
- ଗତ ବର୍ଷ ତୁଳନାରେ ବଢିଲା ବଜେଟ୍
- ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ଲାଇବ୍ରେରୀ କେନ୍ଦ୍ର ପାଇଁ ୧ ହଜାର କୋଟି
- ଶ୍ରୀଜଗନ୍ନାଥ ମନ୍ଦିର ପାଇଁ 'ସମର୍ପଣ' ନାଁରେ ଅନଲାଇନ୍ ଡିଜିଟାଲ ହୁଣ୍ଡି
-ବାହାରୁ ଆସୁଥିବା ଅତିଥିଙ୍କ ପାଇଁ ନିର୍ମାଣ ହେବ ଜନ ଆଶ୍ରୟ ଭବନ
-ନୂତନ ରାଜ୍ୟ ବିଧାନସଭା ସୌଧ, ନୂତନ ସଚିବାଳୟ ଭବନ ହେବ
ଭୁବନେଶ୍ୱର, ୨୦ ଫେବୃୟାରୀ (ହି.ସ)- ୨୦୨୬-୨୭ ଆରô୍ଥକ ବର୍ଷ ପାଇଁ ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଚଳିତ ବଜେଟ ଆକାର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା ରହିଛି। ପ୍ରଶାସନିକ ଖର୍ଚ୍ଚ ପାଇଁ ୧ଲକ୍ଷ ୧୪ ହଜାର କୋଟି ଟଙ୍କାର ବ୍ୟବସ୍ଥା ରହିଛି। ସେହିପରି କାର୍ୟ୍ୟକ୍ରମ ଖର୍ଚ୍ଚ ବାବଦକୁ ୧ ଲକ୍ଷ ୮୦ ହଜାର କୋଟି , ବିପର୍ୟ୍ୟୟ ପରିଚାଳନା ପାଣ୍ଠି ପାଇଁ ୫ ,୩୭୫ କୋଟି , ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତର ବାବଦକୁ ୧୦,୬୨୫ କୋଟି ଟଙ୍କା ରହିଛି।
୨୦୨୬-୨୭ରେ ପୁଞ୍ଜି ବ୍ୟୟ ଅଟକଳ ୭୨,୧୦୦ କୋଟି ଟଙ୍କା, ଯାହାକି ଜିଏସଡିପିର ୬.୫ ପ୍ରତିଶତ
ଏବଂ ରାଜ୍ୟ ବଜେଟ ଆକଳନର ୨୩.୩ ପ୍ରତିଶତ ଅଟେ । ଓଡ଼ିଶାର ପୁଞ୍ଜି ବ୍ୟୟର ଅନୁପାତ ଦେଶର ସମସ୍ତ ପ୍ରମୁଖ ରାଜ୍ୟ ମଧ୍ୟରେ ସର୍ବାଧିକ ।
ବଜେଟ୍ ରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୪୨,୪୯୨ କୋଟି ଟଙ୍କାର ବ୍ୟୟବରାଦ ହୋଇଛି, ଯାହା ପୂର୍ବ ବର୍ଷ ତୁଳନାରେ ୧୨.୩% ଅଧିକ ଅଟେ । ରାଜସ୍ୱ ବଳକା ଜିଏସଡିପିଏ ୩% ହେବ ବୋଲି ଆକଳନ କରାଯାଇଛି, ବିତୀୟ ନିଅଂଟ ଜିଏସଡିପିର୩.୨ % ରହିବ ବୋଲି ଆକଳନ କରାଯାଇଛି । ବର୍ଷ ଶେଷ ଋଣ ଭାର ଜିଏସଡିପିର ୧୪.୧% ରହିବ ବୋଲି ଆକଳନ କରାଯାଇଛି । ତେଣୁ ୨୦୨୬-୨୭ ବାର୍ଷିକ ବଜେଟ୍ ସମ୍ପୂର୍ଣ୍ଣ ଭାବେ ଏଫଆରବିଏମ୍ ଅଧିନିୟମ ପରିପାଳକ ଅଟେ ।
ବଜେଟରେ ନୂଆ ପଦକ୍ଷେପ ମଧ୍ୟରେ ରହିଛି ୧୦୦୦ କୋଟି ଟଙ୍କା ବ୍ୟୟରେ ପୁରୀରେ ଶ୍ରୀ ଜଗନ୍ନାଥଙ୍କ ଇଂଟରପ୍ରିଟେସନ୍ ସେଂଟର ଏବଂ ପୁରୀରେ ବିଶ୍ୱ ପର୍ୟ୍ୟଟନ କେନ୍ଦ୍ର , ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ ଅନଲାଇନ୍ ଦାନ ପ୍ଲାଟଫର୍ମ ଡିଜିଟାଲ୍ ହୁଣ୍ଡି-ସମର୍ପଣ। ମଧୁବାବୁ ପେନସନ ଯୋଜନା ଅଧୀନରେ ୬ ଲକ୍ଷ ହିତାଧିକାରୀଙ୍କୁ ଅତିରିକ୍ତ କରରେଜ୍ , ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଅଧୀନରେ ଆରô୍ଥକ ଦୃଷ୍ଟିରୁ ଦୁର୍ବଳ ବର୍ଗର ପରିବାରରେ ଜନ୍ମ ହୋଇଥିଅବା ଝିଅ ନାମରେ ୨୦,୦୦୦ ଟଙ୍କାର ସଂଚୟ । ସ୍ନାତକ ସମାପ୍ତ କରିବା ପରେ ତାଙ୍କୁ ୧ ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ।
ଏହା ବ୍ୟତୀତ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟାଳୟରେ ୪ଟି ନୂତନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ପାରାଦୀପ ଏବଂ ବଲାଙ୍ଗୀରରେ ଦୁଇଟି ନୂତନ ସରକାରୀ ଇଞ୍ଜିନିୟରିଂ କଲେଜ , ମୟୂରଭଞ୍ଜ ଏବଂ ବଲାଙ୍ଗୀରରେ ନୂତନ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ,ଚିପିଲିମାରେ ନୂତନ ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ଏବଂ ସୋନପୁରରେ ମଧ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା , ଗଜପତି, ମାଲକାନଗିରି ଏବଂ ରାୟଗଡ଼ାରେ ତିନୋଟି ନୂତନ ଆୟୁର୍ବେଦିକ ମେଡିକାଲ କଲେଜ ଏବଂ ନୟାଗଡ଼ ଏବଂ ନୂଆପଡ଼ାରେ ଦୁଇଟି ନୂତନ ହୋମିଓପାଥ୍ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ।
ଦକ୍ଷିଣ ଓଡ଼ିଶା ବିକାଶ ଯୋଜନା ଅଧୀନରେ ୩ ବର୍ଷରେ ୨୪୦ କୋଟି ଟଙ୍କା ରେୟାର ଆର୍ଥ କରିଡର ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ୨୩ କୋଟି ଟଙ୍କାର ବ୍ୟୟବରାଦ ସହିତ ଓଡ଼ିଶା ଇ ମିଶନ , ୧୦୦ କୋଟି ଟଙ୍କା ବ୍ୟବସ୍ଥା ସହିତ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ।
ନୂତନ ସିଏସଏସ ଯୋଜନା ବିକଶିତ ଭାରତ - ରୋଜଗାର ଏବଂ ଆଜୀବିକା ମିଶନ (ଗ୍ରାମୀଣ) (ଭିବି- ଜି ରାମ କି) ପାଇଁ ୫୫୭୫ କୋଟି ଟଙ୍କା ଆବଂଟନ , ସଂଯୋଗ ହୋଇନଥିବା ଜନବସତିକୁ ସଂଯୋଗ ସୁନିଶ୍ଚିତ କରିବା ପାଇଁ ୧୦୦୦ କୋଟି ଟଙ୍କା ଆବଂଟନ କରାଯାଇଛି।
ସମସ୍ତ ଅସମ୍ପୂର୍ଣ୍ଣ ଅଙ୍ଗନୱାଡ଼ି କେନ୍ଦ୍ର କୁ ସମ୍ପୂର୍ଣ୍ଣ କରିବା ପାଇଁ ସମୃଦ୍ଧ ଅଙ୍ଗନୱାଡ଼ି ଯୋଜନ ପାଇଁ ୬୩୫ କୋଟି ଟଙ୍କା ଆବଂଟନ କରାଯାଇଛି। ଔଦ୍ୟୋଗିକ ଭିରିଭୂମି ରକ୍ଷଣାବେକ୍ଷଣ ପାଣ୍ଠି ପାଇଁ ୩୨୦ କୋଟି ଟଙ୍କା ଆବଂଟନ କରାଯାଇଥିବା ବେଳେ ସମନ୍ୱିତ ଜଳ ନିଷ୍କାସନ ଉନ୍ନତି ଏବଂ ଆଧୁନିକୀକରଣ କାର୍ୟ୍ୟକ୍ରମ ପାଇଁ ୨୩୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି।
ଓଡ଼ିଶା ସାମୁଦ୍ରିକ ବୋର୍ଡ ପାଇଁ ୨୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ପର୍ୟ୍ୟଟନ ଭିତିଭୂମି ପାଇଁ ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି ପାଇଁ ୧୫୦ କୋଟି ଟଙ୍କା । ଭୁବନେଶ୍ୱରରେ ସାଇନ୍ସ ସିଟି ପ୍ରତିଷ୍ଠା ହେବ।
ତିନୋଟି ନୂତନ ଏକ୍ସପ୍ରେସ ମଧ୍ୟରେ କୋରାପୁଟ ଜିଲ୍ଲାର ଦକ୍ଷିଣ ସହର ଜୟପୁରକୁ ଉପକୂଳବର୍ତୀ ବ୍ରହ୍ମପୁର ସହର ସହିତ ସଂଯୋଗ କରିବା ପାଇଁ ପ୍ରାୟ ୨୦୦୦ କୋଟି ଟଙ୍କା ବ୍ୟୟରେ ୨୮୭ କିଲୋମିଟର ଦୈର୍ଘ୍ୟ ବ୍ରହ୍ମପୁର-ଜୟପୁର ରାସ୍ତା , ନମୋ ଏକ୍ସପ୍ରେସ ଯାହା ପୂର୍ବ-ପଶ୍ଚିମ କରିଡରର ଏକ ଅଂଶ ଭାବରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିକୁ ବରଗଡ ଜିଲ୍ଲାର ଅମ୍ଳାହୋନା ସହିତ ସଂଯୋଗ କରିବ ଏବଂ ଅଟଳ ଏକ୍ସପ୍ରେସ ୱେ (୨୬୯ କିମି) ଉତର-ଦକ୍ଷିଣ କରିଡରର ଏକ ଅଂଶ ଭାବରେ ମାଲକାନାଗିରି ଜିଲ୍ଲାର ମୋଟୁକୁ ମୟୂରଭଞ୍ଜ ଜିଲ୍ଲାର ତିରିଙ୍ଗୀ ସହିତ ସଂଯୋଗ କରିବ। ଆଗାମୀ ପିଢ଼ିର ଆବଶ୍ୟକତା ପୂରଣ ପାଇଁ ଭୁବନେଶ୍ୱରରେ ନୂତନ ସରକାରୀ ଭିତିଭୂମି ନିର୍ମାଣ କରାଯିବ। ବିଭିନ୍ନ କାର୍ୟ୍ୟ ପାଇଁ ରାଜଧାନୀକୁ ଆସୁଥିବା ବିଭିନ୍ନ ଜିଲ୍ଲାରୁ ଆସୁଥିବା ଲୋକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଭୁବନେଶ୍ୱରର ଜନ ଆଶ୍ରୟ ଭବନ ନାମରେ ଏକ ଗେଷ୍ଟ ହାଉସ୍ ନିର୍ମାଣ କରାଯିବ। ଏହାସହ ନୂତନ ରାଜ୍ୟ ବିଧାନସଭା ଓ ନୂତନ ରାଜ୍ୟ ସଚିବାଳୟ ଗୃହ ନିର୍ମାଣ କରାଯିବ। ଏହା ବ୍ୟତୀତ ଏକ ନୂତନ ବିଶ୍ୱ ସ୍ତରୀୟ ସଂଗ୍ରହାଳୟ ଏବଂ ଓଡ଼ିଶା ମଣ୍ଡପ ସମ୍ମିଳନୀ କେନ୍ଦ୍ର ଏବଂ ଭୁବନେଶ୍ୱରରେ ପୁଲିସ ସ୍ମାରକୀ ନିର୍ମାଣ ପାଇଁ ୧୦ କୋଟି ଟଙ୍କା ବ୍ୟବୟବରାଦ କରାଯାଇଛି।
କୃଷି ଓ ଆନୁଷଙ୍ଗିକ କ୍ଷେତ୍ର
ବଜେଟ୍ ରେ ସମୃଦ୍ଧ କୃଷକ ଯୋଜନା ଅଧୀନରେ କ୍ୱିଂଟାଲ ପିଛା ୩୧ ଶହ ଟଙ୍କା ମୂଲ୍ୟରେ ଧାନ କ୍ରୟ ପାଇଁ ୬ହଜାର ୮୮ କୋଟି ଟଙ୍କାର ପ୍ରସ୍ତାବ ରହିଛି । ଚାଷୀମାନଙ୍କୁ ସମୟୋଚିତ ପୈଠ ଏବଂ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟିକଲ୍ୟାଣ ବିଭାଗ ଅଧୀନରେ ୫ ହଜାର କୋଟି ଟଙ୍କାର ଏକ ଆବର୍ତ୍ତନ ପାଣ୍ଠି ଗଠନ କରାଯିବ। ଆସନ୍ତା ୩ ବର୍ଷ ମଧ୍ୟରେ ପ୍ରାୟ ୧୧ ଲକ୍ଷ ମେଟ୍ରିକ ଟନ୍ ବିଶିଷ୍ଟ ଆଧୁନିକ ଗୋଦାମ ନିର୍ମାଣ କରାଯିବାର ପ୍ରସ୍ତାବ ରହିଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଚାଷୀ, ଜମି ମାଲିକ, ଭୂମିହୀନ ପରିବାର ଏବଂ ବିଶେଷ ଭାବେ ସମ୍ବେଦନଶୀଳ ଜନଜାତିଙ୍କ ପାଖରେ ଅତିରିକ୍ତ ସହାୟତା ନିମନ୍ତେ ପ୍ରଧାନମନ୍ତ୍ରୀ-କିଷାନ ଯୋଜନାକୁ ମୁଖ୍ୟମନ୍ତ୍ରୀ-କିଷାନ ଯୋଜନା ଜରିଆରେ କାର୍ୟ୍ୟକାରୀ କରିବା ପାଇଁ ୨ ହଜାର ୩୦ କୋଟି ଟଙ୍କାର ପ୍ରସ୍ତାବ ।'ଶ୍ରୀ ଅନ୍ନ ଅଭିଯାନ' ପାଇଁ ୪ ଶହ କୋଟି ଟଙ୍କାର ବ୍ୟବସ୍ଥା । ଫସଲ ବିବିଧକରଣ କାର୍ୟ୍ୟକ୍ରମ, ସ୍ୱଦେଶୀ ପ୍ରଜାତିର ଧାନକୁ ପ୍ରୋତ୍ସାହନ ଏବଂ ଅମଳ ପରବର୍ତ୍ତୀ ଧାନ ପଡ଼ିଆର ବ୍ୟାପକ ପରିଚାଳନା ଆଦି ପଦକ୍ଷେପ ପାଇଁ ମୋଟ ୪ ଶହ ୬୯ କୋଟି ଟଙ୍କାର ବ୍ୟୟ ବରାଦ । ୬ ଟି ଜିଲ୍ଲା ରେ କଫି ଚାଷ ପାଇଁ ୧ ଶହ ୫୦ କୋଟି ଟଙ୍କାର ପ୍ରସ୍ତାବ, ପ୍ରଯୁକ୍ତିବିଦ୍ୟା ଦ୍ୱାରା ଉନ୍ନତ ଆଖୁ ଚାଷ ନିମନ୍ତେ ୨୭ କୋଟି ଟଙ୍କା ଏବଂ ବଳଭଦ୍ର ଜୈବିକ ଚାଷ ମିଶନ ନିମନ୍ତେ ୨୮ କୋଟି ଟଙ୍କାର ବ୍ୟବସ୍ଥା ।କୃଷି ଉପକରଣର ଲୋକପ୍ରିୟତା ଯୋଜନା ଅଧୀନରେ କୃଷି ଯାନ୍ତ୍ରିକୀକରଣ ନିମନ୍ତେ ୪ ଶହ କୋଟିଟଙ୍କା ବ୍ୟୟବରାଦର ପ୍ରସ୍ତାବ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ହେବାକୁ ଥିିବା ଫୁଲ ଓ ଛତୁ ଚାଷ ବାବଦକୁ ୫୭ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ । କୃଷି ଉତ୍ପାଦକ କ୍ଲଷ୍ଟରଗୁଡ଼ିକୁ ସୁଦୃଢ଼ କରିବା ପାଇଁ ୩୮ କୋଟି ଟଙ୍କା ବ୍ୟୟବରାଦ । ସ୍ୱତନ୍ତ୍ର ଉଦ୍ୟାନ କୃଷି ଫସଇ-ନିର୍ଦ୍ଦିଷ୍ଟ ଯୋଜନା, ମସଲା ମିଶନ୍ ସମେତ ଆଳୁ ଚାଷର ଉନ୍ନୟନ ଏବଂ ଉଦ୍ୟାନ କୃଷି ମିଶନ ପ୍ଲସ ପାଇଁ ମୋଟ ୫ ଶହ ୪୪ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ । କେନ୍ଦ୍ର ପ୍ରବର୍ଣିତ ଯୋଜନା: ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅଧୀନରେ ୧ ଶହ ୬୦ କୋଟି ଟଙ୍କା, କୃଷି ଯାନ୍ତ୍ରିକୀକରଣ ପାଇଁ କୃଷି ଯାନ୍ତ୍ରିକୀକରଣ ଉପ-ମିଶନ ଅଧୀନରେ ୨ ଶହ ୫୦ କୋଟି ଟଙ୍କା, କୃଷି ସମ୍ପ୍ରସାରଣ ଉପ-ମିଶନ ବାବଦକୁ ୧ ଶହ ୩୧ କୋଟି ଟଙ୍କା, ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ଅଧୀନରେ ୨ ଶହ ୨ କୋଟି ଟଙ୍କା, ମତ୍ସ୍ୟ ଏବଂ ପ୍ରାଣିସମ୍ପଦ ବିକାଶ ପାଇଁ ୨ ହଜାର ୧୯ କୋଟି ଟଙ୍କା ଆବଂଟନ କରାଯାଇଛି। ୧୦ ହଜାର ହେକ୍ଟରରୁ ଅଧିକ ପରିବେଶ ଅନୁକୂଳ ଜଳଚାଷକୁ ସମ୍ପ୍ରସାରଣ, ବିଙ୍ଗୁଡ଼ି ରପ୍ତାନିକୁ ବାର୍ଷିକ ୨ ଲକ୍ଷ ଟନ୍ ବୃଦ୍ଧି କରି ୧୨ ହଜାର କୋଟି ଟଙ୍କା ଆୟ ଏବଂ ୨ ଲକ୍ଷରୁ ଅଧିାକ ଚାଷୀଙ୍କ ନିଯୁକ୍ତି, ତାଲିମ ଏବଂ ଉଚ୍ଚ ଆୟ ପାଇଁ ଓଡ଼ିଶା ଚିଙ୍ଗୁଡ଼ି ମିଶନର ଶୁଭାରମ୍ଭ ।
ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଅଧୀନରେ ୨ ଶବ୍ଦ ୧ କୋଟି ଟଙ୍କା ଆବଂଟନର ପ୍ରସ୍ତାବ । ଅସ୍ତରଙ୍ଗ ମାଛଧରା ବନ୍ଦରର ଆଧୁନିକୀକରଣ ଏବଂ ଗୋପାଳପୁରରେ ଗଭୀର ସମୁଦ୍ରରେ ମାଛଧରା ବନ୍ଦର ନିର୍ମାଣ ସମେତ ୪୦ ଟି ହିତାଧ୍ୱରୀ ଭିରିକ ଯୋଜନାକୁ ପ୍ରଭାବଶାଳୀ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ମଧ୍ୟ ସମ୍ପଦ ଯୋଜନା ଅଧୀନରେ ୨ ଶହ ୪୫ କୋଟି ଟଙ୍କାର ପ୍ରସ୍ତାବ। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ସହାୟତାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ପାଇଁ ୧ ଶହ ୫୯ କୋଟି ଟଙ୍କା ବ୍ୟୟ ଅଟକଳ । ପ୍ରାଣୀ ସମୃଦ୍ଧି ଯୋଜନାରେ ୧ ଶବ୍ଦ ୮୫ କୋଟି ଟଙ୍କାର ପ୍ରସ୍ତାବ । ଠିକ୍ ସମୟରେ ନିଦାନ, ପ୍ରତିଷେଧକ ଯତ୍ନ ଏବଂ ପଶୁ ରୋଗର ପ୍ରଭାବଶାଳୀ ନିୟନ୍ତ୍ରଣ ପାଇଁ ଗୋମାତା ଯୋଜନା ଅଧୀନରେ ୫୭ କୋଟି ଟଙ୍କାର ପ୍ରସ୍ତାବ । ଉନ୍ନତ ପ୍ରାଣୀ ଚିକିତ୍ସା ସେବାର ବର୍ଷିତ ବାହିବାକୁ ପୂରଣ କରିବା ପାଇଁ ସରକାର ଫୁଲନଖରାରେ ଏକ ୨୪ ଘଂଟିଆ ରେଫେରାଲ ପ୍ରାଣୀ ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ବଜେଟ୍ ରେ ୧୦ କୋଟି ଟଙ୍କାର ପ୍ରସ୍ତାବ । ମୟୂରଭଞ୍ଜ ଜିଲ୍ଲାରେ ଏକ ନୂତନ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୨୦ କୋଟି ଟଙ୍କାର ପ୍ରସ୍ତାବ । ଚିପିଲିମାରେ ଏକ ପଶୁଚିକିତ୍ସା ବିଜ୍ଞାନ ମହାବିଦ୍ୟାଳୟ, ବଲାଙ୍ଗିରରେ କୃଷି ମହାବିଦ୍ୟାଳୟ ଏବଂ ସୋନପୁରରେ ଏକ ମଧ୍ୟବିଜ୍ଞାନ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ, ମୋଟ ୩୦ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ ରହିଛି ।
ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା ଅଧୀନରେ ନୂତନ ଗୋଶାଳା ପ୍ରତିଷ୍ଠା, ସେମାନଙ୍କର ଖାଦ୍ୟ, ରକ୍ଷଣାବେକ୍ଷଣ ଏବଂ ସ୍ୱାସ୍ଥ୍ୟସେବା ପାଇଁ ୩୩ କୋଟି ଟଙ୍କା ବ୍ୟୟବରାଦ । ସମବାୟ ବିଭାଗ ଅଧୀନରେ ୨ ହଜାର ୩ ଶବ୍ଦ ୩୪ କୋଟି ବଙ୍କା ବ୍ୟୟବରାଦର ପ୍ରସ୍ତାବ । ଅମଳ ପରବର୍ତୀ ଭିତିଭୂମିକୁ ସୁଦୃଢ଼ କରିବା ଏବଂ ଦକ୍ଷ ସଂରକ୍ଷଣ ସୁନିଶ୍ଚିତ କରିବା ପାଇଁ ଗୋଦାମ ନିର୍ମାଣ ନିମନ୍ତେ ୨ ଶହ ୪୦ କୋଟି ଟଙ୍କାର ବ୍ୟବସ୍ଥା । ଆଖୁ ଚାଷକୁ ପ୍ରୋତ୍ସାହନ ଦେବା ଏବଂ ଚିନି ଜଳ ଗୁଡିକୁ ପୁନର୍ଜୀବିତ କରିବାକୁ ଲକ୍ଷ୍ୟ ରଖ୍ ଆଖୁ ସମ୍ପ୍ରସାରଣ ଯୋଜନା ଅଧୀନରେ ୫ କୋଟି ଟଙ୍କାର ବ୍ୟବସ୍ଥା । ନୂତନ ଯୋଜନା ' ବହୁଦେଶୀୟ କୃଷି ସହକାରୀ ସମିତି- ଏମପାକସ୍ ର ବ୍ୟବସାୟ ବିବିଧତା ଅଧୀନରେ ୧୫ କୋଟି ଟଙ୍କାର ବ୍ୟବସ୍ଥା ।
ଆରô୍ଥକ ବର୍ଷ ୨୦୨୬-୨୭ ରେ ୩୮ ଲକ୍ଷ ଚାଷୀଙ୍କୁ ୨୧ ହଜାର କୋଟି ଟଙ୍କାର ଫସଲ ଋଣ ପ୍ରଦାନ ବାବଦକୁ ଋଣ ରିହାତି ଯୋଜନା ରେ ୧ ହଜାର ୭୦ କୋଟି ଟଙ୍କାର ସହାୟତା ପ୍ରଦାନ । ଞ୍ଚ ଫସଲ ହାନିରୁ ରକ୍ଷା କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ ୨୦୨୬-୨୭ ଆରô୍ଥକ ବର୍ଷ ପାଇଁ ୫ ଶହ କୋଟି ଟଙ୍କାର ପ୍ରସ୍ତାବ । ପାକସ୍ ଓ ଲାମ୍ପସ୍ ଗୁଡିକୁ କାର୍ୟ୍ୟସମ୍ପାଦନ ବାବଦକୁ ୨୦ କୋଟି ଟଙ୍କା ଏବଂ ଭିରିଭୂମି ଉନ୍ନତିକରଣ ବାବଦକୁ ୧ ଶହ କୋଟି ଟଙ୍କା ର ସହାୟତା ପ୍ରଦାନ ଜଳସେଚନ,ବନ୍ୟା ନିୟନ୍ତ୍ରଣ ଏବଂ ଜଳ ବ୍ୟବହାର ,ା ବନ୍ୟା ନିୟନ୍ତ୍ରଣ ଏବଂ ଜଳ ଉପଲବ୍ଧତାରେ ଉନ୍ନତି ଆଣିବା ନିମନ୍ତେ ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା ପାଇଁ ୧୦ କୋଟି ଟଙ୍କାର ପ୍ରସ୍ତାବ । ମହାନଦୀ ତଟବର୍ତ୍ତୀ ସୁରକ୍ଷା, ସହରାଞ୍ଚଳ ସହନଶୀଳତା ଏବଂ ପର୍ୟ୍ୟଟନକୁ ପ୍ରୋତ୍ସାହନ ନିମନ୍ତେ ୮୦ କୋଟି ଟଙ୍କା ବ୍ୟୟ ଅଟକଳରେ ମହାନଦୀ ନଦୀ କୂଳ ବିକାଶ ଯୋଜନା ଜାରି ରହିବ । ପୁରୁଣା ଓ କ୍ଷତିଗ୍ରସ୍ତ ଜନସେଚନ ଭିରିଭୂମିର ପୁନରୁଦ୍ଧାର ପାଇଁ ୧ ଶହ କୋଟି ଟଙ୍କାର ପ୍ରସ୍ତାବ । ବ୍ୟାପକ ବନ୍ୟା ପରିଚାଳନା ଯୋଜନାରେ ୫ ଶହ ୩୦ କୋଟି ଟଙ୍କାର ବ୍ୟୟ ବରାଦ ।
ଏହା ବ୍ୟତୀତ ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା ଅଧୀନରେ ୧ ଶହ ୮୦ କୋଟି ଟଙ୍କା । ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନାରେ ୨ ଶହ ୮୦ କୋଟି ଟଙ୍କାର ବ୍ୟୟ ବରାଦରେ ଚେକ୍ ଡ୍ୟାମ୍ ନିର୍ମାଣ । ନଦୀ ପୁନରୁଦ୍ଧାର କାର୍ୟ୍ୟକ୍ରମ 'ସଞ୍ଜୀବନୀ' ପାଇଁ ୧ ଶହ କୋଟି ଟଙ୍କାର ବ୍ୟୟ ବରାଦ । ଆୟକଟର ସ୍ଥିରୀକରଣ ଲକ୍ଷ୍ୟ ରଖି ୮୦ କୋଟି ଟଙ୍କା ବ୍ୟବସ୍ଥା ସହିତ ବ୍ୟାଙ୍କ ଏବଂ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଉନ୍ନତିକରଣ । ୨୦୨୬-୨୭ ଆରô୍ଥକ ବର୍ଷରେ ବୃହତ ଉଠା ଜଳସେଚନର ସମ୍ପ୍ରସାରଣ, ୨୦ ହଜାର ଗଭୀର ନଳକୂପ ଖନନ, ୨ ହଜାର ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପର କାର୍ୟ୍ୟାନ୍ୱୟନ ଏବଂ ଉଠା ଜଳସେଚନ ଭିରିଭୂମିର ପୁନରୁଦ୍ଧାର ଏବଂ ସୁଦୃଢ଼ୀକରଣ କରିବା ପାଇଁ ୨ ହଜାର ୨୯ କୋଟି ଟଙ୍କାର ବଜେଟ ବ୍ୟବସ୍ଥା । ଞ୍ଚସେଚାଞ୍ଚଳ ଉନ୍ନୟନ ଓ ଜଳ ପରିଚାଳନା ଯୋଜନା ଅଧୀନରେ ଶେଷ ମାଇଲ ପର୍ୟ୍ୟନ୍ତ ଦକ୍ଷ ଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ ୨ ଶହ ୮୮ କୋଟି ଟଙ୍କାର ବଜେଟ ବ୍ୟବସ୍ଥା । ମୁଖ୍ୟମନ୍ତ୍ରୀ କେନାଲ ଲାଇନି ଯୋଜନା ଅଧୀନରେ ପରିବହନ ଜନିତ କ୍ଷତି ହ୍ରାସ କରିବା ପାଇଁ ୧ ଶବ୍ଦ ୬୦ କିଲୋମିଟର କେନାଲ ଲାଇନିଂ ନିର୍ମାଣ ନିମନ୍ତେ ୪ ଶହ କୋଟି ଟଙ୍କା ଆବଣ୍ଟନ । ନବକୃଷ୍ଣ ଚୌଧୁରୀ ସେଚ ଉନୟନ ଯୋଜନା ଅଧୀନରେ ଆୟାକଟର ପୁନରୁଦ୍ଧାର, ସ୍ଥିରତା ଏବଂ ସମ୍ପ୍ରସାରଣ ନିମନ୍ତେ ୧ ଶହ ୮୦ କୋଟି ଟଙ୍କା ବ୍ୟୟବରାଦ । ବିଶ୍ୱ ବ୍ୟାଙ୍କ ସହାୟତାରେ ଚାଲୁଥିବା ଜଳବାୟୁ ସହନଶୀଳ କୃଷି ପାଇଁ ଓଡ଼ିଶା ସମନ୍ୱିତ ଜଳସେଚନପ୍ରବଳ୍ପ ଅଧୀନରେ ୩ ଶବ୍ଦ ୪୫ କୋଟି ଟଙ୍କାର ପ୍ରସ୍ତାବ । ବିଶ୍ୱ ବ୍ୟାଙ୍କ ସହାୟତାରେ ଡ୍ୟାମ୍ ଥଇଥାନ ଏବଂ ଉନ୍ନତି କାର୍ୟ୍ୟକ୍ରମର ତୃତୀୟ ପର୍ୟ୍ୟାୟରେ ହୀରାକୁବ ଡ୍ୟାମ୍?ର ଅତିରିକ୍ତ ସିଲ୍ ନିର୍ମାଣ, ନିରୀକ୍ଷଣାଧୀନ ନିୟନ୍ତ୍ରଣ ଓ ତଥ୍ୟ ସଂଗ୍ରହ ପ୍ରଣାଳୀ ବ୍ୟବହାର କରି ଗେଟ୍ ସ୍ୱୟଂଚାଳିତକରଣ ଏବଂ ବିପର୍ୟ୍ୟସ୍ଥ ଡ୍ୟାମଗୁଡ଼ିକର ସର୍ଭେ-ଭିରିକ ଥଇଥାନ କାର୍ୟ୍ୟ ନିମନ୍ତେ ୧ଶହ ୧୫ କୋଟି ଟଙ୍କାର ପ୍ରସ୍ତାବ ।
ଞ୍ଚ ପ୍ରଧାନମନ୍ତ୍ରୀ କୃଷି ସିଚାଲ ଯୋଜନା – ହର କ୍ଷେତ୍ର ଜୋ ପାନି ଅଧୀନରେ ୫ ଶହ ୭୪ ଟି ଜଳସେଚନ
ପ୍ରକଳ୍ପର ମରାମତି, ଏବଂ ପ୍ରାୟ ୧୨ ହଜାର ହେକ୍ଟରରୁ ଅଧିକ ଆୟାକଟ୍ କ୍ଷେତ୍ରର ସ୍ଥିରତାକୁ ଲକ୍ଷ୍ୟ କରି ପ୍ରକଳ୍ପର ମରାମତି, ପୁନର୍ନିର୍ମାଣ ଓ ପୁନରୁଦ୍ଧାର କାର୍ୟ୍ୟ ନିମନ୍ତେ ୧ ଶବ୍ଦ ୧ କୋଟି ଟଙ୍କାର ପ୍ରସ୍ତାବ । ୧ ହଜାର ୭ ଶହ କିଲୋମିଟର ନାଚ ଏବଂ ୨୫ ହଜାର ହେକ୍ଟର ବଳବନ୍ଦୀ ଚାଷ ଜମି ପୁନରୁଦ୍ଧାର ନିମନ୍ତେ ଜଳ ନିଷ୍କାସନ ଉନ୍ନୟନ କାର୍ୟ୍ୟକ୍ରମ ଅଧୀନରେ ୩ ଶହ ୬୫ କୋଟି ଟଙ୍କାର ପ୍ରସ୍ତାବ । ଡ୍ୟାମ୍ ବ୍ୟାରେଜ୍ ଏବଂ ଆନ୍ତଃ-ନଦୀ ଜଳଭଣ୍ଡାରରେ ଥିାବା ୫ ଶହ ୭୩ ସ୍ୱୟଂଚାଳିତକରଣ କରି ଦକ୍ଷ ଜଳ ନିୟନ୍ତ୍ରଣ ପାଇଁ ୩୦ କୋଟି ଟଙ୍କା ବଜେଟ୍ ବ୍ୟବସ୍ଥା ।
ଗେଟିଙ୍ଗ ଅଫ୍ ଅନଗେଟେଡ୍ ସ୍ପିଲୱେଜ୍ ଯୋଜନାରେ ପ୍ରାୟ ୧୯ ହଜାର ହେକ୍ଟର ଜମିରେ ସ୍ଥିରତା ଏବଂ ୨ ହଜାର ୭ ଶହ ୫୦ ହେକ୍ଟର ଜମିରେ ଅତିରିକ୍ତ ଜଳସେଚନ ସୁବିଧା ସୃଷ୍ଟି କରିବା ପାଇଁ ୪୦ କୋଟି ଟଙ୍କାର ବ୍ୟବସ୍ଥା । ଗୋ ୱାଟର ଆଇଟି ମୋଡ୍ୟୁଲର ସମ୍ପୂର୍ଣ୍ଣ କାର୍ୟ୍ୟକ୍ଷମତା, ବ୍ୟାରେଜ ଏବଂ ଆନ୍ତାନଦୀ ଜଳଭଣ୍ଡାର ଗେଟ୍ ଗୁଡିକର ସ୍ୱୟଂଚାଳିତକରଣ, ଓଏଲଆଇସି ପାଇଁ ଏକ ବିକଶିତ ଏମଆଇଏସ୍ ଡାସବୋର୍ଡ , ଏବଂ ଶିଳ୍ପ ଜଳ ଯୋଗାଣ ପରିମାପ ପାଇଁ ଏଲଓଟି ମିଟର ସ୍ଥାପନା ଇତ୍ୟାଦି ପଦକ୍ଷେପ ନିମନ୍ତେ ୧୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ।
ସ୍ୱାସ୍ଥ୍ୟ କ୍ଷେତ୍ର
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ନିମନ୍ତେ ୨୩ ହଜାର ୧୮୨ କୋଟି ଟଙ୍କାର ମୋଟ ବ୍ୟୟବରାଦ ହୋଇଛି। ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ'-୫୦୦୮ କୋଟି ଟଙ୍କା , ନିର୍ମଳ ଯୋଜନା -୯୮୬ କୋଟି ଟଙ୍କା , ଞ୍ଚ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା-୬୩୦୯ କୋଟି ଟଙ୍କା , ଜାତୀୟ ସ୍ୱାସ୍ଥ୍ୟ ମିଶନ ରେ ୧,୯୫୮ କୋଟି ଟଙ୍କା , ନିରାମୟ ଯୋଜନାରେ ୭୮୬ କୋଟି ଟଙ୍କାର ବ୍ୟୟବରାଦ ଞ୍ଚ 'ନିଦାନ' ପାଇଁ ୩୭୧ କୋଟି ଟଙ୍କା , ଜରୁରୀକାଳୀନ ଚିକିତ୍ସା ଆମ୍ବୁଲାନ୍ସ ସେବା ପାଇଁ ୧୯୮ କୋଟି ଟଙ୍କା , ଆଶାକର୍ମୀଙ୍କ କଲ୍ୟାଣ ନିମନ୍ତେ 'ସ୍ୱାସ୍ଥ୍ୟ ସହାୟ' ଯୋଜନା ଅଧୀନରେ ୧୮୩ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ରାଜ୍ୟର ସମସ୍ତ ମେଡିକାଲ କଲେଜରେ ରକ୍ତଭଣ୍ଡାର ପ୍ରତିଷ୍ଠା, ସମସ୍ତ ରକ୍ତଭଣ୍ଡାରର ଉନ୍ନତିକରଣ ଏବଂ ଆଧୁନିକୀକରଣ ପାଇଁ ''ଅଟକ ରକ୍ତ ଦାନ ଅଭିଯାନ । ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ ପାଇଁ ୩୧୧ କୋଟି ଟଙ୍କା , ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ବ୍ୟକ୍ତି, ଟ୍ରାନ୍ସଜେଣ୍ଟର ବ୍ୟକ୍ତି ଏବଂ ଭିକାରୀଙ୍କ ପାଇଁ ଆବାସିକ ଏବଂ ସହାୟକ ସୁବିଧା ପାଇଁ ୧୦୯ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।
ଶିକ୍ଷା କ୍ଷେତ୍ର
ସମଗ୍ର ଶିକ୍ଷାକୁ ରାଜ୍ୟ ସହାୟତା ୧୧୩୧ କୋଟି ଟଙ୍କା ରହିଛି ସମଗ୍ର ଶିକ୍ଷା- ୩୮୪୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଗଙ୍ଗାଧର ମେହେର ଶିକ୍ଷାମାନଙ୍କ ବୃଦ୍ଧି ଯୋଜନା -୩୮୫ କୋଟି ଟଙ୍କା , ଓଡିଶା ଆଦର୍ଶ ବିଦ୍ୟାଳୟ - ୧୨୨୪ କୋଟି ଟଙ୍କା , ମଦ୍ରାସା ଶିକ୍ଷା ପାଇଁ - ୨ ୩ କୋଟି ଟଙ୍କା , ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ କାର୍ୟ୍ୟକ୍ରମ-୧୦୧୦ କୋଟି ଟଙ୍କା , ଐତିହ୍ୟ ବିଦ୍ୟାଳୟ- ୧୩୧ କୋଟି ଟଙ୍କା , ପଞ୍ଚସଖା ଶିକ୍ଷା ସେତୁ -୨୩୪ କୋଟି ଟଙ୍କା , ପିଏମ୍ ଶ୍ରୀ -୫୩୬ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।
. କ୍ରୀଡ଼ା ଓ ଯୁବ ସେବା
୨୦୨୬-୨୭ ବଜେଟରେ କ୍ରୀଡା କ୍ଷେତ୍ର ପାଇଁ ୧,୩୫୯ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। କ୍ରୀଡା ଏବଂ ଅନ୍ୟାନ୍ୟ କ୍ରୀଡା ଭିରିଭୂମିର ବିକାଶ ଏବଂ ପରିଚାଳନା ପାଇଁ ୯୦୦ କୋଟି ଟଙ୍କା , କ୍ରୀଡା ପାଇଁ ଅନୁଦାନ ୬୦ କୋଟି ଟଙ୍କା , ଆନ୍ତର୍ଜାତୀୟ ଅଂଶଗ୍ରହଣ ଏବଂ ଅଗ୍ରଣୀ ତାଲିମ ଏବଂ ପ୍ରଶିକ୍ଷଣ ପାଇଁ ଉଦ୍ଦିଷ୍ଟ କ୍ରୀଡାବିତଙ୍କୁ ଆରô୍ଥକ ସହାୟତା ପାଇଁ ୧୦ କୋଟି ଟଙ୍କା , ଫିଟ୍ ଓଡ଼ିଶା ମିଶନ ପାଇଁ ୧୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି।
ମହିଳା ଓ ଶିଶୁ ବିକାଶ
ବିଭିନ୍ନ ମହିଳା ଏବଂ ଶିଶୁ କେନ୍ଦ୍ରିକ ନୀତି ଏବଂ କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ମୋଟ ୧୮,୯୫୭ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ମମତା ଯୋଜନା ପାଇଁ ୩୨୦ କୋଟି ଟଙ୍କା ଓ ପିଏମଏମଭିୱାଇ ପାଇଁ ୧୮୦ କୋଟି ଟଙ୍କା , ସୁଭଦ୍ରା ଯୋଜନା ପାଇଁ ୧୦,୧୪୫ କୋଟି ଟଙ୍କା , ସମୃଦ୍ଧ ଅଙ୍ଗନବାଡି ଯୋଜନା-୬୩୫ କୋଟି ଟଙ୍କା . ସମନ୍ୱିତ ବାତ୍ସଲ୍ୟ ସଦନ- ୬୨ କୋଟି ଟଙ୍କା ଞ୍ଚ ମୁଖ୍ୟମନ୍ତ୍ରୀ ସମ୍ପୁର୍ଣ୍ଣ ପ୍ରୁଷ୍ଟି ଯୋଜନା- ୫୫୨ କୋଟି ଟଙ୍କା ଞ୍ଚ ଓଡିଶା ପୁଷ୍ଟି ମିଶନ – ୧୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ଆଇସିଡିଏସ୍ କୁ ରାଜ୍ୟ ସହାୟତା -୧୨୮୦ କୋଟି ଟଙ୍କା ଞ୍ଚ ପିଏମ ପୋଷଣ-୭୦୯ କୋଟି ଟଙ୍କା , ଜାତୀୟ ଗ୍ରାମୀଣ ଜୀବିକା ମିଶନ -୧୩୦୩ କୋଟି ଟଙ୍କା. ମିଶନ ଶକ୍ତି ପ୍ରୋଗ୍ରାମ-୧୨୧୫ କୋଟି ଟଙ୍କା ବ୍ୟବସ୍ଥା ରହିଛି।
ଭିନ୍ନକ୍ଷମ ବ୍ୟକ୍ତିଙ୍କ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ
ସାମାଜିକ ସୁରକ୍ଷା ପଦକ୍ଷେପ ପାଇଁ ୨୫,୨୦୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସାମାଜିକ ସୁରକ୍ଷା ପେନସନ ଯୋଜନା ଅଧୀନରେ ହିତାଧୁକାରୀଙ୍କ ପାଇଁ ମଧୁବାବୁ ପେନସନ ଯୋଜନା ପାଇଁ ୫୮୩୭ କୋଟି ଟଙ୍କା ବ୍ୟୟବରାଦ , ବୃଦ୍ଧାଶ୍ରମ ପାଇଁ ୧୦୯ କୋଟି ଟଙ୍କା ବ୍ୟୟବରାଦ , ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ପାଇଁ ୩୦ କୋଟି ଟଙ୍କା ବ୍ୟୟବରାଦ , ଶୀତକାଳୀନ ଭତ୍ତା ପାଇଁ ୨୫୩ କୋଟି ଟଙ୍କା , ଉନ୍ନତ ପୁନର୍ବାସ କେନ୍ଦ୍ର ପାଇଁ ୧୭ କୋଟି ଟଙ୍କା ବ୍ୟୟବରାଦ , ଇନ୍ଦିରା ଗାନ୍ଧୀ ଜାତୀୟ ପେନସନ ଯୋଜନା ପାଇଁ ୮୨୨ କୋଟି ଟଙ୍କା ବ୍ୟୟବରାଦ , ନିଃସହାୟଙ୍କ ପାଇଁ ୨୧୨୨ କୋଟି ଟଙ୍କା ଜାତୀୟ ବାର୍ଦ୍ଧକ୍ୟ ପେନସନ ବ୍ୟବସ୍ଥା କରାଯାଇଛି।
ଅନୁସୂଚିତ ଜାତି, ଜନଜାତି, ଓବିସି ଓ ସଂଖ୍ୟାଲଘୁ ବିକାଶ
ଆରô୍ଥକ ବର୍ଷ ୨୦୨୬-୨୭ ରେ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜନଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ପାଇଁ ମୋଟ ୬୬୪୯ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ଉତ୍ସାହ ଯୋଜନା ପାଇଁ ୧୪୪୩ କୋଟି ଟଙ୍କା ପ୍ରଦାନ , ଧରତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ପାଇଁ ୩୨୬ କୋଟି ଟଙ୍କା ପ୍ରଦାନ , ମାଧୋ ସିଂହ ହାତ ଖାରଡ ପାଇଁ ୧୫୪ କୋଟି ଟଙ୍କା ପ୍ରଦାନ , ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ୪୦୭ କୋଟି ଟଙ୍କା ପ୍ରାକ୍-ମାଟ୍ରିକ୍ ଏବଂ ମାଟ୍ରିକ୍ ପରବର୍ତୀ ଛାତ୍ରବୃଦ୍ଧି , ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପାଇଁ ୧୫୦ କୋଟି ଟଙ୍କା , ସ୍ୱତନ୍ତ୍ର ଶିକ୍ଷାଗତ ସହାୟତା ପାଇଁ ୪୧୭ କୋଟି ଟଙ୍କା ପ୍ରଦାନ , ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ପାଇଁ ୩୦୦ କୋଟି ଟଙ୍କା, ପ୍ରଧାନମନ୍ତ୍ରୀ ଜନମାନ ପାଇଁ ୫୦ କୋଟି ଟଙ୍କା, ପ୍ରଧାନମନ୍ତ୍ରୀ ଆଦି ଆଦର୍ଶ ଗ୍ରାମ ଯୋଜନା ପାଇଁ
୨୦ କୋଟି ଟଙ୍କା , ଏମଏସପି (ଲାଭ) ଅଧୀନରେ ରାଜ୍ୟରେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ପାଇଁ ୨୫ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।
ନଗର ଉନ୍ନୟନ
ସହରାଞ୍ଚଳ ବିକାଶ ଯୋଜନା ଏବଂ ପ୍ରକଳ୍ପ ପାଇଁ ମୋଟ ୧୦,୭୩୮ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ- ୧୧୬୧ କୋଟି ଟଙ୍କା, ସହରାଞ୍ଚଳ ପରିବହନ ଭିରିଭୂମିର ବିକାଶ ସହିତ ପିଏମ-ଇ-ବସ୍ ସେବା ଯୋଜନାରେ ୩୭୩ କୋଟି ଟଙ୍କା , ସହରର, ବର୍ଷା ଜଳ ନିଷ୍କାସନ ଓ ନର୍ଦ୍ଦମା ପ୍ରକଳ୍ପ ପାଇଁ, ୬୨୦ କୋଟି ଟଙ୍କାର ବ୍ୟୟବରାଦ ଞ୍ଚ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ ନାମରେ ୧୦୦ କୋଟି ଟଙ୍କାର , ସମୃଦ୍ଧ ସହର ଯୋଜନା ଅଧୀନରେ ୩୨୦ କୋଟି ଟଙ୍କା , ସ୍ୱଚ୍ଛ ଓଡ଼ିଶା ପାଇଁ ୨୮୦ କୋଟି ଟଙ୍କା ଓ ସ୍ୱଚ୍ଛ ଭାରତ ମିଶନ ପାଇଁ ୪୩୦ କୋଟି ଟଙ୍କା , ଜନସାଧାରଣଙ୍କୁ ବାସଗୃହ ନିର୍ମାଣ ପାଇଁ ୫,୧୬୦ କୋଟି ଟଙ୍କାର ମୋଟ ବ୍ୟୟ ବରାଦ , ପିଏମଏୱାଇ - ଜି ଅଧୀନରେ ୨,୪୪୫ କୋଟି ଟଙ୍କା, ଚଗ-ଜନମନ ଅଧୀନରେ ୩୦ କୋଟି ଟଙ୍କା, ପିଏମଏୱାଇ (ୟୁ) ୨.୦ ଅଧୀନରେ ୫୬୫ କୋଟି ଟଙ୍କା, ଅଜ୍ୟୋଦୟ ଗୃହ ଯୋଜନା ଅଧୀନରେ ୨,୦୦୦ କୋଟି ଟଙ୍କା ଏବଂ ପିଏମଏୱାଇ ଅରବାନ ବନ୍ଧୁ ଅଧୀନରେ ୧୨୦ କୋଟି ଟଙ୍କାର ବ୍ୟୟ ବରାଦ ଅନ୍ତର୍ଭୁକ୍ତ ଅଟେ ।
ପାନୀୟ ଜଳ ଓ ପରିମଳ (ଗ୍ରାମୀଣ) ଯୋଜନା ଅଧୀନରେ ୧୪୯୫ କୋଟି ଟଙ୍କା, ଜଳ ଜୀବନ ମିଶନ ଅଧୀନରେ ୭,୦୦୦ କୋଟି ଟଙ୍କା ବ୍ୟବସ୍ଥା , ସହରରେ ସମସ୍ତଙ୍କୁ ସୁରକ୍ଷିତ ପାନୀୟଜଳ ଯୋଗାଇବା ସୁକଳା ଯୋଜନା -୮୨୦ କୋଟି ଟଙ୍କା ଓ ଅମୃତ ଯୋଜନା -୯୪୭ କୋଟି ଟଙ୍କାର ବ୍ୟୟବରାଦ, ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଅଧୀନରେ ୩୬୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।
ମଜୁରି ରୋଜଗାର, ଜୀବିକା ଏବଂ ମୌଳିକ ସେବା
ବିକଶିତ ଭାରତ – ରୋଜଗାର ପାଇଁ ଗ୍ୟାରେଣ୍ଟି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଭିବି ଜି-ରାମ-ଜି ଯୋଜନା ଅଧ୍ୱନରେ ୫ ହଜାର ୫ ଶହ ୭୫ କୋଟି ଟଙ୍କା ବ୍ୟୟ ବରାଦ , ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅଧୀନରେ ଅସମ୍ପୂର୍ଣ୍ଣ କାର୍ୟ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ଲାଗି ୧୫୦୦ କୋଟି ଟଙ୍କା
ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ ଅତିରିକ୍ତ ରାଜ୍ୟ ସହାୟତା ଅଧୀନରେ ୪୦୦ କୋଟି ଟଙ୍କା , ଡାଲଖାଇ -୨ ୨୦ କୋଟି ଟଙ୍କା , ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ-୧୫୦ କୋଟି ଟଙ୍କା , ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର କାର୍ୟ୍ୟାନ୍ୱୟନ ପାଇଁ ୩୨୬ କୋଟି ବ୍ୟୟ ବରାଦ କରାଯାଇଛି।
ସଡ଼କ, ରେଳପଥ ଓ ପରିବହନ
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା' ରେ ୩ ହଜାର ୪ ଶହ ୯୧ କୋଟି ଟଙ୍କା , ସେତୁ ବନ୍ଧନ ଯୋଜନାରେ ୨ ହଜାର ୫୦ କୋଟି ଟଙ୍କା , ସଡକ ସଂଯୋଗବିହୀନ ବସତିଗୁଡିକର ସଂଯୋଗୀକରଣ' ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପାଇଁ ୧୦୦୦ କୋଟି ବଙ୍କାର ବ୍ୟୟବରାଦ , ପିଏମଜିଏସୱାଇ କାର୍ୟ୍ୟ ଲାଗି ୭ ଶହ ୫୦ କୋଟି ଟଙ୍କା ଏବଂ ପିଏମ୍ ଜନମନ କାର୍ୟ୍ୟ ଲାଗି ୧୫୦ କୋଟି ଟଙ୍କା , ବିକଶିତ ଗାଁ ବିକଶିତ ଓଡ଼ିଶା- ୨୦୦୦ କୋଟି ଟଙ୍କାର ବ୍ୟୟବରାଦ , ସଡ଼କ ବିକାଶ କାର୍ୟ୍ୟକ୍ରମ - ୭,୫୦୦ କୋଟି ଟଙ୍କା , ବିମାନ ସଂଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ୫୧୧ କୋଟି ଟଙ୍କା , ନିର୍ବାଚନମଣ୍ଡଳୀ ୱାରୀ ଆବଣ୍ଟନ ପାଇଁ ଆଉ ୧୪୨ କୋଟି ଟଙ୍କା , ଓଡିଶାର ରେଳ ପରିବହନ ଇକୋସିଷ୍ଟମକୁ ମଜବୁତ କରିବା ପାଇଁ ୪୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯୋଇଛି।
ଶକ୍ତି
ଶକ୍ତି କ୍ଷେତ୍ରରେ ପୁଞ୍ଜି ଅଂଶ ବିନିଯୋଗ ପାଇଁ ୧୨୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ବିଜୁ ଗ୍ରାମ ଜ୍ୟୋତି ପାଇଁ ୩୫୭ କୋଟି ଟଙ୍କା , ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ପାଇଁ ୨୩୨୩ କୋଟି ଟଙ୍କା , ଓଡିଶା ଅକ୍ଷୟ ଶକ୍ତି ସଂରକ୍ଷଣ ଅଭିୟାନ ପାଇଁ ୯୫୭ କୋଟି ଟଙ୍କା , ଭବିଷ୍ୟତ ଅଭିବୃଦ୍ଧି ଇଞ୍ଜିନ୍ (ଶିଳ୍ପ ଏବଂ ଅଣୁ,କ୍ଷୁଦ୍ର,ମଧ୍ୟମ ଉଦ୍ୟୋଗ) ଞ୍ଚ ଅନ୍ୟାନ୍ୟ ଶିଳ୍ପର ପ୍ରୋତ୍ସାହନ ପାଇଁ ୨୦୭ କୋଟି ଟଙ୍କା ବ୍ୟୟବରାଦ ଞ୍ଚ ଶିଳ୍ପ ଭିତ୍ତିଭୂମି ବିକାଶ ପାଣ୍ଠି ପାଇଁ ୧୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ
ଓଡ଼ିଶା ବନ କ୍ଷେତ୍ର ବିକାଶ ପ୍ରକଳ୍ପ ପାଇଁ ୨ କୋଟି ଟଙ୍କା , ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବିକାଶ ଏବଂ ସୌନ୍ଦର୍ୟ୍ୟକରଣ ପାଇଁ ୪୦ କୋଟି ଟଙ୍କା। ରାଜ୍ୟରେ ସବୁଜ ଆଚ୍ଛାଦନ ବୃଦ୍ଧି ପାଇଁ ୨୦ କୋଟି ଟଙ୍କା ,
ଞ୍ଚ ବନ୍ୟପ୍ରାଣୀ ସୁରକ୍ଷା ଏବଂ ସଂରକ୍ଷଣ ପଦକ୍ଷେପ ପାଇଁ ୭୫ କୋଟି ଟଙ୍କା ଞ୍ଚ ସବୁଜ ମହାନଦୀ ମିଶନ ପାଇଁ ୨୦ କୋଟି ଟଙ୍କା , କାମ୍ପା ପାଣ୍ଠି ପାଇଁ ୫୧.୦ କୋଟି ଟଙ୍କା , ମୁଖ୍ୟମନ୍ତ୍ରୀ କେନ୍ଦୁ ପତ୍ର କଲ୍ୟାଣ ପାଣ୍ଠି ପାଇଁ ୧୧୭ କୋଟି ଟଙ୍କା ବ୍ୟବସ୍ଥା ରହିଛି।
ପର୍ୟ୍ୟଟନ ବିକାଶ,ହସ୍ତତନ୍ତ, ବୟନ ଶିଳ୍ପ
ପର୍ୟ୍ୟଟକଙ୍କ ବାସସ୍ଥାନ ପାଇଁ ୫୦୦ କୋଟି ଟଙ୍କା ପ୍ରସ୍ତାବ ରହିଛି। ପର୍ୟ୍ୟଟକ ସୂଚନା ଏବଂ ପ୍ରଚାର ପାଇଁ ୩୮୮ କୋଟି ଟଙ୍କା , ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ପାଇଁ ୨୫ କୋଟି ଟଙ୍କା. ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ପାଇଁ ୩୦ କୋଟି ଟଙ୍କା ଞ୍ଚ ମୁଖ୍ୟମନ୍ତ୍ରୀ ହସ୍ତତନ୍ତ୍ର ବିକାଶ ଯୋଜନା ପାଇଁ ୧୦୨ କୋଟି ଟଙ୍କା।
. ଯୋଜନା ଓ ସଂଯୋଜନ
ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ (ଡବ୍ଲ୍ୟୁଓଜିସି) ପାଇଁ ୫୦୦ କୋଟି, ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ (ଏସ୍ଓଡିସି) ଏବଂ ଉତ୍ତର ଓଡ଼ିଶା ବିକାଶ ପରିଷଦ (ଏନ୍ଓଡିସି) ପାଇଁ ୨୦୦ କୋଟି ଟଙ୍କା , କେବିକେ ଜିଲ୍ଲାରେ ଗିରିଭୂମି ବିକାଶ ପାଇଁ ୨୫୦ କୋଟି ଟଙ୍କା ଆବଣ୍ଟନ କରିବାକୁ ପ୍ରସ୍ତାବ ଦିଆଯାଇଛି , ଏମଏଲଏଲାଡ୍ ଯୋଜନା ଅଧୀନରେ ୭୩୫ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି ।
ବିପର୍ୟ୍ୟୟ ପରିଚାଳନା
ବିପର୍ୟ୍ୟୟ ପରିଚାଳନା ପାଇଁ ୫୩୭୫ କୋଟି ଟଙ୍କା, ଯେଉଁଥରେ ରାଜ୍ୟ ବିପର୍ୟ୍ୟୟ ମୁକାବିଲା ଏବଂପ୍ରଶମନ ପାଣ୍ଠି ଅଧୀନରେ ୨,୧୪୭ କୋଟି ଟଙ୍କା ଏବଂ ଜାତୀୟ ବିପର୍ୟ୍ୟୟ ମୁବାବିଲା ଏବଂ ପ୍ରଶମନ ପାଣ୍ଠି ଅଧୀନରେ ୩,୨୨୮ କୋଟି ଟଙ୍କା ଅନ୍ତର୍ଭୁକ୍ତ ।
ନ୍ୟାୟପାଳିକା ପାଇଁ ଭିତ୍ତିଭୂମି ସୁବିଧା ବିକାଶ ପାଇଁ ୨୫୪ କୋଟି ଟଙ୍କା ଞ୍ଚ ଜେଲ ପାଇଁ କୋଠା ନିର୍ମାଣ ପାଇଁ ୧୯୦ କୋଟି ଟଙ୍କା . କୋର୍ଟ ପାଇଁ କୋଠା ନିର୍ମାଣ ପାଇଁ ୪୨୬ କୋଟି ଟଙ୍କା , ଞ୍ଚ ଅଗ୍ନିଶମ ସେବା ପାଇଁ କୋଠା ନିର୍ମାଣ ପାଇଁ ୧୪୩ କୋଟି ଟଙ୍କା ଏବଂ ପୋଲିସ କଲ୍ୟାଣ ପାଇଁ କୋଠା ନିର୍ମାଣ ପାଇଁ ୪୮୩ କୋଟି ଟଙ୍କା , କ୍ରିମିନାଲ ଟ୍ରାକିଂ ନେଟୱାର୍କ ଏବଂ ସିଷ୍ଟମ ପ୍ରକଳ୍ପ ପାଇଁ ୪୯ କୋଟି ଟଙ୍କା ଏବଂ ପୋକସୋ ଆଇନ (ଫାଷ୍ଟ ଟ୍ରାକ ସ୍ୱତନ୍ତ୍ର କୋର୍ଟ ଅଧୀନରେ ସ୍ୱତନ୍ତ୍ର କୋର୍ଟ ପାଇଁ ୬୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।
ଓଡିଆ ଭାଷା, ସଂସ୍କୃତି ଓ ଐତିହ୍ୟ
ସଂସ୍କୃତି ନିର୍ଦ୍ଦେଶାଳୟ ପାଇଁ ୧୪୩ କୋଟି ଟଙ୍କା , କଳା, ସଂସ୍କୃତି ଏବଂ ଐତିହ୍ୟର ପ୍ରୋତ୍ସାହନ ପାଇଁ ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକୁ ଅନୁଦାନ ପାଇଁ ୫୧ କୋଟି ଟଙ୍କା , ମୁଖ୍ୟମନ୍ତ୍ରୀ ବଢାବାର ସହାୟତା ଯୋଜନା ପାଇଁ ୧୫୦ କୋଟି ଟଙ୍କା , ଓଡ଼ିଆ ଅସ୍ମିତା ପାଇଁ ୭୪ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି।
.........
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା