
ଭୁବନେଶ୍ୱର, 20 ଫେବ୍ରୁଆରି (ହି.ସ.)- ରାଜ୍ୟରେ
ନିର୍ମାଣ ହେବ ଜାତୀୟ ଡ୍ରାମା ସ୍କୁଲ । ଏନେଇ ସରକାରଙ୍କ ପ୍ରସ୍ତାବ ରହିଛି । ଓଡ଼ିଶାରେ ନାଟକର
ଉନ୍ନତି,ପ୍ରଚାର ପ୍ରସାର,ଜାତୀୟ
ନାଟ ଉତ୍ସବ,ଆନ୍ତଜାତିୟ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଓଡ଼ିଆ ନାଟକ
ରାଜ୍ୟ ଓ ରାଜ୍ୟ ବାହାରେ ଆୟୋଜିତ କରାଯାଉଛି । ବିଧାୟକ ପ୍ରଦୀପ କୁମାର ସାହୁଙ୍କ ପ୍ରଶ୍ନରେ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଲିଖିତ ଉତ୍ତର
ରଖିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା