ଥାଇଲାଣ୍ଡରୁ ଫେରିଲେ ୪ ଓଡ଼ିଆ ଯୁବକ
ଭୁବନେଶ୍ୱର, ୨୧ ଫେବୃଆରୀ (ହି.ସ.)- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଥାଇଲାଣ୍ଡରେ ଫସି ରହିଥିବା ୬ଜଣ ଓଡ଼ିଆ ଯୁବକଙ୍କ ମଧ୍ୟରୁ ୪ଜଣ ଓଡ଼ିଆ ଯୁବକମାନଙ୍କୁ ଓଡ଼ିଶାକୁ ଫେରାଇ ଅଣାଯାଇଛି। ଶନିବାର ଦିନ ୪ଜଣ ଓଡ଼ିଆ ଯୁବକ - ଜୟନ୍ତ କୁମାର ମଲ୍ଲିକ, ହେମନ୍ତ କୁମାର ବେହେରା, ମନରଞ୍ଜ
ଥାଇଲାଣ୍ଡରୁ ଫେରିଲେ ୪ ଓଡ଼ିଆ ଯୁବକ


ଭୁବନେଶ୍ୱର, ୨୧ ଫେବୃଆରୀ (ହି.ସ.)- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଥାଇଲାଣ୍ଡରେ ଫସି ରହିଥିବା ୬ଜଣ ଓଡ଼ିଆ ଯୁବକଙ୍କ ମଧ୍ୟରୁ ୪ଜଣ ଓଡ଼ିଆ ଯୁବକମାନଙ୍କୁ ଓଡ଼ିଶାକୁ ଫେରାଇ ଅଣାଯାଇଛି। ଶନିବାର ଦିନ ୪ଜଣ ଓଡ଼ିଆ ଯୁବକ - ଜୟନ୍ତ କୁମାର ମଲ୍ଲିକ, ହେମନ୍ତ କୁମାର ବେହେରା, ମନରଞ୍ଜନ ସାହୁ ଓ ବିଜୟ କୁମାର ସ୍ୱାଇଁ ଓଡ଼ିଶାରେ ଆସି ପହଂଚିଛନ୍ତି।

ଓଡ଼ିଶାର କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରୁ ୬ ଜଣ ଯୁବକ ବିଗତ ୨୦୨୫ ମସିହା ଅଗଷ୍ଟ ମାସରେ ଥାଇଲାଣ୍ଡର ଏକ ପ୍ଲାଏଉଡ଼ କମ୍ପାନୀରେ କାର୍ଯ୍ୟ କରିବାକୁ ଯାଇଥିଲେ। ସେଠାରେ ଉକ୍ତ ପ୍ଲାଏଉଡ଼ କମ୍ପାନୀର ମାଲିକ ସେମାନଙ୍କୁ ଦରମା ଦେଉନଥିବାର ଅଭିଯୋଗ କରିବା ସହ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଓଡ଼ିଶାକୁ ଫେରି ଆସିବା ପାଇଁ ସେମାନେ ଓଡ଼ିଶା ସରକାରଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଥିଲେ।

ଏହି ସମ୍ବନ୍ଧରେ ଜାଣିବା ପରେ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ, ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ସରକାରଙ୍କ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ଏବଂ କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲା ପ୍ରଶାସନର ମିଳିତ ସହାୟତାରେ ୪ଜଣ ଓଡ଼ିଆ ଯୁବକଙ୍କୁ ଓଡ଼ିଶାକୁ ଫେରାଇ ଅଣାଯାଇଛି। ଆଜି ଓଡ଼ିଶାକୁ ଫେରିବାପରେ ଯୁବକମାନେ ସମସ୍ତ ସହାୟତା ପାଇଁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande