ୍ନାଂଚଳକୁ ଯୋଗାଯୋଗ ପାଇଁ ୧ ହଜାର କୋଟି

, ଜଗନ୍ନାଥ ଇଂଟରପ୍ରିଟେସନ ସେଂଟର , ୱାର୍ଲଡ ଟୁରିଜିମ ସେଂଟର (ପୁରୀ ) , ଷ୍ଟେଟ ଏଆଇ ମିଶନ ପାଇଁ ୨୩ କୋଟି , ଟୁରିଜିମ ଲାଣ୍ଡ ବ୍ୟାଙ୍କ ସ୍କିମ ପାଇଁ ୧୫୦ କୋଟି , ଡାଲଖାଇ ଫାଇଁ ୨୨୦ କୋଟି ଟଙ୍କା , ମୁଖ୍ୟମନ୍ତ୍ରୀ ଅର୍ଥ ପରାମର୍ଶଦାତା ପରିଷଦ ଏବଂ ଫିଟ୍ ଓଡିଶା ମିଶନ ପାଇଁ ୧୦ କୋଟି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande