
ଭୁବନେଶ୍ୱର, ୨୧ ଫେବୃଆରୀ (ହି.ସ.)- ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ଅଂଚଳରୁ ୩ କୁଖ୍ୟାତ ବ୍ରାଉନସୁଗର ବେପାରୀ ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ୩୭୦ଗ୍ରାମ ବ୍ରାଉନସୁଗର ଜବତ ସହ ଗିରଫ କରିଛି ସ୍ପେଶାଲ କ୍ରାଇମ ୟୁନିଟ । ୩ କୁଖ୍ୟାତ ବ୍ରାଉନସୁଗର ବେପାରୀ ହେଲେ ସମୀର ଖାନ, ସେଖ ଇର୍ଷାଫ ମହମଦ ଓ ମୁନା ଖାନ । ସେମାନେ ବାଲେଶ୍ୱର ଜଳେଶ୍ୱର ଅଂଚଳରୁ ବ୍ରାଉନସୁଗର ଆଣି ରାଜଧାନୀରେ ବିକ୍ରି କରୁଥିଲେ । ସେମାନଙ୍କ ନିକଟରୁ ୩ଟି ବାଇକ, ୪ଟି ମୋବାଇଲ ଏବଂ ଟଙ୍କା ମଧ୍ୟ ଜବତ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା