ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍
ଭୁବନେଶ୍ୱର, 20 ଫେବ୍ରୁଆରି (ହି.ସ.)-ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି । ଭବାନୀପାଟଣା ରେଞ୍ଜ ଭଟାଙ୍ଗପଦର ସେକ୍ସନ ଦାୟିତ୍ଵରେ ଅଛନ୍ତି । ସକାଳ ୬ଟାରୁ ଏକକାଳୀନ ରେଡ୍‌ କରୁଛି ଭିଜିଲାନ୍ସ
ଭାଗବତ ବେହେରା


ଭୁବନେଶ୍ୱର, 20 ଫେବ୍ରୁଆରି (ହି.ସ.)-ଫରେଷ୍ଟର ଭାଗବତ

ଭୂଷଣ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ

ଚଢ଼ାଉ କରିଛି । ଭବାନୀପାଟଣା ରେଞ୍ଜ ଭଟାଙ୍ଗପଦର ସେକ୍ସନ ଦାୟିତ୍ଵରେ ଅଛନ୍ତି । ସକାଳ ୬ଟାରୁ ଏକକାଳୀନ ରେଡ୍‌ କରୁଛି ଭିଜିଲାନ୍ସର

୩ଟି ଟିମ୍ । ଦେଉଣ୍ଡି ଗାଁ ପୈତୃକ ଘର, ଭବାନୀପାଟଣା ସ୍ଥିତ ବାସଭବନରେ ରେଡ୍ ଚାଲିଛି । ଭଟାଙ୍ଗପଦର ସ୍ଥିତ

କାର୍ଯ୍ୟାଳୟରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ ।

ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ଭବାନୀପାଟଣା, କଳାହାଣ୍ଡିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ 4 ଜଣ ଡିଏସପି, 7 ଜଣ ଇନସପେକ୍ଟର, 4 ଜଣ ଏଏସଆଇ ଓ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀଙ୍କ ନେତୃତ୍ୱରେ ଏହି

ତଲାଶି ଅଭିଯାନ ଚାଲିଛି ।

ଶ୍ରୀ ଭାଗବତ ଭୂଷଣ

ବେହେରାଙ୍କ ଭବାନୀପାଟଣା ସ୍ଥିତ ହିଲ ଟାଉନରେ ଥିବା ତିନିମହଲା ବାସଭବନ, ତାଙ୍କ ଭାଇଙ୍କ ବାସଭବନ ଓ ଶ୍ରୀ ବେହେରାଙ୍କ କାର୍ଯ୍ୟାଳୟ କକ୍ଷ, ଫରେଷ୍ଟର, ଭାଟାଙ୍ଗପଡ଼ାର ଫରେଷ୍ଟ ସେକ୍ସନ (ଭବାନୀପାଟଣା ଫରେଷ୍ଟ ରେଞ୍ଜ, ଫରେଷ୍ଟ ନର୍ଥ ଡିଭିଜନ, କଳାହାଣ୍ଡି)ରେ ଚଢାଉ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande